ଉତ୍ତର ଚୀନ୍ ରେ ସଡ଼କ ଦୁର୍ଘଟଣା, ସୁଡ଼ଙ୍ଗ କାନ୍ଥରେ ବାଡେଇ ହେଲା ବସ୍, ୧୪ ମୃତ, ୩୭ ଆହତ
ସାଂକ୍ସି ୨୦।୩: ଉତ୍ତର ଚୀନ୍ ସାଂକ୍ସି ପ୍ରଦେଶରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ସୁଡ଼ଙ୍ଗ କାନ୍ଥରେ ଧକ୍କା ଲାଗିଛି। ଏହି ଦୁର୍ଘଟଣାରେ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୩୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଚୀନ୍ ସରକାରୀ ଗଣମାଧ୍ୟମ ବୁଧବାର ସୂଚନା ଦେଇଛି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଦୁର୍ଘଟଣା ଅପରାହ୍ନ ୨ଟା ୩୭ ମିନିଟ୍ରେ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆହତ ଲୋକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠା ଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହା ଛଡା ଅନ୍ୟ ଏକ ଘଟଣାରେ ପୂର୍ବ ଚୀନ୍ର ଝେଝିଆଙ୍ଗ ପ୍ରଦେଶର ତାଇଝାଓରେ ଥିବା ଏକ ବ୍ୟବସାୟୀକ ସ୍କୁଲ ଭିତରକୁ ଦ୍ରୁତଗାମୀ କାର ପଶି ଯାଇଛି। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ତାଇଝାଓ ଭୋକେସନାଲ ଆଣ୍ଡ ଟେକ୍ନିକାଲ କଲେଜରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୨୦ ମିନିଟରେ ହୋଇଥିଲା। ଦୁର୍ଘଟଣାରେ ଆହତ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୧ ତାରିଖ ଦିନ ପୂର୍ବଚୀନର ସେଡୋଙ୍ଗ ପ୍ରାନ୍ତ ଦେଝାଓର ଏକ ଜନବସତୀରେ ଦ୍ରୁତଗାମୀ କାର ଲୋକଙ୍କ ସମୂହ ମଧ୍ୟକୁ ପଶି ଯାଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ପି
ସାଂକ୍ସି ୨୦।୩: ଉତ୍ତର ଚୀନ୍ ସାଂକ୍ସି ପ୍ରଦେଶରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ସୁଡ଼ଙ୍ଗ କାନ୍ଥରେ ଧକ୍କା ଲାଗିଛି। ଏହି ଦୁର୍ଘଟଣାରେ ୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୩୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଚୀନ୍ ସରକାରୀ ଗଣମାଧ୍ୟମ ବୁଧବାର ସୂଚନା ଦେଇଛି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଦୁର୍ଘଟଣା ଅପରାହ୍ନ ୨ଟା ୩୭ ମିନିଟ୍ରେ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆହତ ଲୋକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠା ଯାଇଛି।
ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହା ଛଡା ଅନ୍ୟ ଏକ ଘଟଣାରେ ପୂର୍ବ ଚୀନ୍ର ଝେଝିଆଙ୍ଗ ପ୍ରଦେଶର ତାଇଝାଓରେ ଥିବା ଏକ ବ୍ୟବସାୟୀକ ସ୍କୁଲ ଭିତରକୁ ଦ୍ରୁତଗାମୀ କାର ପଶି ଯାଇଛି। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ତାଇଝାଓ ଭୋକେସନାଲ ଆଣ୍ଡ ଟେକ୍ନିକାଲ କଲେଜରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୨୦ ମିନିଟରେ ହୋଇଥିଲା।
ଦୁର୍ଘଟଣାରେ ଆହତ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୧ ତାରିଖ ଦିନ ପୂର୍ବଚୀନର ସେଡୋଙ୍ଗ ପ୍ରାନ୍ତ ଦେଝାଓର ଏକ ଜନବସତୀରେ ଦ୍ରୁତଗାମୀ କାର ଲୋକଙ୍କ ସମୂହ ମଧ୍ୟକୁ ପଶି ଯାଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ପିଲା ଆହତ ହୋଇଥିଲେ। ଆହତ ମାନେ ସୁସ୍ଥ ହୋଇ ହସ୍ପିଟାଲରୁ ଡିଶ୍ଚାର୍ଯ ହୋଇଥିବା କୁହାଯାଇଛି।