ବାପାଙ୍କ ସହ ମାମୁଁ ଘରୁ ଫେରୁଥିଲେ, ହଠାତ୍‌ ବ୍ରାହ୍ମଣୀ ନଦୀକୁ ଡେଇଁପଡିଲେ ଯୁବକ

ଭୁବନ ୧୦।୧୦ : ନଦୀକୁ ଡେଇଁ ଯୁବକ ନିଖୋଜ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଜିରାଉତ ସେତୁରୁ ବ୍ରାହ୍ମଣୀ ନଦୀରୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କୁ ଠାବ ପାଇଁ ଚାଲିଛି  ଉଦ୍ଧାର କାର୍ଯ୍ୟ । ଖବର ଅନୁଯାୟୀ, ଭୁବନ ଥାନା କିର୍ତ୍ତନପୁର ଗାଁର ଗାଣ୍ଡୁଆ କୁମ୍ଭାରଙ୍କ ପୁଅ ପର୍ଶୁରାମ କୁମ୍ଭାର । ଗନ୍ଦିଆ ଥାନା ଶଡିଙ୍ଗ ଗାଁରେ ଥିବା ମାମୁଁ ଘରେ ପର୍ଶୁରାମ ରହୁଥିଲେ । ବୁଧବାର ରାତିରେ ମାମୁଁ ଘରୁ ଏକ ସାଇକେଲ ଯୋଗେ ଆଣୁଥିବା ସମୟରେ ବାଜିରାଉତ ସେତୁ ଉପରୁ ହଠାତ୍‌ ବ୍ରାହ୍ମଣୀ ନଦୀକୁ ଡେଇଁପଡିଥିଲେ ପର୍ଶୁରାମ ।ସେପଟେ ନଦୀକୁ ଡେଇଁପଡିଥିବା ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ବିଳମ୍ବିତ ରାତି ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଶେଷରେ ଗୁରୁବାର ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।  

ବାପାଙ୍କ ସହ ମାମୁଁ ଘରୁ ଫେରୁଥିଲେ, ହଠାତ୍‌ ବ୍ରାହ୍ମଣୀ ନଦୀକୁ ଡେଇଁପଡିଲେ ଯୁବକ

ଭୁବନ ୧୦।୧୦ : ନଦୀକୁ ଡେଇଁ ଯୁବକ ନିଖୋଜ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଜିରାଉତ ସେତୁରୁ ବ୍ରାହ୍ମଣୀ ନଦୀରୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କୁ ଠାବ ପାଇଁ ଚାଲିଛି  ଉଦ୍ଧାର କାର୍ଯ୍ୟ । 

ଖବର ଅନୁଯାୟୀ, ଭୁବନ ଥାନା କିର୍ତ୍ତନପୁର ଗାଁର ଗାଣ୍ଡୁଆ କୁମ୍ଭାରଙ୍କ ପୁଅ ପର୍ଶୁରାମ କୁମ୍ଭାର । ଗନ୍ଦିଆ ଥାନା ଶଡିଙ୍ଗ ଗାଁରେ ଥିବା ମାମୁଁ ଘରେ ପର୍ଶୁରାମ ରହୁଥିଲେ । ବୁଧବାର ରାତିରେ ମାମୁଁ ଘରୁ ଏକ ସାଇକେଲ ଯୋଗେ ଆଣୁଥିବା ସମୟରେ ବାଜିରାଉତ ସେତୁ ଉପରୁ ହଠାତ୍‌ ବ୍ରାହ୍ମଣୀ ନଦୀକୁ ଡେଇଁପଡିଥିଲେ ପର୍ଶୁରାମ ।

ସେପଟେ ନଦୀକୁ ଡେଇଁପଡିଥିବା ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ବିଳମ୍ବିତ ରାତି ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଶେଷରେ ଗୁରୁବାର ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।