ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ବାର୍ଷିକରେ ଅଯୋଧ୍ୟା ଉତ୍ସବମୁଖର
ଅଯୋଧ୍ୟା ୧୧।୧: ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବର୍ଷଟିଏ ପୂରଣ ହୋଇଛି। ଅଯୋଧ୍ୟା ସହିତ ସାରା ଦେଶରେ ଶ୍ରୀରାମ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ପାଳନ ହେଉଛି। ଏଥି ପାଇଁ ଅଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି। ୧୧ ଜାନୁୟାରୀ ଶନିବାର ଆରମ୍ଭ ହୋଇଥିବା ଏହି ଆୟୋଜନ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଆୟୋଜନକାଳରେ ରାମ ଭକ୍ତ ମନ୍ଦିର ପହଞ୍ଚି ଏଥିରେ ସାମିଲ ହୋଇ ପାରିବେ। ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ୨୦୨୪ ମସିହା ଜାନୁୟାରୀ ୨୨ ତାରିଖ ପୈଷମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଅଯୋଧ୍ୟାରେ ଶ୍ରୀ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ୨୦୨୫ ମସିହାରେ ଏହି ସଂଯୋଗ ୧୧ ଜାନୁୟାରୀରେ ପଡିଛି। ଏହି କାରଣରୁ ରାମ ମନ୍ଦିରର ପ୍ରଥମ ବାର୍ଷିକ ୧୧ ଜାନୁୟାରୀ ଶନିବାର ପାଳିତ ହେଉଛି। ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ଅବସରରେ ଖାସ ବ୍ୟବସ୍ଥା କରାଯାଇଛି। ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୋଜନରେ ସାଧାରଣ ଲୋକେ ବି ସାମଲ ହୋଇ ପାରିବେ। अयोध्या में रामलला की प्राण-प्रतिष्ठा की प्रथम वर्षगांठ पर समस्त देशवासियों को बहुत-बहुत शुभकामनाएं। सदियों के त्याग, तपस्या और संघर्ष से बना यह मंदिर हमारी संस्कृति और अध्यात्म की महान धरोहर है। मुझे विश्वास है कि यह दिव्य-भव्य राम मंदिर विकसि
ଅଯୋଧ୍ୟା ୧୧।୧: ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବର୍ଷଟିଏ ପୂରଣ ହୋଇଛି। ଅଯୋଧ୍ୟା ସହିତ ସାରା ଦେଶରେ ଶ୍ରୀରାମ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ପାଳନ ହେଉଛି। ଏଥି ପାଇଁ ଅଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି। ୧୧ ଜାନୁୟାରୀ ଶନିବାର ଆରମ୍ଭ ହୋଇଥିବା ଏହି ଆୟୋଜନ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଆୟୋଜନକାଳରେ ରାମ ଭକ୍ତ ମନ୍ଦିର ପହଞ୍ଚି ଏଥିରେ ସାମିଲ ହୋଇ ପାରିବେ।
ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ୨୦୨୪ ମସିହା ଜାନୁୟାରୀ ୨୨ ତାରିଖ ପୈଷମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଅଯୋଧ୍ୟାରେ ଶ୍ରୀ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ୨୦୨୫ ମସିହାରେ ଏହି ସଂଯୋଗ ୧୧ ଜାନୁୟାରୀରେ ପଡିଛି। ଏହି କାରଣରୁ ରାମ ମନ୍ଦିରର ପ୍ରଥମ ବାର୍ଷିକ ୧୧ ଜାନୁୟାରୀ ଶନିବାର ପାଳିତ ହେଉଛି। ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ଅବସରରେ ଖାସ ବ୍ୟବସ୍ଥା କରାଯାଇଛି। ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୋଜନରେ ସାଧାରଣ ଲୋକେ ବି ସାମଲ ହୋଇ ପାରିବେ।
अयोध्या में रामलला की प्राण-प्रतिष्ठा की प्रथम वर्षगांठ पर समस्त देशवासियों को बहुत-बहुत शुभकामनाएं। सदियों के त्याग, तपस्या और संघर्ष से बना यह मंदिर हमारी संस्कृति और अध्यात्म की महान धरोहर है। मुझे विश्वास है कि यह दिव्य-भव्य राम मंदिर विकसित भारत के संकल्प की सिद्धि में एक… pic.twitter.com/DfgQT1HorT— Narendra Modi (@narendramodi) January 11, 2025
ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତରାୟ କହିଛନ୍ତି ଯେ ଟ୍ରଷ୍ଟ ଏଥର ସେହି ଲୋକଙ୍କୁ ବି ନିମନ୍ତ୍ରଣ କରିଛି ଯେଉଁମାନେ ଗତବର୍ଷ କୌଣସି କାରଣ ବସତଃ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ପାରିନଥିଲେ। ମିଳୁଥିବା ସୂଚନା ଅନୁସାରେ ମନ୍ଦିରରେ ମଧ୍ୟାହ୍ନ ୨ଟାରୁ ରାମ କଥା ପ୍ରବଚନ ଆରମ୍ଭ ହେଉଛି। ଏହା ପରେ ରାମଚରିତ ମାନସ ଉପରେ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସବୁଦିନ ସକାଳେ ପ୍ରସାଦ ବିତରଣ ହେବ।
ଏହି ଖାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ‘ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ବର୍ଷବର୍ଷର ତ୍ୟାଗ, ତପସ୍ୟା ଓ ସଂଘର୍ଷରେ ନିର୍ମିତ ହୋଇଥିବା ଏହି ମନ୍ଦିର ଆମ ସଂସ୍କୃତି ଓ ଆଧ୍ୟାତ୍ମ୍ୟର ମହାନ ଉତ୍ତରାଧିକାରୀ। ମୋତେ ବିଶ୍ୱାସ ଯେ ଏହି ଦିବ୍ୟ ଓ ଭବ୍ୟ ରାମ ମନ୍ଦିର ବିକଶିତ ଭାରତର ସଂକଳ୍ପ ସିଦ୍ଧିରେ ଏକ ବଡ଼ ପ୍ରେରଣା ହେବ।’