USAIDର ଫଣ୍ଡିଂ, ଭାରତର ଅଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ...ଆମେରିକାର ପୂର୍ବତନ ଅଧିକାରୀଙ୍କ ବଡ଼ ଖୁଲାସା
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ସମେତ ବିଶ୍ୱର ଅନେକ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ଆମେରିକା ହସ୍ତକ୍ଷେପ କରୁଥିଲା । ଏ କଥା ଆଉ କେହି ନୁହେଁ ବରଂ ଆମେରିକା ପ୍ରଶାସନର ପୂର୍ବତନ ବରିଷ୍ଠ ଅଧିକାରୀ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ମାଇକ୍ ବେଞ୍ଜଙ୍କ ଏହି ବୟାନ ପରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବେଞ୍ଜ ଅଭିଯୋଗ କରିଛନ୍ତି ଯେ ଆମେରିକାର ବୈଦେଶିକ ନୀତି ମଧ୍ୟରେ ଥିବା ଏଜେନ୍ସିଗୁଡ଼ିକ, (USAID, ଥିଙ୍କ୍ ଟ୍ୟାଙ୍କ୍ ଏବଂ ବରିଷ୍ଠ ଟେକ୍ କମ୍ପାନି) ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରିଥିଲେ ।ମାଇକ୍ ବେଞ୍ଜଙ୍କ ଅନୁସାରେ ଏହିସବୁ ପ୍ରୟାସର ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ବିରୋଧରେ କାମ କରିବା । ଆମେରିକାର ବୈଦେଶିକ ବିଭାଗର ପୂର୍ବତନ ଅଧିକାରୀ ମାଇକ୍ ବେଞ୍ଜ ଦାବି କରିଛନ୍ତି ଯେ ଭାରତ-ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଅନେକ ସମ୍ୱଳର ବ୍ୟବହାର କରାଯାଇଛି । ଏଥିରେ ମିଡିଆ ଏନଫ୍ୟୁଏନ୍ସ, ସୋସିଆଲ୍ ମିଡିଆ ସେନ୍ସରଶିପ୍ ଏବଂ ବିରୋଧୀଙ୍କ ଅଭିଯାନକୁ ଫଣ୍ଡିଂ ସାମିଲ ରହିଥିଲା ।ବେଞ୍ଜଙ୍କ ଅନୁସାରେ, ଆମେରିକା ସମର୍ଥିତ ଏଜେନ୍ସିଗୁଡ଼ିକ ନିର୍ବାଚନକୁ ପ୍ରଭାବିତ କରିବା, ସରକାରଙ୍କୁ ଅସ୍ଥିର କରିବା ଏବଂ ବିଦେଶୀ ପ୍ରଶାସନକୁ ୱାଶିଂଟନର ରାଜନୈତିକ ହିତ ସାଧନ କରିବାରେ ଏକ ଢାଲ ପରି ବ
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ସମେତ ବିଶ୍ୱର ଅନେକ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ଆମେରିକା ହସ୍ତକ୍ଷେପ କରୁଥିଲା । ଏ କଥା ଆଉ କେହି ନୁହେଁ ବରଂ ଆମେରିକା ପ୍ରଶାସନର ପୂର୍ବତନ ବରିଷ୍ଠ ଅଧିକାରୀ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ମାଇକ୍ ବେଞ୍ଜଙ୍କ ଏହି ବୟାନ ପରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବେଞ୍ଜ ଅଭିଯୋଗ କରିଛନ୍ତି ଯେ ଆମେରିକାର ବୈଦେଶିକ ନୀତି ମଧ୍ୟରେ ଥିବା ଏଜେନ୍ସିଗୁଡ଼ିକ, (USAID, ଥିଙ୍କ୍ ଟ୍ୟାଙ୍କ୍ ଏବଂ ବରିଷ୍ଠ ଟେକ୍ କମ୍ପାନି) ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରିଥିଲେ ।
ମାଇକ୍ ବେଞ୍ଜଙ୍କ ଅନୁସାରେ ଏହିସବୁ ପ୍ରୟାସର ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ବିରୋଧରେ କାମ କରିବା । ଆମେରିକାର ବୈଦେଶିକ ବିଭାଗର ପୂର୍ବତନ ଅଧିକାରୀ ମାଇକ୍ ବେଞ୍ଜ ଦାବି କରିଛନ୍ତି ଯେ ଭାରତ-ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଅନେକ ସମ୍ୱଳର ବ୍ୟବହାର କରାଯାଇଛି । ଏଥିରେ ମିଡିଆ ଏନଫ୍ୟୁଏନ୍ସ, ସୋସିଆଲ୍ ମିଡିଆ ସେନ୍ସରଶିପ୍ ଏବଂ ବିରୋଧୀଙ୍କ ଅଭିଯାନକୁ ଫଣ୍ଡିଂ ସାମିଲ ରହିଥିଲା ।
ବେଞ୍ଜଙ୍କ ଅନୁସାରେ, ଆମେରିକା ସମର୍ଥିତ ଏଜେନ୍ସିଗୁଡ଼ିକ ନିର୍ବାଚନକୁ ପ୍ରଭାବିତ କରିବା, ସରକାରଙ୍କୁ ଅସ୍ଥିର କରିବା ଏବଂ ବିଦେଶୀ ପ୍ରଶାସନକୁ ୱାଶିଂଟନର ରାଜନୈତିକ ହିତ ସାଧନ କରିବାରେ ଏକ ଢାଲ ପରି ବ୍ୟବହାର କରାଯାଇଥିଲା । ଅଧିକାରୀ ଜଣକ ଦାବି କରିଛନ୍ତି ଯେ ଏହି ସଂସ୍ଥାନଗୁଡ଼ିକ ନିର୍ବାଚନର ନେରେଟିଭକୁ ପ୍ରଭାବିତ କରିବା ପାଇଁ ଏକ ହୋଇ କାମ କରିଥିଲେ । ଏହି ସଂସ୍ଥାଗୁଡ଼ିକ ଲୋକଙ୍କ ମଧ୍ୟରେ ପ୍ରଚାର କରିଥିଲେ ଯେ, ମୋଦୀଙ୍କ ରାଜନୈତିକ ସଫଳତା ମିଛ ବୟାନ ଏବଂ ଭୁଲ ସୂଚନାର ପରିମାଣ ଥିଲା । ଏହାକୁ ବ୍ୟାପକ ସେନସରଶିପ୍ ଆଧାରରେ ପ୍ରସ୍ତୁତ କରି ନେରେଟିଭ୍ ସ୍ଥିର କରାଯାଇଥିଲା ।
I foretold all of this in a prophecy to India long ago ???? https://t.co/oi8dqrZQma pic.twitter.com/9bJx2t7BGK— Mike Benz (@MikeBenzCyber) February 11, 2025
ତେବେ ମାଇକ୍ ବେଞ୍ଜ କିଏ ? ତାଙ୍କର ଏହି କଥାର ମହତ୍ୱ କେତେ ? ବେଞ୍ଜଙ୍କ କଥା ଗୁରୁତ୍ୱ ଏଥିପାଇଁ ଅଧିକ ରହୁଛି କାରଣ ସେ ଆମେରିକୀୟ ବିଦେଶ ବିଭାଗର ପୂର୍ବତନ ଅଧିକାରୀ । ୨୦୨୦-୨୧ରେ ଅନ୍ତରାଷ୍ଟ୍ରୀୟ ସଂଚାର ଏବଂ ସୂଚନା ପ୍ରଯୁକ୍ତିର ଉପସହାୟକ ସଚିବ ରୂପେ କାର୍ଯ୍ୟ କରିଥିଲେ । ଏହି ଭୂମିକାରେ ସେ ସାଇବର୍ ପ୍ରସଙ୍ଗରେ ଆମେରିକାର ନୀତି ପ୍ରସ୍ତୁତ କରିବା ଏବଂ ବଡ଼ ବଡ଼ ଟେକ୍ କମ୍ପାନି ସହ ମିଶି କାମ କରିଥିଲେ । ନିଜର ସରକାରୀ ସେବା ପୂର୍ବରୁ ସେ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଭାଷଣ ଲେଖିଥିଲେ ଏବଂ ପ୍ରଯୁକ୍ତି ମାମଲାରେ ପରାମର୍ଶଦାତା ଥିଲେ ।