ସିଡନୀ ଟେଷ୍ଟ ପରେ ଅବସର ନେବେ ରୋହିତ ଶର୍ମା ! ସାମ୍ନାକୁ ଆସିଲା ବଡ଼ ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଉପରେ ଶୀର୍ଘ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ସିଡନୀ ଟେଷ୍ଟ ପରେ ସେ କ୍ରିକେଟ୍‌ର ଏହି ଲମ୍ବା ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିବେ ବୋଲି ମିଡିଆ ରିପୋର୍ଟରୁ ପ୍ରକାଶ। ଏହାକୁ ନେଇ ଆନୁଷ୍ଠାନିକ ଘୋଷଣା ହୋଇ ନ ଥିଲେ ହେଁ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଡନୀ ଟେଷ୍ଟ ପରେ ରୋହିତ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିବେ। ଟି-୨୦ ବିଶ୍ଵକପ୍ ୨୦୨୪ ଜିତିବା ପରେ ରୋହିତ ଶର୍ମା ଏହି ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଆଉ ଏବେ ସେ ଟେଷ୍ଟ କ୍ରିକେଟ୍‌ରୁ ବିଦାୟ ନେଇ ପାରନ୍ତି। ଏପରିକି ଏହି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ, ଚାମ୍ପିଅନ୍ସ ଟ୍ରଫି ପରେ ହିଟ୍‌ମ୍ୟାନ ଦିନିକିଆ କ୍ୟାରିୟକୁ ନେଇ ବଡ଼ ନିଷ୍ପତ୍ତି ନେବେ।ନୂଆ ବର୍ଷରେ ବୁମରାଙ୍କ ନାଁରେ ବଡ଼ ରେକର୍ଡ, ଟେଷ୍ଟରେ ରଚିଲେ ଇତିହାସବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏ ପର୍ଯ୍ୟନ୍ତ ସିରିଜ୍‌ରେ ରୋହିତ ଶର୍ମା ୬.୨୦ ହାରରେ ମାତ୍ର ୩୧ ରନ କରିଛନ୍ତି। ମେଲବର୍ଣ୍ଣ ଟେଷ୍ଟରେ ଭାରତୀୟ ଦଳର ପରାଜୟ ପରେ ରୋହିତ ଶର୍ମାଙ୍କ ବ୍ୟାଟିଂ ସହ ନେତୃତ୍ଵ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କୁହାଯାଉଥିଲା ମେଲବର୍ଣ୍ଣ ଟେଷ୍ଟ ପରେ ରୋହିତ ନିଜର କ୍ୟାରିୟରକୁ ନେଇ ବଡ଼ ଘୋଷଣା କରି ପାରନ୍ତି।

ସିଡନୀ ଟେଷ୍ଟ ପରେ ଅବସର ନେବେ ରୋହିତ ଶର୍ମା ! ସାମ୍ନାକୁ ଆସିଲା ବଡ଼ ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଉପରେ ଶୀର୍ଘ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ସିଡନୀ ଟେଷ୍ଟ ପରେ ସେ କ୍ରିକେଟ୍‌ର ଏହି ଲମ୍ବା ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିବେ ବୋଲି ମିଡିଆ ରିପୋର୍ଟରୁ ପ୍ରକାଶ। ଏହାକୁ ନେଇ ଆନୁଷ୍ଠାନିକ ଘୋଷଣା ହୋଇ ନ ଥିଲେ ହେଁ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଡନୀ ଟେଷ୍ଟ ପରେ ରୋହିତ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିବେ।

 ଟି-୨୦ ବିଶ୍ଵକପ୍ ୨୦୨୪ ଜିତିବା ପରେ ରୋହିତ ଶର୍ମା ଏହି ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଆଉ ଏବେ ସେ ଟେଷ୍ଟ କ୍ରିକେଟ୍‌ରୁ ବିଦାୟ ନେଇ ପାରନ୍ତି। ଏପରିକି ଏହି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ, ଚାମ୍ପିଅନ୍ସ ଟ୍ରଫି ପରେ ହିଟ୍‌ମ୍ୟାନ ଦିନିକିଆ କ୍ୟାରିୟକୁ ନେଇ ବଡ଼ ନିଷ୍ପତ୍ତି ନେବେ।

ନୂଆ ବର୍ଷରେ ବୁମରାଙ୍କ ନାଁରେ ବଡ଼ ରେକର୍ଡ, ଟେଷ୍ଟରେ ରଚିଲେ ଇତିହାସ

ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏ ପର୍ଯ୍ୟନ୍ତ ସିରିଜ୍‌ରେ ରୋହିତ ଶର୍ମା ୬.୨୦ ହାରରେ ମାତ୍ର ୩୧ ରନ କରିଛନ୍ତି। ମେଲବର୍ଣ୍ଣ ଟେଷ୍ଟରେ ଭାରତୀୟ ଦଳର ପରାଜୟ ପରେ ରୋହିତ ଶର୍ମାଙ୍କ ବ୍ୟାଟିଂ ସହ ନେତୃତ୍ଵ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କୁହାଯାଉଥିଲା ମେଲବର୍ଣ୍ଣ ଟେଷ୍ଟ ପରେ ରୋହିତ ନିଜର କ୍ୟାରିୟରକୁ ନେଇ ବଡ଼ ଘୋଷଣା କରି ପାରନ୍ତି। ମାତ୍ର ସେ ଏମିତି କଳ୍ପନା ଜଳ୍ପନାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ। କିନ୍ତୁ ସିଡନୀ ମ୍ୟାଚ୍ ପରେ ରୋହିତ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବା ନେଇ ଚର୍ଚ୍ଚା ଜୋର ଧରିଛି। 

ମେଲବର୍ଣ୍ଣ ଟେଷ୍ଟ ପରେ ରୋହିତ ଶର୍ମା କହିଥିଲେ, ଏହି ପରାଜୟ ମାନସିକ ଭାବେ ଯନ୍ତ୍ରଣାଦାୟକ। ଆମେ ବହୁତ ଦୟନୀୟ ପ୍ରଦର୍ଶନ କରିଛୁ ଏଥିରେ କୌଣସି ଦ୍ଵିମତ ନାହିଁ। ଯଦି ନିଜର ରଣନୀତି ଠିକ୍ ଭାବେ ସଫଳ ହେବନି ତେବେ ନିରାଶ  ହେବା ସ୍ଵାଭାବିକ। ଆଉ ମେଲବର୍ଣ୍ଣ ପରାଜୟ ଆମ ସଭିଙ୍କ ପାଇଁ ବହୁତ ନିରାଶର କ୍ଷଣ।