ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ ‘ସୁଭଦ୍ରା’ ଯୋଜନା, ଚଳିତ ବର୍ଷ ୩ଥର ମା’ମାନେ ଟଙ୍କା ପାଇବେ
ଭୁବନେଶ୍ବର ୧।୧: ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ ସୁଭଦ୍ରା ଯୋଜନା । ୨୦୨୫ ସୁଭଦ୍ରାର ବର୍ଷ ହେବ । ଚଳିତ ବର୍ଷ ୩ ଥର ମା’ ମାନେ ସୁଭଦ୍ରା ଟଙ୍କା ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସେ ଆହୁରି କହିଛନ୍ତି, ଆମ ପାଖରେ କିଛି ଚ୍ୟାଲେଞ୍ଜ ନାହିଁ । ଯେତେବେଳେ ଯେଉଁ ସମସ୍ୟା ସାମ୍ନାକୁ ଆସିବ, ତାକୁ ସମାଧାନ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଲୋକଙ୍କ ସମସ୍ୟା ସରକାରଙ୍କ ସମସ୍ୟା । ସବୁ ସମସ୍ୟା ସମାଧାନର ବାଟ ବାହାର କରିବା ପାଇଁ ଆମେ ସରକାରକୁ ଆସିଛୁ । ସାଧାରଣ ଲୋକ ମାନେ ଦେଇଥିବା ଦାୟିତ୍ୱକୁ ତୁଲାଇବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି । ଆମ ସରକାରରେ ପ୍ରତିଶ୍ରୁତି ନୁହେଁ, ପ୍ରତିବଦ୍ଧତା । ୨୦୨୫ ରେ ଉତ୍କର୍ଷ ଓଡ଼ିଶାର ମୂଳଦୁଆ ପଡ଼ିବ । ଇଂରାଜୀ ନବବର୍ଷର ପ୍ରଥମ ମାସ ବହୁତ ଘଟଣା ବହୁଳ ହେବ । କଥାରେ ନୁହେଁ, କାମରେ କରି ଦେଖାଇବୁ । ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି ।୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ୩ରୁ ୧ ନମ୍ବର ହେବ ଓଡ଼ିଶା । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବେଷ୍ଟ କେପ୍ଟ ସିକ୍ରେଟ୍ ଓପନ୍ ହେବ । ଉତ୍କର୍ଷ ଓଡ଼ିଶାରେ ସିଙ୍ଗିଲ ୱିଣ୍ଡୋରେ ଆସିଥିବା ନିବେଶକ ମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଦେଖିପାରିବେ । କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳ
ଭୁବନେଶ୍ବର ୧।୧: ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ ସୁଭଦ୍ରା ଯୋଜନା । ୨୦୨୫ ସୁଭଦ୍ରାର ବର୍ଷ ହେବ । ଚଳିତ ବର୍ଷ ୩ ଥର ମା’ ମାନେ ସୁଭଦ୍ରା ଟଙ୍କା ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସେ ଆହୁରି କହିଛନ୍ତି, ଆମ ପାଖରେ କିଛି ଚ୍ୟାଲେଞ୍ଜ ନାହିଁ । ଯେତେବେଳେ ଯେଉଁ ସମସ୍ୟା ସାମ୍ନାକୁ ଆସିବ, ତାକୁ ସମାଧାନ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଲୋକଙ୍କ ସମସ୍ୟା ସରକାରଙ୍କ ସମସ୍ୟା । ସବୁ ସମସ୍ୟା ସମାଧାନର ବାଟ ବାହାର କରିବା ପାଇଁ ଆମେ ସରକାରକୁ ଆସିଛୁ । ସାଧାରଣ ଲୋକ ମାନେ ଦେଇଥିବା ଦାୟିତ୍ୱକୁ ତୁଲାଇବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି । ଆମ ସରକାରରେ ପ୍ରତିଶ୍ରୁତି ନୁହେଁ, ପ୍ରତିବଦ୍ଧତା । ୨୦୨୫ ରେ ଉତ୍କର୍ଷ ଓଡ଼ିଶାର ମୂଳଦୁଆ ପଡ଼ିବ । ଇଂରାଜୀ ନବବର୍ଷର ପ୍ରଥମ ମାସ ବହୁତ ଘଟଣା ବହୁଳ ହେବ । କଥାରେ ନୁହେଁ, କାମରେ କରି ଦେଖାଇବୁ ।
ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି ।୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ୩ରୁ ୧ ନମ୍ବର ହେବ ଓଡ଼ିଶା । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବେଷ୍ଟ କେପ୍ଟ ସିକ୍ରେଟ୍ ଓପନ୍ ହେବ । ଉତ୍କର୍ଷ ଓଡ଼ିଶାରେ ସିଙ୍ଗିଲ ୱିଣ୍ଡୋରେ ଆସିଥିବା ନିବେଶକ ମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଦେଖିପାରିବେ । କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳର ଭରି ରହିଥିବା ପ୍ରାଚ୍ୟୁର୍ଯ୍ୟକୁ ବିଶ୍ଵ ଦରବାରରେ ଦେଖାଇବା ପାଇଁ ଆମେ ସଫଳ ହେବୁ । ୭ ହଜାରରୁ ୮ ହାଜର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ । ଅତିଥି ଦେବ ଭବୋ ସଂସ୍କୃତିରେ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।
You Can Read: