ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ଆଲୋଚନା ହେଉଥିଲା ଯେ, ସୌମ୍ୟ ଘସିପୁରାରୁ ଭାଜପା ବିଧାୟକ ପ୍ରାର୍ଥୀ ହେବେ। କିନ୍ତୁ ଗୁରୁବାର ଭାଜପା ଏହି ଆସନରୁ ଡା. ଶମ୍ଭୁନାଥ ରାଉତ ନାମ ଘୋଷଣା କରିଛି। ମଙ୍ଗଳବାର ସୌମ୍ୟ ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଯିବା ବାଟରେ ୨୦ନଂ. ଜାତୀୟ ରାଜପଥର […] The post ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ appeared first on Dharitri Odia News.

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୂର୍ବରୁ ଆଲୋଚନା ହେଉଥିଲା ଯେ, ସୌମ୍ୟ ଘସିପୁରାରୁ ଭାଜପା ବିଧାୟକ ପ୍ରାର୍ଥୀ ହେବେ। କିନ୍ତୁ ଗୁରୁବାର ଭାଜପା ଏହି ଆସନରୁ ଡା. ଶମ୍ଭୁନାଥ ରାଉତ ନାମ ଘୋଷଣା କରିଛି।

ମଙ୍ଗଳବାର ସୌମ୍ୟ ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଯିବା ବାଟରେ ୨୦ନଂ. ଜାତୀୟ ରାଜପଥର ଜରଦା, ରାମଚନ୍ଦ୍ରପୁର, ବଡ଼ ପଦନା, ସୁଅଁାପଦା, ଖଲଣା, ସାଇଁକୁଳ, ହସନପୁର ଏବଂ ଘଷିପୁରା ସହ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ଘଷିପୁରା ତାଙ୍କ ଜନ୍ମ ମାଟି, ଏଠାରୁ ପ୍ରାର୍ଥୀ ହେବା ପାଇଁ ନିର୍ବାଚନମଣ୍ଡଳୀବାସୀ ଚାପ ପକାଉଛନ୍ତି। ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିଛି। ୨ ଦିନ ଭିତରେ ନିଷ୍ପତ୍ତି ଜଣାଇବେ ବୋଲି ସେ କହିଥିଲେ।

The post ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ appeared first on Dharitri Odia News.