ରାତିଅଧରେ ହୋଟେଲରେ ରେଡ୍, ମିଳିଲା ଆପତ୍ତିଜନକ ସାମଗ୍ରୀ

ଭଦ୍ରକ ୨୪।୦୩ : ରାତିଅଧରେ ହୋଟେଲରେ ଚଢାଉ । ମିଳିଲା ବହୁ ଆପତ୍ତିଜନକ ସାମଗ୍ରୀ । ସନ୍ଦେହରେ ଦୁଇ ଦଣଙ୍କ ଅଟକ ରଖିଛି ପୋଲିସ । ଭଦ୍ରକ ସହର ଅପର୍ତ୍ତବିନ୍ଧା ସ୍ଥିତ କଳିଙ୍ଗ ଗେଷ୍ଟ ହାଉସ୍‌ ଉପରେ ହୋଇଛି ଚଢାଉ । ଖବର ଅନୁଯାୟୀ, ଅପର୍ତ୍ତିବିନ୍ଧା ସ୍ଥିତ କଳିଙ୍ଗ ଗେଷ୍ଟ ହାଉସ ଉପରେ ଭଦ୍ରକ ସହରାଞ୍ଚଳ ଥାନା ତରଫରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ବେଳେ ହୋଟେଲରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ପୋଲିସ ସନ୍ଦେହରେ ଥାନାକୁ ଆଣିଥିବା ବେଳେ ହୋଟେଲ ପରିସରରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏହି ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ପୋଲିସ ଚଢ଼ାଉ କରିଥିଲା ।

ରାତିଅଧରେ ହୋଟେଲରେ ରେଡ୍, ମିଳିଲା ଆପତ୍ତିଜନକ ସାମଗ୍ରୀ

ଭଦ୍ରକ ୨୪।୦୩ : ରାତିଅଧରେ ହୋଟେଲରେ ଚଢାଉ । ମିଳିଲା ବହୁ ଆପତ୍ତିଜନକ ସାମଗ୍ରୀ । ସନ୍ଦେହରେ ଦୁଇ ଦଣଙ୍କ ଅଟକ ରଖିଛି ପୋଲିସ । ଭଦ୍ରକ ସହର ଅପର୍ତ୍ତବିନ୍ଧା ସ୍ଥିତ କଳିଙ୍ଗ ଗେଷ୍ଟ ହାଉସ୍‌ ଉପରେ ହୋଇଛି ଚଢାଉ । 

ଖବର ଅନୁଯାୟୀ, ଅପର୍ତ୍ତିବିନ୍ଧା ସ୍ଥିତ କଳିଙ୍ଗ ଗେଷ୍ଟ ହାଉସ ଉପରେ ଭଦ୍ରକ ସହରାଞ୍ଚଳ ଥାନା ତରଫରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ବେଳେ ହୋଟେଲରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ପୋଲିସ ସନ୍ଦେହରେ ଥାନାକୁ ଆଣିଥିବା ବେଳେ ହୋଟେଲ ପରିସରରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏହି ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ପୋଲିସ ଚଢ଼ାଉ କରିଥିଲା ।