୮୪% ସରକାରୀ ଚାକିରୀ ଖାଇବ AI, ରିପୋର୍ଟରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା…

ନୂଆଦିଲ୍ଲୀ :ବର୍ତ୍ତମାନ ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI) ବିଷୟରେ ଜାଣିଛନ୍ତି । ପ୍ରତିଦିନ ଶୁଣିବାକୁ ମିଳୁଛି କି AI ଲୋକଙ୍କର ଚାକିରୀ  ଖାଇଯିବ । ଅନେକ AIକୁ ସେମାନଙ୍କର ବନ୍ଧୁ ମାନୁଥିବା ବେଳେ ଅନେକଙ୍କ ଏହାକୁ ନେଇ ଭିନ୍ନ ଚିନ୍ତା ରହିଛି ।  ବର୍ତ୍ତମାନ ସମୟରେ ଆମେ କରୁଥିବା ଚାକିରୀ  ଭବିଷ୍ୟତରେ ସେଗୁଡ଼ିକ ହଜିଯାଇପାରେ । ଏକଥା ଆମେ କହୁନୁ, ଏପରି ଏକ ରିପୋର୍ଟରେ ପ୍ରକାଶ ପାଇଛି । ବାସ୍ତବରେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମ୍ବନ୍ଧରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି । ଯେଉଁଥିରେ କୁହାଯାଇଛି ଯେ ଏଆଇ ସରକାରୀ ଚାକିରିର ପ୍ରାୟ ୮୪ ପ୍ରତିଶତ ଚାକରୀ ଖାଇପାରେ । ଦ ଆଲାନ୍ ଟୁରିଙ୍ଗ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଏକ ଗବେଷଣା କରାଯାଇଛି, ଯେଉଁଥିରେ ୨୦୦ ସରକାରୀ ଚାକିରିକୁ ସାମିଲ୍‌ କରାଯାଇଥିଲା । ଏହି ରିପୋର୍ଟରେ କୁହାଯାଇଛି କି ଏହି ସେବାଗୁଡିକ ଏପରି ଯେ ମଣିଷ ଏଥିରେ ହସ୍ତକ୍ଷେପ ନକଲେ ମଧ୍ୟ କୌଣସି ଫରକ୍‌ ପଡିବନି ।  ଏହାର ଅର୍ଥ ହେଉଛି କି ଏହି କାର୍ଯ୍ୟ ଗୁଡିକୁ AI ସାହାଯ୍ୟରେ କରାଯାଇପାରିବ ।  ଉଦାହରଣ ସ୍ୱରୂପ ଏଥିରେ ପାସପୋର୍ଟର ପ୍ରୋସେସିଙ୍ଗ୍, ଭୋଟ୍ ପାଇଁ ପଞ୍ଜୀକରଣ ଇତ୍ୟାଦି ସେବା ଅନ୍ତର୍ଭୁକ୍ତ । ଏହି ଅଧ୍ୟୟନ ବ୍ରିଟେନ ସରକାରଙ୍କ କାର୍ଯ୍ୟକାରିତାକୁ ନେଇ ହୋଇଥିଲା । ଯେଉଁଥିରେ ଜଣାପଡିଛି କି ଏହି ସରକାରୀ ଚାକିରୀ ଗୁଡିକୁ ସ୍ୱୟଂଚାଳିତ ଭାବେ କରାଯାଇପାରିବ । 

୮୪% ସରକାରୀ ଚାକିରୀ ଖାଇବ AI, ରିପୋର୍ଟରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା…

ନୂଆଦିଲ୍ଲୀ :ବର୍ତ୍ତମାନ ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI) ବିଷୟରେ ଜାଣିଛନ୍ତି । ପ୍ରତିଦିନ ଶୁଣିବାକୁ ମିଳୁଛି କି AI ଲୋକଙ୍କର ଚାକିରୀ  ଖାଇଯିବ । ଅନେକ AIକୁ ସେମାନଙ୍କର ବନ୍ଧୁ ମାନୁଥିବା ବେଳେ ଅନେକଙ୍କ ଏହାକୁ ନେଇ ଭିନ୍ନ ଚିନ୍ତା ରହିଛି ।  

ବର୍ତ୍ତମାନ ସମୟରେ ଆମେ କରୁଥିବା ଚାକିରୀ  ଭବିଷ୍ୟତରେ ସେଗୁଡ଼ିକ ହଜିଯାଇପାରେ । ଏକଥା ଆମେ କହୁନୁ, ଏପରି ଏକ ରିପୋର୍ଟରେ ପ୍ରକାଶ ପାଇଛି । ବାସ୍ତବରେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମ୍ବନ୍ଧରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି । ଯେଉଁଥିରେ କୁହାଯାଇଛି ଯେ ଏଆଇ ସରକାରୀ ଚାକିରିର ପ୍ରାୟ ୮୪ ପ୍ରତିଶତ ଚାକରୀ ଖାଇପାରେ । 

ଦ ଆଲାନ୍ ଟୁରିଙ୍ଗ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଏକ ଗବେଷଣା କରାଯାଇଛି, ଯେଉଁଥିରେ ୨୦୦ ସରକାରୀ ଚାକିରିକୁ ସାମିଲ୍‌ କରାଯାଇଥିଲା । ଏହି ରିପୋର୍ଟରେ କୁହାଯାଇଛି କି ଏହି ସେବାଗୁଡିକ ଏପରି ଯେ ମଣିଷ ଏଥିରେ ହସ୍ତକ୍ଷେପ ନକଲେ ମଧ୍ୟ କୌଣସି ଫରକ୍‌ ପଡିବନି ।  

ଏହାର ଅର୍ଥ ହେଉଛି କି ଏହି କାର୍ଯ୍ୟ ଗୁଡିକୁ AI ସାହାଯ୍ୟରେ କରାଯାଇପାରିବ ।  ଉଦାହରଣ ସ୍ୱରୂପ ଏଥିରେ ପାସପୋର୍ଟର ପ୍ରୋସେସିଙ୍ଗ୍, ଭୋଟ୍ ପାଇଁ ପଞ୍ଜୀକରଣ ଇତ୍ୟାଦି ସେବା ଅନ୍ତର୍ଭୁକ୍ତ । 

ଏହି ଅଧ୍ୟୟନ ବ୍ରିଟେନ ସରକାରଙ୍କ କାର୍ଯ୍ୟକାରିତାକୁ ନେଇ ହୋଇଥିଲା । ଯେଉଁଥିରେ ଜଣାପଡିଛି କି ଏହି ସରକାରୀ ଚାକିରୀ ଗୁଡିକୁ ସ୍ୱୟଂଚାଳିତ ଭାବେ କରାଯାଇପାରିବ ।  ଯାହା ପ୍ରାୟ ୧୪.୩ କୋଟି କାରବାର କରିଥାଏ । ଏହି ଉପାୟରେ ଯଦି ସେବା ଉପରେ ଅଟୋମେସନ୍‌ ଲାଗୁ କରାଯାଏ,  ତେବେ କାରବାରରେ ମନୁଷ୍ୟର ହସ୍ତକ୍ଷେପ ଦୂର ହୋଇଯିବ ।  

ଏହାପୂର୍ବରୁ ଜାନୁଆରୀରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା କହିଥିଲେ ଯେ ସାରା ବିଶ୍ୱରେ ଚାକିରୀ ସୁରକ୍ଷା ପାଇଁ ଏଆଇ ଏକ ବଡ଼ ବିପଦ ଆଣିପାରେ। ଜର୍ଜିଭା କହିଛନ୍ତି AI ବିଶ୍ୱରେ ୬୦ ପ୍ରତିଶତ ଚାକିରି ଉପରେ ପ୍ରଭାବ ପକାଇପାରେ ।