ଦିଗପହଣ୍ଡିରେ ବିଶ୍ୱଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞ : ଶ୍ରଦ୍ଧାଳୁଙ୍କ ଭିଡ
ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୁଡିଆଗଳିସ୍ଥିତ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞରେ ରବିବାର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁଙ୍କ ଚତୁର୍ଦ୍ଦଶୀ ଏବଂ ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ବୈଶାଖ ଶୁକ୍ଳପକ୍ଷ ଦ୍ୱାଦଶୀତିଥି ଶୁକ୍ରବାରଠାରୁ ଏହି ମହାଯଜ୍ଞ ଚାଲିଛି। ଅରୁଣ କୁମାର ସାହୁ, ସହଧର୍ମିଣୀ ସରିତା ସାହୁ କର୍ତ୍ତା ଭାବେ ମହାଯଜ୍ଞରେ ଦାୟିତ୍ୱ ତୁଲାଉଛନ୍ତି। ବୈଶାଖ ପୂର୍ଣ୍ଣମୀତିଥି ସୋମବାର ଅପରାହ୍ନରେ […] The post ଦିଗପହଣ୍ଡିରେ ବିଶ୍ୱଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞ : ଶ୍ରଦ୍ଧାଳୁଙ୍କ ଭିଡ appeared first on Dharitri Odia News.
ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୁଡିଆଗଳିସ୍ଥିତ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞରେ ରବିବାର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁଙ୍କ ଚତୁର୍ଦ୍ଦଶୀ ଏବଂ ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ବୈଶାଖ ଶୁକ୍ଳପକ୍ଷ ଦ୍ୱାଦଶୀତିଥି ଶୁକ୍ରବାରଠାରୁ ଏହି ମହାଯଜ୍ଞ ଚାଲିଛି।
ଅରୁଣ କୁମାର ସାହୁ, ସହଧର୍ମିଣୀ ସରିତା ସାହୁ କର୍ତ୍ତା ଭାବେ ମହାଯଜ୍ଞରେ ଦାୟିତ୍ୱ ତୁଲାଉଛନ୍ତି। ବୈଶାଖ ପୂର୍ଣ୍ଣମୀତିଥି ସୋମବାର ଅପରାହ୍ନରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି।
ଶୁକ୍ରବାର ପୂର୍ବାହ୍ନରେ ପଣ୍ଡିତ ରଞ୍ଜନ କୁମାର ତ୍ରିପାଠୀ ଓ ତାଙ୍କ ସହଯୋଗୀ ପୁରୋହିତବୃନ୍ଦ ଗଙ୍ଗା ଆବାହନ, ଜଳଯାତ୍ରା, ଦୀକ୍ଷା ଗ୍ରହଣ, ନାମଯଜ୍ଞ ଅଧିବାସ ଓ ଅଙ୍କୁରାରୋପଣ ପୂଜା କରିଥିଲେ। ଶନିବାର ବ୍ରାହ୍ମଣବରଣ, ଶାଲା ସଂସ୍କାର, ବୈଷ୍ଣବାଗ୍ନି ସ୍ଥାପନପରେ ଯଜ୍ଞକର୍ମ ଏବଂ ନାମଯଜ୍ଞ ଶୁଭାରମ୍ଭ କରାଯାଇଥିଲା। ସୋମବାର ସାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯିବା କାର୍ଯ୍ୟକ୍ରମ ରହିଛି। ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାଉନସିଲର ଦୀପକ କୁମାର ମିଶ୍ର, ଲକ୍ଷ୍ମୀ ନୃସିଂହ ମନ୍ଦିର ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ହରିକୃଷ୍ଣ ପଣ୍ଡା, ନରହରି ସାହୁ, ଲକ୍ଷ୍ମୀ ନୃସିଂହ ମାର୍ଥା, କେ.ମିଟୁ, ହରିକୃଷ୍ଣ ସାହୁ, ସୁଧୀର ପଣ୍ଡା, ଗୌରାଙ୍ଗ ସାହୁ, ପ୍ରମୋଦ କୁମାର ପାଣିଗ୍ରାହୀ, ହେମନ୍ତ କୁମାର ପାଣିଗ୍ରାହୀ, ଏ.ଗୋବିନ୍ଦ,ଲକ୍ଷ୍ମୀ ନୃସିଂହ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଥିବା ଜଣାପଡିଛି।
The post ଦିଗପହଣ୍ଡିରେ ବିଶ୍ୱଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞ : ଶ୍ରଦ୍ଧାଳୁଙ୍କ ଭିଡ appeared first on Dharitri Odia News.