ମୋଦିଙ୍କ ଦାକ୍ଷିଣାତ୍ୟ ଅଭିଯାନ, ନିର୍ବାଚନ ପୂର୍ବରୁ ତାମିଲନାଡୁରେ ହେଲା BJP-PMK ମେଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ୍ ମିଶନ ଜାରି ରହିଛି। ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି।

ମୋଦିଙ୍କ ଦାକ୍ଷିଣାତ୍ୟ ଅଭିଯାନ, ନିର୍ବାଚନ ପୂର୍ବରୁ ତାମିଲନାଡୁରେ ହେଲା BJP-PMK ମେଣ୍ଟ

ଦାକ୍ଷିଣାତ୍ୟ ଅଭିଯାନରେ ବିଜେପିକୁ ଆଉ ଏକ ସଫଳତା। ଆଉ ଏକ ସହଯୋଗୀ ପାଇଛି ବିଜେପି। ତାମିଲନାଡୁର PMK ସହିତ ମେଣ୍ଟ କରିଛି କରିଛି ବିଜେପି। ପିଏମକେର ମୁଖ୍ୟ ଅବୁମଣି ରାମଦୋସ କହିଛନ୍ତି, ଏନଡିଏରେ ସାମିଲ ହୋଇ ସେ ବହୁତ ଖୁସି। ଆଗରୁ ଦିଲ୍ଲୀ ପାଇଁ ବିଜେପି-ପିଏମକେ ମେଣ୍ଟ ଥିଲା। ଏବେ ତାମିଲନାଡୁରେ ମଧ୍ୟ ସେହି ମେଣ୍ଟ ହେବ। ୬୦ ବର୍ଷ ହେଲା ଅନେକ ଦଳ ତାମିଲନାଡୁରେ ଶାସନ କରି ରାଜ୍ୟକୁ ବରବାଦ କରିଛନ୍ତି। ଏବେ ନୂଆ ଯୁଗର ଆରମ୍ଭ ହେବ। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ପରିବର୍ତ୍ତନ ନିଶ୍ଚିତ ହେବ। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାରୁ କେହି ମୋଦିଙ୍କୁ ରୋକି ପାରିବେନି ବୋଲି କହିଛନ୍ତି ରାମଦୋସ।

ତେବେ ତାମିଲନାଡୁ ଲୋକସଭା ନିର୍ବାଚନ ପାଇଁ ପିଏମକେକୁ ୧୦ଟି ଲୋକସଭା ଆସନ ଦେଇଛି ବିଜେପି । ଲୋକସଭା ନିର୍ବାଚନ ପରେ ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ମଧ୍ୟ ଜିତିବୁ ବୋଲି ମଧ୍ୟ କହିଛନ୍ତି ପିଏମକେ ମୁଖ୍ୟ ଅମ୍ବୁମଣି ରାମଦୋସ।

ଅଧିକ ପଢ଼ନ୍ତୁ: ବିଜେପିରେ ଯୋଗ ଦେବେ ରାଜ୍ ଠାକରେ, ଦିଲ୍ଲୀରେ ଅମିତ ଶାହାଙ୍କ ସହ କଲେ ଆଲୋଚନା

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ୍ ମିଶନ ଜାରି ରହିଛି। ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି। ଆଜି କେରଳ ଯାଇ ପଲକ୍କଡରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ଏଥିସହିତ ଆଜି ତାମିଲନାଡ଼ୁର ସାଲେମରେ ମଧ୍ୟ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଗତକାଲି ଗୋଟିଏ ଦିନରେ ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରେ ସଧାରଣ ସଭା କରି ଜନସମ୍ଭୋଧନ କରିଥିଲେ ଦଳର ସବୁଠୁ ବଡ଼ ଷ୍ଟାର କ୍ୟାମ୍ପେନର।