ଜଳିଗଲା ୮ ବଖରା: ନଗଦ ଟଙ୍କା ସହ ସବୁ ଆସବାବପତ୍ର ପୋଡ଼ି ପାଉଁଶ
ଖଲ୍ଲିକୋଟ,୨୭ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରା ଘର ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କା ଏବଂ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନାନୁଯାୟୀ, ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ବି. ସନ୍ତୋଷୀ ପାତ୍ର, ଏନ୍ .ଶାନ୍ତି ପାତ୍ର ଏବଂ କେ.ପୂର୍ଣ୍ଣଚନ୍ଦ୍ର ପାତ୍ର ସମସ୍ତେ ଦିନମଜୁରିଆ ହୋଇଥିବାରୁ ଧାନ ବିଲରେ କାମ କରିବାକୁ ଯାଇଥିବା ବେଳେ ମଧ୍ୟାହ୍ନରେ ଅଗ୍ନିକାଣ୍ଡ […] The post ଜଳିଗଲା ୮ ବଖରା: ନଗଦ ଟଙ୍କା ସହ ସବୁ ଆସବାବପତ୍ର ପୋଡ଼ି ପାଉଁଶ appeared first on Dharitri Odia News.
ଖଲ୍ଲିକୋଟ,୨୭ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରା ଘର ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କା ଏବଂ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।
ସୂଚନାନୁଯାୟୀ, ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ବି. ସନ୍ତୋଷୀ ପାତ୍ର, ଏନ୍ .ଶାନ୍ତି ପାତ୍ର ଏବଂ କେ.ପୂର୍ଣ୍ଣଚନ୍ଦ୍ର ପାତ୍ର ସମସ୍ତେ ଦିନମଜୁରିଆ ହୋଇଥିବାରୁ ଧାନ ବିଲରେ କାମ କରିବାକୁ ଯାଇଥିବା ବେଳେ ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା। ଏହାର ସଠିକ୍ କାରଣ ଜଣା ପଡୁ ନ ଥିଲେ ମଧ୍ୟ ଶଟ୍ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ଗ୍ରାମବାସୀ କୁହନ୍ତି। ପ୍ରଥମେ ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରେ ଖବର ପାଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଏବଂ ରମ୍ଭା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। କିନ୍ତୁ ଘରେ ଥିବା ଧାନ, ଚାଉଳ, ଆଲମାରୀ ଥିବା ଲୁଗାପଟା , ଟଙ୍କା ସୁନା ଆଦି ସବୁ ପୋଡ଼ିଯାଇଛି।
ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ବାଇଁ, କେଶପୁର ଆର୍ଆଇ ମୋହନ ପାତ୍ର ପ୍ରମୁଖ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ହଠାତ ରହିବା ପାଇଁ ପାଲ ପ୍ରଦାନ କରିଛନ୍ତି। ଏନ୍. ଶାନ୍ତି ପାତ୍ରଙ୍କ ସ୍ବାମୀ ଏନ୍ ତାରେଶ୍ୱର ପାତ୍ର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଶାନ୍ତି ପାତ୍ର, ବିଧବା ବି. ସନ୍ତୋଷୀ ପାତ୍ର ମୂଲମଜୁରି ଲାଗି ରଖିଥିବା ୫୦୦ ଟଙ୍କିଆ ନୋଟ୍ ବିଡ଼ାକୁ ଧରି କାନ୍ଦିକାନ୍ଦି ଦାଣ୍ଡରେ ଗଡୁଥିବାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏହି ତିନି ଗରିବ ପରିବାରଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
The post ଜଳିଗଲା ୮ ବଖରା: ନଗଦ ଟଙ୍କା ସହ ସବୁ ଆସବାବପତ୍ର ପୋଡ଼ି ପାଉଁଶ appeared first on Dharitri Odia News.