ଭାଜପାରେ ସାମିଲ ହେଲେ କୈଳାଶ ଗେହଲୋଟ
ନୂଆଦିଲ୍ଲୀ,୧୮।୧୧: ମନ୍ତ୍ରୀ ପଦ ଏବଂ ଆମ ଆଦମୀ ପାର୍ଟି (ଏଏପି) ରୁ ଇସ୍ତଫା ଦେଇଛନ୍ତି ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା କୈଳାଶ ଗେହଲୋଟ। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ତାଙ୍କୁ ସୋମବାର ଜାତୀୟ କାର୍ଯ୍ୟାଳୟରେ ଭାଜପାରେ ସାମିଲ କରାଇଛନ୍ତି। ଏହି ସମୟରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନରେ ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା, ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ ଗୌତମ, କେନ୍ଦ୍ର ମନ୍ତ୍ରୀ ହର୍ଷ […] The post ଭାଜପାରେ ସାମିଲ ହେଲେ କୈଳାଶ ଗେହଲୋଟ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୧: ମନ୍ତ୍ରୀ ପଦ ଏବଂ ଆମ ଆଦମୀ ପାର୍ଟି (ଏଏପି) ରୁ ଇସ୍ତଫା ଦେଇଛନ୍ତି ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା କୈଳାଶ ଗେହଲୋଟ। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ତାଙ୍କୁ ସୋମବାର ଜାତୀୟ କାର୍ଯ୍ୟାଳୟରେ ଭାଜପାରେ ସାମିଲ କରାଇଛନ୍ତି।
ଏହି ସମୟରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନରେ ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା, ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ ଗୌତମ, କେନ୍ଦ୍ର ମନ୍ତ୍ରୀ ହର୍ଷ ମଲହୋତ୍ରା ଏବଂ ରାଜ୍ୟ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ଅନ୍ୟ ନେତାମାନେ ତାଙ୍କୁ ଦଳରେ ସ୍ବାଗତ କରିଥିଲେ।
ଆମ ଆଦମୀ ପାର୍ଟିକୁ ଚକିତ କରି କୈଳାଶ ଗେହଲୋଟ ରବିବାର ଏଏପିର ପ୍ରାଥମିକ ସଦସ୍ୟତା ଛାଡିଥିଲେ। ଏଏପି ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ କୈଳାଶ ଗେହଲୋଟଙ୍କ ଭାଜପାରେ ଯୋଗଦେବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ସେମାନେ ଚାହୁଁଥିବା ସ୍ଥାନକୁ ଯିବା ପାଇଁ ମୁକ୍ତ।
The post ଭାଜପାରେ ସାମିଲ ହେଲେ କୈଳାଶ ଗେହଲୋଟ appeared first on Dharitri Odia News.