ଅଜଣା ଗାଡି ଧକ୍କାରେ ତିନି ଗୁରୁତର

ଛତ୍ରପୁର,୧୦।୯(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅଧିନ ସାନରାମଚନ୍ଦ୍ରପୁର ଜାତୀୟ ରାଜପଥ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ବାପା, ଝିଅ ଓ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଜ୍ୱାଇଁ ମନୋଜ ସାହୁ, ଝିଅ ପ୍ରିୟଙ୍କା ସାହୁ ଓ ବାପା ରଙ୍କ ସାହୁ। ରମ୍ଭା ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରମାନଙ୍କୁ ଛତ୍ରପୁର ମେଡିକାଲ ଭର୍ତ୍ତି କରିଥିଲେ, ସେଠାରେ ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ ଉପସ୍ଥିତ ରହି ଗୁରୁତର ଆହତ ମାନଙ୍କୁ […] The post ଅଜଣା ଗାଡି ଧକ୍କାରେ ତିନି ଗୁରୁତର appeared first on Dharitri Odia News.

ଅଜଣା ଗାଡି ଧକ୍କାରେ ତିନି ଗୁରୁତର

ଛତ୍ରପୁର,୧୦।୯(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅଧିନ ସାନରାମଚନ୍ଦ୍ରପୁର ଜାତୀୟ ରାଜପଥ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ବାପା, ଝିଅ ଓ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଜ୍ୱାଇଁ ମନୋଜ ସାହୁ, ଝିଅ ପ୍ରିୟଙ୍କା ସାହୁ ଓ ବାପା ରଙ୍କ ସାହୁ।
ରମ୍ଭା ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରମାନଙ୍କୁ ଛତ୍ରପୁର ମେଡିକାଲ ଭର୍ତ୍ତି କରିଥିଲେ, ସେଠାରେ ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ ଉପସ୍ଥିତ ରହି ଗୁରୁତର ଆହତ ମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସା ମିଳିବ ସେଥିପାଇଁ ସହଯୋଗ କରିଥିଲେ। ପରେ ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ ପଠାଯାଇଛି। ଗୁରୁତର ଆହାତମାନେ ଖଲ୍ଲିକୋଟ ଚିକିଲିରୁ ବାଇକ ଯୋଗେ ଆସୁଥିଲେ। ରମ୍ଭା ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।

The post ଅଜଣା ଗାଡି ଧକ୍କାରେ ତିନି ଗୁରୁତର appeared first on Dharitri Odia News.