ସୁପ୍ରିମକୋର୍ଟରେ ପହଞ୍ଚିଲେ ମନୀଷ ସିସୋଡିଆ
ନୂଆଦିଲ୍ଲୀ,୮ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଏଏପି ନେତା ମନୀଷ ସିସୋଡିଆ ପୁଣିଥରେ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ମାମଲାର ଶୁଣାଣିରେ ବିଳମ୍ବ ହୋଇଥିବା ଦର୍ଶାଇ ସିସୋଡିଆ ସୁପ୍ରିମକୋର୍ଟରେ ପୁଣି ଜାମିନ ଆବେଦନ କରିଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି , ଆପଣ ଏହି ଆବେଦନରେ ଥିବା ତ୍ରୁଟିଗୁଡିକୁ ହଟାଇ ତା’ପରେ ଶୁଣନ୍ତୁ। ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ତିହାର ଜେଲରେ ଅଛନ୍ତି। […] The post ସୁପ୍ରିମକୋର୍ଟରେ ପହଞ୍ଚିଲେ ମନୀଷ ସିସୋଡିଆ appeared first on Dharitri Odia News.
ନୂଆଦିଲ୍ଲୀ,୮ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଏଏପି ନେତା ମନୀଷ ସିସୋଡିଆ ପୁଣିଥରେ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ମାମଲାର ଶୁଣାଣିରେ ବିଳମ୍ବ ହୋଇଥିବା ଦର୍ଶାଇ ସିସୋଡିଆ ସୁପ୍ରିମକୋର୍ଟରେ ପୁଣି ଜାମିନ ଆବେଦନ କରିଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି , ଆପଣ ଏହି ଆବେଦନରେ ଥିବା ତ୍ରୁଟିଗୁଡିକୁ ହଟାଇ ତା’ପରେ ଶୁଣନ୍ତୁ।
ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ତିହାର ଜେଲରେ ଅଛନ୍ତି। ଜୁନ୍ ୪ରେ ଆଇନ ପରାମର୍ଶଦାତାଙ୍କଠାରୁ ନିଶ୍ଚିତତା ପାଇବା ପରେ ସୁପ୍ରିମକୋର୍ଟ ସିସୋଡିଆଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ତାଙ୍କ ଓକିଲ କହିଛନ୍ତି, ଏହି ମାମଲାରେ ଚାର୍ଜଶିଟ୍ ଜୁଲାଇ ୩ କିମ୍ବା ପୂର୍ବରୁ ଦାଖଲ ହେବ। ଏହା ପରେ ସିସୋଡିଆଙ୍କୁ କୋର୍ଟ ସ୍ବାଧୀନତା ମଧ୍ୟ ଦେଇଛନ୍ତି ଯେ, ଚାର୍ଜଶିଟ୍ ଦାଖଲ ହେବା ପରେ ସେ ପୁନର୍ବାର ଜାମିନ ଆବେଦନ କରିପାରିବେ।
ମାମଲାର ବିଳମ୍ବକୁ ଦର୍ଶାଇ ସିସୋଡିଆଙ୍କ ଓକିଲ ଅଭିଷେକ ମନୁ ସିଂହଭି ତୁରନ୍ତ ଶୁଣାଣି ପାଇଁ ସିସୋଡିଆଙ୍କ ଜାମିନ ଆବେଦନ କରିଥିଲେ। ସିଂହଭି କହିଛନ୍ତି, ମନୀଷ ସିସୋଡିଆ ୧୬ ମାସ ଜେଲ୍ରେ ଅଛନ୍ତି। କୋର୍ଟ କହିଛନ୍ତି ଯେ, ମାମଲାର ଶୁଣାଣି ଶୀଘ୍ର ଶେଷ ହେବା ଉଚିତ, କିନ୍ତୁ ଏହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଜୁଲାଇ ୨ ପରେ ପୁନର୍ବାର ଜାମିନ ଆବେଦନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି।
The post ସୁପ୍ରିମକୋର୍ଟରେ ପହଞ୍ଚିଲେ ମନୀଷ ସିସୋଡିଆ appeared first on Dharitri Odia News.