ଶ୍ରୀମନ୍ଦିରରେ ଲାଗୁ ହେଲା ୫ସୂତ୍ରୀ ନିୟମ : ପାନ, ଗୁଟୁଖା ସହ ଡ୍ୟୁଟିବେଳେ ମୋବାଇଲ ମନା

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଞ୍ଚସୂତ୍ରୀ ମାର୍ଗଦର୍ଶିକା ଶୁକ୍ରବାରଠାରୁ ଲାଗୁ ହୋଇଛି। ମାସର ତୃତୀୟ ଶୁକ୍ରବାର ଅର୍ଥାତ ଆଜି ଶ୍ରୀମନ୍ଦିର ପ୍ରଶାସନର ଆନୁଷଙ୍ଗିକ ସମସ୍ତ ଉପବିଭାଗକୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଲାଗୁ କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁର୍ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ଶ୍ରୀମନ୍ଦିର ପ୍ରଶାସନର ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ […]

ଶ୍ରୀମନ୍ଦିରରେ ଲାଗୁ ହେଲା ୫ସୂତ୍ରୀ ନିୟମ : ପାନ, ଗୁଟୁଖା ସହ ଡ୍ୟୁଟିବେଳେ ମୋବାଇଲ ମନା
jagannath tample

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଞ୍ଚସୂତ୍ରୀ ମାର୍ଗଦର୍ଶିକା ଶୁକ୍ରବାରଠାରୁ ଲାଗୁ ହୋଇଛି। ମାସର ତୃତୀୟ ଶୁକ୍ରବାର ଅର୍ଥାତ ଆଜି ଶ୍ରୀମନ୍ଦିର ପ୍ରଶାସନର ଆନୁଷଙ୍ଗିକ ସମସ୍ତ ଉପବିଭାଗକୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଲାଗୁ କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁର୍ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।

ଶ୍ରୀମନ୍ଦିର ପ୍ରଶାସନର ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ ଲାଗି ଶୁକ୍ରବାର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଡ. ପାଢୀ କହିଥିଲେ ଯେ, ଏହି ପଞ୍ଚସୂତ୍ରୀ କାର୍ଯ୍ୟାବଳୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କିଛି ନିର୍ଦ୍ଦେଶ ଏବଂ ଅନୁରୋଧ ରହିଛି। ଶ୍ରୀମନ୍ଦିର ଭିତରେ ଏବଂ କାର୍ଯ୍ୟାଳୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ମାଦକଦ୍ରବ୍ୟ ବ୍ୟବହାର କରିପାରିବେ ନାହିଁ। ସମସ୍ତେ ତାଙ୍କର ସମ୍ପତ୍ତି ତାଲିକା ଦାଖଲ କରିବେ। ଯଦି କେହି ଅବମାନନା କରନ୍ତି ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିରରେ କେହି ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ। ଯଦି ଜରୁରୀ ଥାଏ ତେବେ ସଂଯତ ଭାବେ ବ୍ୟବହାର କରିବେ।

ପ୍ରତ୍ୟେକ ଶୁକ୍ରବାର ଅଧିକାରୀ ଏବଂ କର୍ମଚାରୀ ହସ୍ତତନ୍ତ ଲୁଗା (ଖଦି କିମ୍ବା ଓଡ଼ିଶାର ହନ୍ତତନ୍ତ) ପିନ୍ଧି ପାରିବେ। ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସମସ୍ତ ନିଯୋଗର ସେବାୟତ ସହଯୋଗ କରୁଛନ୍ତି। ଯଦି କେହି କୌଣସି ତ୍ରୁଟିବିଚ୍ୟୁତି ବିଶୃଙ୍ଖଳା କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କାର୍ଯ୍ୟାଳୟରେ କୌଣସି ବିଶୃଙ୍ଖଳା ବା ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ବୈଠକରେ ରୋକ୍‌ଠୋକ ଶୁଣାଇ ଦିଆଯାଇଛି। କାହା ବିରୋଧରେ ଯଦି କିଛି ଦୁର୍ନୀତି ଅଭିଯୋଗ ଆସେ ଏହାର ତଦନ୍ତ କରାଯିବ। ଯଦି ଏଥିରେ କେହି ସମ୍ପୃକ୍ତି ଥିବା ଜଣାପଡେ ତୋବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କି ଜଣେ କର୍ମଚାରୀଙ୍କୁ ସେବାରୁ ନିବୃତ୍ତ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।