୧୯ ବର୍ଷରୁ କମ ବିଶ୍ବକପ : ଭାରତକୁ ୭୯ ରନରେ ହରାଇଲା ଅଷ୍ଟ୍ରେଲିଆ

ବେନୋନି: ଭାରତୀୟ ଜୁନିୟର ଟିମର ୧୯ ବର୍ଷରୁ କମ୍ ବିଶ୍ବକପ୍ ଚାମ୍ପିଅନ୍ ହେବାର ସ୍ବପ୍ନ ଅଧା ରହିଗଲା । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୭୯ ରନରେ ହରାଇଛି । କଙ୍ଗାରୁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତକୁ ପ୍ରଥମ ଥର ହରାଇଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ ବିନିମୟରେ ୨୫୩ ରନ କରିଥିଲା । ବିଶ୍ୱକପ ଫାଇନାଲରେ ଏହା ସର୍ବୋଚ୍ଚ ସ୍କୋର । ହ୍ୟାରୀ ଡିକ୍ସନ ୪୨, […]

୧୯ ବର୍ଷରୁ କମ ବିଶ୍ବକପ : ଭାରତକୁ ୭୯ ରନରେ ହରାଇଲା ଅଷ୍ଟ୍ରେଲିଆ
grthrhr

ବେନୋନି: ଭାରତୀୟ ଜୁନିୟର ଟିମର ୧୯ ବର୍ଷରୁ କମ୍ ବିଶ୍ବକପ୍ ଚାମ୍ପିଅନ୍ ହେବାର ସ୍ବପ୍ନ ଅଧା ରହିଗଲା । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୭୯ ରନରେ ହରାଇଛି । କଙ୍ଗାରୁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତକୁ ପ୍ରଥମ ଥର ହରାଇଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ ବିନିମୟରେ ୨୫୩ ରନ କରିଥିଲା । ବିଶ୍ୱକପ ଫାଇନାଲରେ ଏହା ସର୍ବୋଚ୍ଚ ସ୍କୋର । ହ୍ୟାରୀ ଡିକ୍ସନ ୪୨, ହ୍ୟୁଜ ୱେବେଗେନ ୪୮, ହରଜାସ ସିଂ ୫୫ ରନ କରିଥିବା ବେଳେ ଓଲିଭର ପିକ ୪୬ ରନ କରି ନଟଆଉଟ ରହିଥିଲେ ।

ଭାରତ ପକ୍ଷରୁ ରାଜ ଲିମ୍ବାନୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନମନ ତିୱାରୀ ୨ଟି ଏବଂ ସୌମ୍ୟ ପାଣ୍ଡେ ଓ ମୁଶୀର ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଭାରତ ନିକଟରେ ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ପେସ ବାହିନୀ ରହିଛି । ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ନଥିବା ବେଳେ ପ୍ରଶଂସକମାନେ ଟାଇଟଲ ହାସଲ ନେଇ ଆଶା ବାନ୍ଧି ବସିଛନ୍ତି ।