ଜାତୀୟ ଅଭିବୃଦ୍ଧିକୁ ନେଇ କ୍ରିସିଲ୍ ରିପୋର୍ଟ, ଦଶନ୍ଧି ଶେଷ ଯାଏଁ ହାରାହାରି ଅଭିବୃଦ୍ଧି ୬.୭%
ନୂଆଦିଲ୍ଲୀ : ଭାରତର ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ପ୍ରମୁଖ ରେଟିଂ ଏଜେନ୍ସି ‘କ୍ରିସିଲ’ ବଡ଼ ଅାକଳନ କରିଛି। ଚଳିତ ଆର୍ଥିକ ବର୍ଷ(୨୦୨୩-୨୪)ରେ ଜାତୀୟ ଅଭିବୃଦ୍ଧି ହାର ସର୍ବାଧିକ ଭାବେ ୭.୩ ପ୍ରତିଶତ ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି। ତେବେ ଆସନ୍ତା ଆର୍ଥିକ ବର୍ଷ(୨୦୨୪-୨୫)ରେ ଏହି ହାର ରେ ସାମାନ୍ୟ ପରିବର୍ତ୍ତନ ଘଟିବା ସହିତ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ। ଏହିକ୍ରମରେ ଚଳିତ ଦଶନ୍ଧି ଶେଷ ଅର୍ଥାତ୍ ୨୦୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଭାରତର ହାରାହାରି […]

ନୂଆଦିଲ୍ଲୀ : ଭାରତର ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ପ୍ରମୁଖ ରେଟିଂ ଏଜେନ୍ସି ‘କ୍ରିସିଲ’ ବଡ଼ ଅାକଳନ କରିଛି। ଚଳିତ ଆର୍ଥିକ ବର୍ଷ(୨୦୨୩-୨୪)ରେ ଜାତୀୟ ଅଭିବୃଦ୍ଧି ହାର ସର୍ବାଧିକ ଭାବେ ୭.୩ ପ୍ରତିଶତ ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି। ତେବେ ଆସନ୍ତା ଆର୍ଥିକ ବର୍ଷ(୨୦୨୪-୨୫)ରେ ଏହି ହାର ରେ ସାମାନ୍ୟ ପରିବର୍ତ୍ତନ ଘଟିବା ସହିତ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ। ଏହିକ୍ରମରେ ଚଳିତ ଦଶନ୍ଧି ଶେଷ ଅର୍ଥାତ୍ ୨୦୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଭାରତର ହାରାହାରି ଅଭିବୃଦ୍ଧି ୬.୭ ପ୍ରତିଶତ ରହିବା ନେଇ କ୍ରିସିଲ ଆକଳନ କରିଛି। କ୍ରିସିଲ କହିଛି ଯେ,ଆଗାମୀ ଦିନରେ ଭାରତୀୟ ଅର୍ଥନୀତିର ଗତି ସନ୍ତୁଳିତ ରହିବ। ବିଶେଷକରି କେନ୍ଦ୍ର ସରକାରଙ୍କ ଠାରୁ ମିଳୁଥିବା ପୁଞ୍ଜି ଆଧାରିତ ସମର୍ଥନ ଅର୍ଥନୀତିକୁ ଅଧିକ ପ୍ରୋତ୍ସାହିତ କରିବ।
ଏହି ଏଜେନ୍ସିର ଆକଳନ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ଦେଶରେ ଜିଡିପି ହାର ୬.୪ ପ୍ରତିଶତ ରହି। ଭାରତୀୟ ଅର୍ଥନୀତି ସ୍ଥିରତାରୁ ବିକାଶ ଦିଗରେ ଅଗ୍ରସର ହେଉଥିବାରୁ ୨୦୩୧ ପର୍ଯ୍ୟନ୍ତ କୌଣସି ପ୍ରତିକୁଳ ପ୍ରଭାବ ପଡ଼ିବାର ଆଶଙ୍କା ନାହିଁ । ସେହିପରି ମୁଦ୍ରାସ୍ଫୀତିକୁ ନେଇ ନିଆଯାଉଥିବା ପଦକ୍ଷେପ ମଧ୍ୟ ଅର୍ଥନୀତି ପାଇଁ ସହାୟକ ହେବ। କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟର ଅସ୍ଥିରତାକୁ ନେଇ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ରହିଛି। ତେବେ ରିଜର୍ଭ ବ୍ୟାଙ୍କ ଏଥିପାଇଁ ସତର୍କ ରହିବା ଏବଂ ଆବଶ୍ୟକ ପଦକ୍ଷେପ ନେଉଥିବାରୁ ମୁଦ୍ରାସ୍ଫୀତିଜନିତ ପ୍ରଭାବ ଅଭିବୃଦ୍ଧିକୁ ପ୍ରଭାବିତ କରିବାର ସମ୍ଭାବନା କମ୍ ବୋଲି କ୍ରିସିଲ କହିଛି।
ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ନୀତି ମଧ୍ୟ ଜିଡିପି ଅଭିବୃଦ୍ଧି ପାଇଁ ସହାୟକ ହେବ ବୋଲି କୁହାଯାଇଛି। ଘରୋଇ କ୍ଷେତ୍ରର ସହଯୋଗ ଏବଂ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ବ୍ୟୟ ସହିତ ରାଜ୍ୟମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ ନିଷ୍ପତ୍ତି ଅର୍ଥନୀତିକୁ ଗତି ଦେବ ବୋଲି ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ ବିଭିନ୍ନ କାରଣକୁ ନେଇ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଅସ୍ଥିରତା ଏବଂ ସାମୁଦ୍ରିକ ପରିବହନ କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟା ଅର୍ଥନୀତି ଉପରେ କୁପ୍ରଭାବ ସୃଷ୍ଟି କରିବାର ଆଶଙ୍କା ରହିଥିବାରୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ ବୋଲି କ୍ରିସିଲ କହିଛି।