ଝିଅ ଜନ୍ମହେବାରୁ ମାରିଦେଲେ

ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ ପାଇ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଘରେ ଶାଶୁ, ଶ୍ୱଶୁର, କକା, କାକୀ ଶାଶୁ, ନଣନ୍ଦ ଏବଂ ସ୍ବାମୀଙ୍କ ସହିତ ନମିତା ଏକ ଯୌଥ ପରିବାରରେ ରହୁଥିଲେ। ସ୍ବାମୀ ରିତେଶଙ୍କ ଜଳେଶ୍ୱର ବଜାରରେ ଏକ ବାସନ ଦୋକାନ ରହିଛି। ନମିତା ୧୦ ଦିନ ତଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। […] The post ଝିଅ ଜନ୍ମହେବାରୁ ମାରିଦେଲେ appeared first on Dharitri Odia News.

ଝିଅ ଜନ୍ମହେବାରୁ ମାରିଦେଲେ

ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ ପାଇ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଘରେ ଶାଶୁ, ଶ୍ୱଶୁର, କକା, କାକୀ ଶାଶୁ, ନଣନ୍ଦ ଏବଂ ସ୍ବାମୀଙ୍କ ସହିତ ନମିତା ଏକ ଯୌଥ ପରିବାରରେ ରହୁଥିଲେ। ସ୍ବାମୀ ରିତେଶଙ୍କ ଜଳେଶ୍ୱର ବଜାରରେ ଏକ ବାସନ ଦୋକାନ ରହିଛି। ନମିତା ୧୦ ଦିନ ତଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସେ ଶିଶୁକନ୍ୟା ଜନ୍ମ ଦେଇଥିବାରୁ ଶାଶୁ ଘର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ବୁଧବାର ପୂର୍ବାହ୍ନ ୧୦ଟାରେ ନମିତାଙ୍କୁ ତାଙ୍କ ଶୋଇବା ଘରେ ଝୁଲନ୍ତା ଅବସ୍ଥାରେ ଶ୍ୱଶୁର ଘର ଲୋକ ଦେଖିବାକୁ ପାଇଥିଲେ। ନମିତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନମିତା ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ କହୁଥିବାବେଳେ ବାପଘର ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଝିଅ ଜନ୍ମ ଦେବା ପରଠାରୁ ନମିତାଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ। ଏପରି କି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ନମିତାଙ୍କ ସମ୍ପର୍କୀୟା ଭଉଣୀ ସୁମିତ୍ରା ପାଲ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଦଫା ୮୦ (ଯୌତୁକଜନିତ ମୃତ୍ୟୁ), ୮୫ (ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ନିର୍ଯାତନା), ୧୦୮ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା), ୧୦୩ (ହତ୍ୟା), ୩(୫) (ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି)ରେ ଏକ ମାମଲା(ନଂ.୨୮୦/୨୫) ରୁଜୁ କରି ମୃତାଙ୍କ ସ୍ବାମୀ, ଶ୍ୱଶୁର ଏବଂ ଦାଦା ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ତଥ୍ୟ ମିଳିପାରିବ ବୋଲି ଥାନା ଅଧିକାରୀ ଜୟନ୍ତ ବେହେରା କହିଛନ୍ତି। ଏହି ଘଟଣା ସମ୍ପର୍କରେ ପୌର ଉପାଧ୍ୟକ୍ଷା କିମ୍ବା ତାଙ୍କ ପରିବାର କାହାରି ପ୍ରତିକ୍ରିୟା ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ ଗତ ୫ରୁ ୬ବର୍ଷ ପୌର ଉପାଧ୍ୟକ୍ଷା ପୁଷ୍ପପ୍ରିୟାଙ୍କ ବଡ଼ବୋହୂଙ୍କ ମଧ୍ୟ ସନ୍ଦେହଜନକ ମୃତ୍ୟୁ ଘଟିଥିଲା।

The post ଝିଅ ଜନ୍ମହେବାରୁ ମାରିଦେଲେ appeared first on Dharitri Odia News.