ଶିଆଳି ବେଳାଭୂମୀରେ ପୁଣି କୂଳ ଲଂଘିଲା ସମୁଦ୍ର , ବିପଦରେ ଭ୍ୟୁ ଟାୱାର

ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ଉପକୂଳବର୍ତ୍ତୀ ଗ୍ରାମ ଗୁଡିକ ନିକଟରେ ସମୁଦ୍ର ଭୟଙ୍କର ରୂପ ନେଇଛି। ଲଘୁଚାପ ପ୍ରଭାବରେ ଏଠାରେ ସମୁଦ୍ର ଫୁଲିଉଠିବା ସହିତ ବଡ ବଡ ଲହଡି ଦେଖିବାକୁ ମିଳିଛି। ସମୁଦ୍ରିକ ଜୁଆର ଶିଆଳି ବେଳାଭୂମିରେ ପୁଣିଥରେ କୂଳ ଲଘିଂଥିବା ସୂଚନା ମିଳିଛି। ଯାହା ଫଳରେ ବେଳାଭୂମୀର ଡକ ବଡ ଅଂଶକୁ ଧୋଇ ନେଇଥିବା ସୁଚନା ମିଳିଛି। ସେହିପରି ବେଳାଭୂମୀରେ ଥିବା ଭ୍ୟୁ ଟାୱାର ନିରଟରେ ସମୁଦ୍ର ଲହଡିି […]

ଶିଆଳି ବେଳାଭୂମୀରେ ପୁଣି କୂଳ ଲଂଘିଲା ସମୁଦ୍ର , ବିପଦରେ ଭ୍ୟୁ ଟାୱାର
Advancing sea erodes Siali beach in Jagatsinghpur

ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ଉପକୂଳବର୍ତ୍ତୀ ଗ୍ରାମ ଗୁଡିକ ନିକଟରେ ସମୁଦ୍ର ଭୟଙ୍କର ରୂପ ନେଇଛି। ଲଘୁଚାପ ପ୍ରଭାବରେ ଏଠାରେ ସମୁଦ୍ର ଫୁଲିଉଠିବା ସହିତ ବଡ ବଡ ଲହଡି ଦେଖିବାକୁ ମିଳିଛି। ସମୁଦ୍ରିକ ଜୁଆର ଶିଆଳି ବେଳାଭୂମିରେ ପୁଣିଥରେ କୂଳ ଲଘିଂଥିବା ସୂଚନା ମିଳିଛି। ଯାହା ଫଳରେ ବେଳାଭୂମୀର ଡକ ବଡ ଅଂଶକୁ ଧୋଇ ନେଇଥିବା ସୁଚନା ମିଳିଛି। ସେହିପରି ବେଳାଭୂମୀରେ ଥିବା ଭ୍ୟୁ ଟାୱାର ନିରଟରେ ସମୁଦ୍ର ଲହଡିି ପିଟି ହେବା କାରଣରୁ ଏଥି ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଟାୱାରର ୮ଟି ପିଲାର ଫାଉଣ୍ଡେସନ ବାହାରକୁ ସଂପୂର୍ଣ୍ଣ ବାହାରି ପଡିଥିବା ସମୟରେ ମାତ୍ର ୪/୫ଟି ପିଲାର ଉପରେ ଏହି ଟାୱାର ବିପଦ ପୂର୍ଣ୍ଣ ଭାବରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଏବେ ଏହି ଟାୱାର ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ଦେଖାଦେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସମୁଦ୍ର ମୁହଁରୁ ଭ୍ୟୁ ଟାୱାରକୁ ରକ୍ଷା କରିବାକୁ ପ୍ରଶାସନ ସହଯୋଗରେ ବାଲି ବସ୍ତା ଓ ବାଉଁଶ ବାଡ ଦିଆଯାଇଥିଲେ ମଧ୍ୟ ଏହା ଭ୍ୟୁ ଟାୱାରକୁ ଦୀର୍ଘ କାଳୀନ ସୁରକ୍ଷା ଦେବାକୁ ବିଫଳ ହୋଇଛି ବୋଲି ସାଧାରଣରେ ଦାବି କରାଯାଉଛି।

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଜଗତସିଂହପୁରର ଶିଆଳୀ ବେଳାଭୁମୀ ସ୍ଥାନ ପାଇଛି। ହଜାର ହଜାର ଲୋକ ପ୍ରତିବର୍ଷ ଏଠାକୁ ବୁଲିବାକୁ ଆସୁଥିବା ବେଳେ ଗତ ଏକ ଦଶନ୍ଧି ମଧ୍ୟରେ ୯.୬ କିଲୋ ମିଟର ଲମ୍ବର ସମୁଦ୍ର ଉପକୂଳ ଏଠାରେ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି। ପ୍ରତିବର୍ଷ ଲଘୁଚାପ ଜନିତ ଝଡ ବର୍ଷା ଓ ପବନ ବହିବା ସମୟରେ ସମୁଦ୍ର ଉଚ୍ଚ ଯୁଆର କୂଳ ଲଂଗିବା ସହିତ ବେଳାଭୂମିର କ୍ଷତିକରି ଚାଲିଛି। ୨୦୧୩ ଠାରୁ ଏଠାରେ ବେଳାଭୂମୀ ଆଡକୁ ସମୁଦ୍ର ବାରମ୍ବାର ମାଡି ଚାଲିଛି। ୨୦୧୮, ୨୦୧୯ , ୨୦୨୧ ଓ ଏବେ ୨୦୨୨ରେ ସମୁଦ୍ର ନିୟମିତ ଭାବରେ ଉପକୂଳ ମୁହାଁ ହେଉଛି।

ମାତ୍ର ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଏହାର କୈାଣସି ସ୍ଥାୟୀ ପ୍ରତିକାର କରାଯାଉନଥିବା ଅଭିଯୋଗ ହେଉଛି। ତେବେ ଗତ ୨ ବର୍ଷ ମଧ୍ୟରେ ସମୁଦ୍ର ଏଠାରେ ୨ଶହ ମିଟର ଜନବସତି ମଧ୍ୟକୁ ମାଡିଆସିବା କାରଣରୁ ସମୁଦ୍ର ନିକଟବର୍ତ୍ତୀ ଗ୍ରାମର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବିଶେଷ କରି ଶିଆଳି ,କଳାବେଦି , ରାମତରା , ଆମ୍ବିକି , ପଦ୍ମପୁର, ଗଡହରିଶପୁରର ଲୋକମାନ ସମୁଦ୍ର ମାଡିଆସିବା ଘଟଣାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି। ନିକଟସ୍ଥ ୪ଟି ପଂଚାୟତର ୨୦ଟି ଗାଁ ପ୍ରତି ସମୁଦ୍ର ବିପଦ ସୃଷ୍ଟି କରିଥିବା ସୂଚନା ମିଳିଛି। ପାରାଦୀପ ବନ୍ଦର ସହର ସମୁଦ୍ରରେ ଭବିଷ୍ୟତରେ ଲିନ ହେବାକୁ ଯାଉଥିବାରୁ ଏହାର ଅନତି ଦୂରରେ ଥିବା ଏହି ଅଂଚଳ ମଧ୍ୟ ଏହା ପୂର୍ବରୁ କ୍ଷତିଗ୍ରସ୍ଥ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ତେବେ ସୈାନ୍ଦର୍ଯ୍ୟଶାଳିନୀ ଶିଆଳି ବେଳାଭୂମୀ ଓ ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ର ବିନ୍ଦୁ ଭ୍ୟୁ ଟାୱାରର ସୁରକ୍ଷା ପାଇଁ ଲୋକମାନେ ବାରମ୍ବାର ଦାବି କରି ଆସୁଛନ୍ତି। ପ୍ରତିବର୍ଷ କେବଳ ବାଲିବସ୍ତା ଦିଆଯାଇ ଓ ବହ୍ଲା ପୋତାଯାଇ ସମୁଦ୍ରକୁ ରୋକିବାକୁ ପ୍ରୟାସ ଚାଲିଥିବା ସମୟରେ ଏହା ବାରମ୍ବାର ବିଫଳ ହେଉଥିବା ଜଣାପଡିଛି। ଏହି ଉପକୂଳରେ ଲୁଣା ବନ୍ଧ କିମ୍ବା ପଥର ବନ୍ଧ ଦିଆଯିବାକୁ ପ୍ରସ୍ତବ ଦିଆଯାଇଥିଲେ ମଧ୍ୟ ଏହି ପ୍ରସ୍ତାବ କେବଳ ପ୍ରାସ୍ତାବରେ ରହିଥିବା କଥା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ତେବେ ବହୁ ବର୍ଷ ପୂର୍ବରୁ ଏଠାରେ ଥିବା ହେନ୍ତାଳ ବଣ ଶେଷ ହୋଇ ଯାଇଛି। ନୂଆ ହେନ୍ତାଳ ବଣ ସୃଷ୍ଟି କରାଯିବାକୁ ଏପର୍ଯ୍ୟନ୍ତ ସମାନ୍ୟ ପ୍ରୟାସ ହୋଇନଥିବା ପରିବେଶବିତ୍‌ ମାନେ ମତ ପ୍ରକାଶ କରିଛନ୍ତି। ସେହିପରି ସୃଷ୍ଟି କରାଯାଇଥିବା କୁତ୍ରିମ ଝାଉଁ ଜଙ୍ଗଲରୁ ଗଛ ଗୁଡିକ ଉପୁଡି ପଡିବା ଫଳରେ ଏହା ମଧ୍ୟ ଅସୁରକ୍ଷିତ ହୋଇପଡିଛି। ତେବେ ଏକ ଟେକନିକାଲ କମିଟି ମାଧ୍ୟମରେ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଜିଓଟ୍ୟୁବ ପ୍ରାଚୀର କିମ୍ବା କୈାଣସି ସ୍ଥାୟୀ ପ୍ରତିକାରର ବ୍ୟବସ୍ଥା କରିବାକୁ ଅଂଚଳର ହଜାର ହଜାର ଜନସାଧାରଣ ଦାବି କରିଛନ୍ତି।