ପାହାଡ଼ ଉପରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ
ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପୋଲିସ ଏକ ପାହାଡ଼ ଉପରେ ଥିବା ଜଙ୍ଗଲରେ ଚଢ଼ାଉ କରି ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ସମସ୍ତ ମାଫିଆ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗୋଛାପଡା ଥାନା ବନ୍ଧୁଲି ଗାଁନିକଟରେ ଥିବା ପାହାଡ଼ ଶିଖରରେ ଥିବା ଘଞ୍ଚ ଜଙ୍ଗଲରେ କିଛି ମାଫିଆ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା ଖବର ମିଳିଥିଲା ଓ ଖବର ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ […]

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପୋଲିସ ଏକ ପାହାଡ଼ ଉପରେ ଥିବା ଜଙ୍ଗଲରେ ଚଢ଼ାଉ କରି ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ସମସ୍ତ ମାଫିଆ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗୋଛାପଡା ଥାନା ବନ୍ଧୁଲି ଗାଁନିକଟରେ ଥିବା ପାହାଡ଼ ଶିଖରରେ ଥିବା ଘଞ୍ଚ ଜଙ୍ଗଲରେ କିଛି ମାଫିଆ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା ଖବର ମିଳିଥିଲା ଓ ଖବର ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ସହ ଏକ ଟିମ ଉକ୍ତ ପାହାଡ଼ରେ ଅତର୍କିତ ଚଢ଼ାଉ କରିଥିଲେ। ତେବେ ପୋଲିସ ଆସିବା ସୂଚନା ପାଇଁ ଘଟଣାସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ୪କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।