ବିଜେଡିରେ ମିଶିଲେ ସିପିଆଇ ନେତା ଅବକାଶ ସାହୁ

ଭୁବନେଶ୍ବର : ବିଜେଡିରେ ଯୋଗଦେଲେ ବୌଦ୍ଧର ବରିଷ୍ଠ ସିପିଆଇ ନେତା ଅବକାଶ ସାହୁ । ୨୦୧୪ ନିର୍ବାଚନରେ ସେ ବୌଦ୍ଧରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଅବକାଶ ସାହୁ ଏବଂ ତାଙ୍କସହ ଆସିଥିବା ଶତାଧିକ CPI ଓ କଂଗ୍ରେସ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ ଓ ସାଂସଦ ସସ୍ମିତ ପାତ୍ର ଦଳକୁ ସ୍ବାଗତ କରିଥିଲେ। […]

ବିଜେଡିରେ ମିଶିଲେ ସିପିଆଇ ନେତା ଅବକାଶ ସାହୁ
CPI leader Abakash Sahoo joined BJd

ଭୁବନେଶ୍ବର : ବିଜେଡିରେ ଯୋଗଦେଲେ ବୌଦ୍ଧର ବରିଷ୍ଠ ସିପିଆଇ ନେତା ଅବକାଶ ସାହୁ । ୨୦୧୪ ନିର୍ବାଚନରେ ସେ ବୌଦ୍ଧରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ।

ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଅବକାଶ ସାହୁ ଏବଂ ତାଙ୍କସହ ଆସିଥିବା ଶତାଧିକ CPI ଓ କଂଗ୍ରେସ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ ଓ ସାଂସଦ ସସ୍ମିତ ପାତ୍ର ଦଳକୁ ସ୍ବାଗତ କରିଥିଲେ।

ବିଜେଡିରେ ଯୋଗଦେବା ପରେ ଅବକାଶ ସାହୁ କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିଚାର ଧାରା, ସାମାଜିକ ସୁରକ୍ଷା, ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଯୋଗୁଁ ବିଜେଡି ଆନ୍ଦୋଳନରେ ପରିଣତ ହୋଇଛି। ୨୦୩୬ ସୁଦ୍ଧା ଦେଶର ଏକ ନମ୍ବର ରାଜ୍ୟ କରିବାର ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ସାକାର ହେବ। ଅବକାଶ ଆହୁରି ମଧ୍ୟ କହିଥିଲେ ପ୍ରଦୀପ ଅମାତ ଆମ ଜିଲ୍ଲାର ବିକାଶ ପୁରୁଷ। ବୌଦ୍ଧ ଜିଲ୍ଲାରେ ଆମେ ୨୦୧୦ ମସିହାରେ କମ୍ୟୁନିଷ୍ଟ ସଂଗଠନ ଆରମ୍ଭ କରିଥିଲୁ। ଯେଉଁ ଚାଷୀ ଓ ରାସ୍ତା ପାଇଁ ଆନ୍ଦୋଳନ କରୁଥିଲୁ, ସେ କାମ ସଫଳତା ସହ କରୁଛି ବିଜେଡି।  ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିକୁ ୩୦ ହଜାରରୁ ଅଧିକ ଭୋଟରେ ଜିତାଇବୁ।