ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ । ଆଇନ ଆଣିବେ ରାଜ୍ୟ ସରକାର
କନକ ବ୍ୟୁରୋ: ଡ୍ୟାନ୍ସ ବାରରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ଆସିବା ପରେ, ଯାତ୍ରା ପେଣ୍ଡାଲରେ ପ୍ରଦର୍ଶିତ ହେଉଥିବା ଅଶ୍ଳୀଳ ନୃତ୍ୟ କେବେ ବନ୍ଦ ହେବ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହା ବନ୍ଦ କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଭଳି ନୃତ୍ୟ ଯେମିତି ରୋକି ହେବ ସେଥିପାଇଁ ଆଇନ ଆଣିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । କହିଛନ୍ତି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ । ଯାତ୍ରାରେ ଅଶ୍ଳୀଳ ନାଚ ରୋକିବା ପାଇଁ ଆଇନ ଆସିବ। ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି । ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ ଆଇନ ଆଣିବେ ରାଜ୍ୟ ସରକାର ଗତ କିଛି ଦିନ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବଢ଼ିବାରେ ଲାଗିଛି। ଏହା ପଛରେ ମାଲିକ ସେମାନଙ୍କ ଫାଇଦା ଦେଖୁଛନ୍ତି। ଏଭଳି ନାଚ ଦେଖାଇ ମାଲିକ ରାତିକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି ଯାତ୍ରା କଳାକାର। କିନ୍ତୁ କେବଳ ଯାତ୍ରା ଦେଖାଇଲେ ବ୍ୟବସାୟ ହେଉନଥିବାରୁ ଅଶ୍ଳୀଳ ନୃତ୍ୟକୁ ମାଧ୍ୟମ କରିଛନ୍ତି। ଆଉ ଏହି ଟ୍ରେଣ୍ଡ ଯାତ୍ରା ଜଗତକୁ କଳୁଷିତ କରିବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ଆଇଟମ ଗାର୍ଲଙ୍କୁ ମଞ୍ଚକୁ ଓହ୍ଲାଇ ପ୍ରତିଯୋଗିତା କରୁଛନ୍ତି। ନିକଟରେ ଯାତ୍ରା ପେଣ୍ଡାଲର ଏଭଳି କେତେ

କନକ ବ୍ୟୁରୋ: ଡ୍ୟାନ୍ସ ବାରରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ଆସିବା ପରେ, ଯାତ୍ରା ପେଣ୍ଡାଲରେ ପ୍ରଦର୍ଶିତ ହେଉଥିବା ଅଶ୍ଳୀଳ ନୃତ୍ୟ କେବେ ବନ୍ଦ ହେବ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହା ବନ୍ଦ କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଭଳି ନୃତ୍ୟ ଯେମିତି ରୋକି ହେବ ସେଥିପାଇଁ ଆଇନ ଆଣିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । କହିଛନ୍ତି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ । ଯାତ୍ରାରେ ଅଶ୍ଳୀଳ ନାଚ ରୋକିବା ପାଇଁ ଆଇନ ଆସିବ। ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି ।
- ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ
- ଆଇନ ଆଣିବେ ରାଜ୍ୟ ସରକାର
ଗତ କିଛି ଦିନ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବଢ଼ିବାରେ ଲାଗିଛି। ଏହା ପଛରେ ମାଲିକ ସେମାନଙ୍କ ଫାଇଦା ଦେଖୁଛନ୍ତି। ଏଭଳି ନାଚ ଦେଖାଇ ମାଲିକ ରାତିକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି ଯାତ୍ରା କଳାକାର। କିନ୍ତୁ କେବଳ ଯାତ୍ରା ଦେଖାଇଲେ ବ୍ୟବସାୟ ହେଉନଥିବାରୁ ଅଶ୍ଳୀଳ ନୃତ୍ୟକୁ ମାଧ୍ୟମ କରିଛନ୍ତି। ଆଉ ଏହି ଟ୍ରେଣ୍ଡ ଯାତ୍ରା ଜଗତକୁ କଳୁଷିତ କରିବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ଆଇଟମ ଗାର୍ଲଙ୍କୁ ମଞ୍ଚକୁ ଓହ୍ଲାଇ ପ୍ରତିଯୋଗିତା କରୁଛନ୍ତି।
ନିକଟରେ ଯାତ୍ରା ପେଣ୍ଡାଲର ଏଭଳି କେତେକ ନୃତ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ସମ୍ପୂର୍ଣ୍ଣ ଭାବେ ଆମେ ଦେଖାଇବା ସମ୍ଭବ ନୁହେଁ। ହେଲେ, ଏଭଳି ଅଶ୍ଳୀଳ ନୃତ୍ୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବରିଷ୍ଠ ଯାତ୍ରା କଳାକାର। ସେମାନେ ଏଭଳି ନୃତ୍ୟ ପାଇଁ ଅପମାନିତ ହେଉଛନ୍ତି ଓ ଯାତ୍ରା ଛାଡି ଦେବେ ବୋଲି କହିଛନ୍ତି। ତେବେ ଯାତ୍ରାରେ ଅଶ୍ଳୀଳତାକୁ ବନ୍ଦ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିବ।