ମଝି ଚିଲିକାରେ ଫସିଲା ଡଙ୍ଗା: ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ
କୃଷ୍ଣପ୍ରସାଦ,୧୪।୯: ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ଚିଲିକା ମଝିରେ ପୁଣି ଏକ ଯାତ୍ରୀବାହୀ ଡଙ୍ଗା ଫସି ରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଡଙ୍ଗାରେ ୫୦ରୁ ଊଦ୍ଧର୍ବ ଯାତ୍ରୀ ରହିଥିବା ବେଳେ ୧୫ଟି ବାଇକ୍ ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ସାତପଡ଼ାରୁ ଡଙ୍ଗାଟି ଯାତ୍ରୀଙ୍କୁ ଧରି ଜହ୍ନିକୁଦା ଯାଉଥିଲା। ହେଲେ ମଏଁସା ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଅଟକି ରହିଛି। ଖବର ପାଇ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର […] The post ମଝି ଚିଲିକାରେ ଫସିଲା ଡଙ୍ଗା: ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ appeared first on Dharitri Odia News.
କୃଷ୍ଣପ୍ରସାଦ,୧୪।୯: ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ଚିଲିକା ମଝିରେ ପୁଣି ଏକ ଯାତ୍ରୀବାହୀ ଡଙ୍ଗା ଫସି ରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଡଙ୍ଗାରେ ୫୦ରୁ ଊଦ୍ଧର୍ବ ଯାତ୍ରୀ ରହିଥିବା ବେଳେ ୧୫ଟି ବାଇକ୍ ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ସାତପଡ଼ାରୁ ଡଙ୍ଗାଟି ଯାତ୍ରୀଙ୍କୁ ଧରି ଜହ୍ନିକୁଦା ଯାଉଥିଲା। ହେଲେ ମଏଁସା ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଅଟକି ରହିଛି। ଖବର ପାଇ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିକ ଯାତ୍ରୀଙ୍କୁ କୌଣସି ଭୟଭୀତ ନ ହେବାକୁ କୋଷ୍ଟଗାର୍ଡ ପକ୍ଷରୁ ନିବେଦନ କରାଯାଇଛି। ଅନ୍ୟପକ୍ଷେ ଉକ୍ତ ଡଙ୍ଗାକୁ ଉଦ୍ଧାର କରିବା ପାଇଁ ଆଉ ଏକ ଡଙ୍ଗା ଯାଇଥିବା ଜଣାପଡିଛି।
The post ମଝି ଚିଲିକାରେ ଫସିଲା ଡଙ୍ଗା: ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ appeared first on Dharitri Odia News.