ପୋଷା ସହ ବୁଲା କୁକୁରଙ୍କୁ ବିଷ ଦେଇଦେଲେ ଦୁର୍ବୃତ୍ତ, ପ୍ରାୟ ୮ରୁ ୧୦ କୁକୁରଙ୍କ ଗଲାଣି ଜୀବନ
ନିଶ୍ଚିନ୍ତକୋଇଲି ୨୧।୮: କୁକୁରଙ୍କୁ ବିଷ ଦେଇ ମାରିଦେଲେ ଦୁର୍ବୃତ୍ତ । ରାତି ଅଧରେ ମାଂସରେ ବିଷ ମିଶାଇ ଦୁର୍ବୃତ୍ତ ଜଣକ ପୋଷା କୁକୁରଙ୍କ ସହିତ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି । ପ୍ରାୟ ୮ରୁ ୧୦ କୁକୁର ମରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧୀନସ୍ଥ ଖଣ୍ଡାୟତପଟକିରା ଗାଁରେ ଘଟିଛି ଏକ ନୃସଂଶ, ବର୍ବରୋଚିତ ଏବଂ ହୃଦୟ ବିଦାରକ ଘଟଣା । ଗତ ୩ ଦିନ ହେଲା ରାତି ଅଧରେ ପାଖ ଗାଁର ବୈକୁଣ୍ଠ ମଲ୍ଲିକ ଲୁଚିଛପି ନିଜ ବାଇକରେ ଆସି ବିଷ ମିଶା ମାଂସ ଖଣ୍ଡକୁ ଗାଁରେ ଥିବା ପୋଷା ଓ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ମାରିଦେଉଛି । ଏହି ବିଷମିଶା ମାଂସ ଖଣ୍ଡକୁ ଖାଇ ଦୁଇଟି ବିଲୁଆ ମରିଥିବା ବେଳେ ଆଉ କିଛି କୁକୁର ଏହାକୁ ଖାଇ ପାଗଳ ହୋଇ ଗାଁ ଗାଁରେ ବୁଲୁଛନ୍ତି । ଫଳରେ ସ୍ଥାନୀୟ ଲୋକେ ଏବେ ଭୟ ଓ ଆତଙ୍କରେ ଅଛନ୍ତି।You Can Read:ବିଷାକ୍ତ ମଦ ନେଲା ଜଣଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ
ନିଶ୍ଚିନ୍ତକୋଇଲି ୨୧।୮: କୁକୁରଙ୍କୁ ବିଷ ଦେଇ ମାରିଦେଲେ ଦୁର୍ବୃତ୍ତ । ରାତି ଅଧରେ ମାଂସରେ ବିଷ ମିଶାଇ ଦୁର୍ବୃତ୍ତ ଜଣକ ପୋଷା କୁକୁରଙ୍କ ସହିତ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି । ପ୍ରାୟ ୮ରୁ ୧୦ କୁକୁର ମରିଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧୀନସ୍ଥ ଖଣ୍ଡାୟତପଟକିରା ଗାଁରେ ଘଟିଛି ଏକ ନୃସଂଶ, ବର୍ବରୋଚିତ ଏବଂ ହୃଦୟ ବିଦାରକ ଘଟଣା । ଗତ ୩ ଦିନ ହେଲା ରାତି ଅଧରେ ପାଖ ଗାଁର ବୈକୁଣ୍ଠ ମଲ୍ଲିକ ଲୁଚିଛପି ନିଜ ବାଇକରେ ଆସି ବିଷ ମିଶା ମାଂସ ଖଣ୍ଡକୁ ଗାଁରେ ଥିବା ପୋଷା ଓ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ମାରିଦେଉଛି । ଏହି ବିଷମିଶା ମାଂସ ଖଣ୍ଡକୁ ଖାଇ ଦୁଇଟି ବିଲୁଆ ମରିଥିବା ବେଳେ ଆଉ କିଛି କୁକୁର ଏହାକୁ ଖାଇ ପାଗଳ ହୋଇ ଗାଁ ଗାଁରେ ବୁଲୁଛନ୍ତି । ଫଳରେ ସ୍ଥାନୀୟ ଲୋକେ ଏବେ ଭୟ ଓ ଆତଙ୍କରେ ଅଛନ୍ତି।
You Can Read:
ବିଷାକ୍ତ ମଦ ନେଲା ଜଣଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ