ଦୀପାବଳି ପରେ ବି ଶସ୍ତା ହେଲାନି ସୁନା, ରୂପା ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ ୨।୧୧: ଦେଶରେ ଦୀପାବଳି ଉତ୍ସବ ପାଇଁ ସୁନା ଓ ରୂପା ଦର ଆକାଶ ଛୁଇଁଥିଲା। ତେବେ ମାର୍କେଟ ଏକ୍ସପର୍ଟଙ୍କ ଅନୁସାରେ ଆଗକୁ ଏହି ମୂଲ୍ୟବାନ ଧାତୁ ଦର ଆହୁରି ବି ବଢିପାରେ। ହେଲେ ଦୀପାବଳି ଶେଷ ହେବା ପରେ ଦେଶରେ ସୂନା ଓ ରୂପା ଦର ନରମ ପଡିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ମଉଳି ଯାଇଛି। ଶନିବାର ଗୋବର୍ଦ୍ଧନ ପୂଜା ଅବସରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୨୦୦ ଟଙ୍କା ମହଙ୍ଗା ହୋଇ ୮୧ ହଜାର ଟଙ୍କାକୁ ପହଞ୍ଚିଥିବା ବେଳେ ରୂପା କେଜି ପିଛା ଦର ୯୭ ହଜାର ଟଙ୍କା ରହିଛି। ଶନିବାର ସ୍ୱର୍ଣ୍ଣାଳଙ୍କାର ବଜାର ଦ୍ୱାରା ଜାରି ସୁନା ଓ ରୂପାର ନୂଆ ମୂଲ୍ୟ ଅନୁସାରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୩,୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୮୦,୫୫୦ ଓ ୧୮ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୬୦,୩୮୦ ଟଙ୍କାରେ ଟ୍ରେଣ୍ଡ କରୁଛି। ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ ଅନୁସାରେ ସୁନାର ଶୁଦ୍ଧତା ହଲମାର୍କରୁ ପ୍ରମାଣିତ ହୋଇଥାଏ। ୨୨ କ୍ୟାରେଟ ସୁନା ଅଧିକାଂଶ ଜ୍ୱେଲରୀ ତିଆରିରେ ବ୍ୟବହୃତ ହୋଇଥାଏ। ତେବେ ୨୪ କ୍ୟାରେଟ୍ ସୁନାକୁ ସବୁଠୁ ଶୁଦ୍ଧ ମନେ କରାଯାଏ। ହେଲେ ଏଥିରେ ଆଭୂଷଣ ତିଆରି ହୋଇପାରେନି। କାରଣ ଏହା ବହୁତ ନରମ। ବଜାରରେ ସୁନା ଓ ରୂପା ଦର ଜାଣିବା ପାଇଁ ୮୯୫୫୬୬୪୪୩୩ ନମ୍ବରରେ ମିସ କଲ କରିପାରନ୍ତି। ଏହି ନମ୍ବରରେ କଲ କଲେ ଏସଏମଏସ ଦ୍ୱାରା ବଜାରରେ ୨୪,୨୨ ଓ ୧୮ କ୍ୟାରେଟ୍ ସୁନାର ତାଜା

ଦୀପାବଳି ପରେ ବି ଶସ୍ତା ହେଲାନି ସୁନା, ରୂପା ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ ୨।୧୧: ଦେଶରେ ଦୀପାବଳି ଉତ୍ସବ ପାଇଁ ସୁନା ଓ ରୂପା ଦର ଆକାଶ ଛୁଇଁଥିଲା। ତେବେ ମାର୍କେଟ ଏକ୍ସପର୍ଟଙ୍କ ଅନୁସାରେ ଆଗକୁ ଏହି ମୂଲ୍ୟବାନ ଧାତୁ ଦର ଆହୁରି ବି ବଢିପାରେ। ହେଲେ ଦୀପାବଳି ଶେଷ ହେବା ପରେ ଦେଶରେ ସୂନା ଓ ରୂପା ଦର ନରମ ପଡିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ମଉଳି ଯାଇଛି। ଶନିବାର ଗୋବର୍ଦ୍ଧନ ପୂଜା ଅବସରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୨୦୦ ଟଙ୍କା ମହଙ୍ଗା ହୋଇ ୮୧ ହଜାର ଟଙ୍କାକୁ ପହଞ୍ଚିଥିବା ବେଳେ ରୂପା କେଜି ପିଛା ଦର ୯୭ ହଜାର ଟଙ୍କା ରହିଛି। 

ଶନିବାର ସ୍ୱର୍ଣ୍ଣାଳଙ୍କାର ବଜାର ଦ୍ୱାରା ଜାରି ସୁନା ଓ ରୂପାର ନୂଆ ମୂଲ୍ୟ ଅନୁସାରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୩,୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୮୦,୫୫୦ ଓ ୧୮ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୬୦,୩୮୦ ଟଙ୍କାରେ ଟ୍ରେଣ୍ଡ କରୁଛି। ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ ଅନୁସାରେ ସୁନାର ଶୁଦ୍ଧତା ହଲମାର୍କରୁ ପ୍ରମାଣିତ ହୋଇଥାଏ। ୨୨ କ୍ୟାରେଟ ସୁନା ଅଧିକାଂଶ ଜ୍ୱେଲରୀ ତିଆରିରେ ବ୍ୟବହୃତ ହୋଇଥାଏ। 

ତେବେ ୨୪ କ୍ୟାରେଟ୍ ସୁନାକୁ ସବୁଠୁ ଶୁଦ୍ଧ ମନେ କରାଯାଏ। ହେଲେ ଏଥିରେ ଆଭୂଷଣ ତିଆରି ହୋଇପାରେନି। କାରଣ ଏହା ବହୁତ ନରମ। ବଜାରରେ ସୁନା ଓ ରୂପା ଦର ଜାଣିବା ପାଇଁ ୮୯୫୫୬୬୪୪୩୩ ନମ୍ବରରେ ମିସ କଲ କରିପାରନ୍ତି। ଏହି ନମ୍ବରରେ କଲ କଲେ ଏସଏମଏସ ଦ୍ୱାରା ବଜାରରେ ୨୪,୨୨ ଓ ୧୮ କ୍ୟାରେଟ୍ ସୁନାର ତାଜା ଦରର ସୂଚନା ମିଳିଯାଇ ପାରିବ। ହଲମାର୍କ ସୁନାର ଶୁଦ୍ଧତା ନିମନ୍ତେ ସରକାରୀ ଗ୍ୟାରେଣ୍ଟି। ଏଣୁ ସ୍ୱର୍ଣ୍ଣଳଙ୍କାର କ୍ରୟ କାଳରେ ହଲମାର୍କ ନିଶ୍ଚିତ ଦେଖନ୍ତୁ। କାରଣ ଏହା ଆପଣଙ୍କୁ ସୁନାର କ୍ୱାଲିଟି ସମ୍ପର୍କରେ ସୂଚିତ କରିଥାଏ।