ବିମାନ ନୁହେଁ ରେଳରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କିଙ୍କ ନିମନ୍ତ୍ରଣରେ ଯୁଦ୍ଧଗ୍ରସ୍ତ କିଭ ଯାତ୍ରା କରିବେ। ୨୩ ଅଗଷ୍ଟ ୨୦୨୪ରେ ମୋଦି କିଭରେ ପହଞ୍ଚିବେ। ଜେଲେଂସ୍କିଙ୍କ ସହ ମୋଦିଙ୍କ ଏହା ଚତୁର୍ଥ ସାକ୍ଷାତ ହେବ। ଉଲ୍ଲେଖଯୋଗ୍ୟ ଯେ ଗତ ୩୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ବିଦେଶ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି କିଭରେ ୭ ଘଣ୍ଟା ବିତାଇବେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଯେଉଁଠି ପ୍ରାୟ ବିମାନ ବନ୍ଦର ନଷ୍ଟ ହୋଇଯାଇଛି ଓ ଯୁଦ୍ଧ ପାଇଁ ଉପଯୋଗ ହେଉଛି ମୋଦି ସେଠାକୁ ଯିବେ କିପରି? ୟୁକ୍ରେନକୁ ସଡ଼କ ପଥରେ ଯିବା ମଧ୍ୟ ବିପଦଜନକ। ଏଣୁ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ କିପରି ଯିବେ ତାର ଉତ୍ତର ହେଉଛି ଟ୍ରେନ ଯୋଗେ। ପ୍ରଧାନମନ୍ତ୍ରୀ ମୋଦି ସ୍ୱତନ୍ତ୍ର ରୂପେ ଡିଜାଇନ କରାଯାଇଥିବା ବିଳାଶମୟ ଟ୍ରେନ ‘ରେଲଫୋର୍ସ-ୱାନ୍’ ଯୋଗେ କିଭ ଯାତ୍ରାରେ ଯିବେ। ତେବେ ଏହି ଟ୍ରେନରେ ଯାତ୍ରା କରିବାରେ ମୋଦି ପ୍ରଥମ ରାଜନେତା ନୁହନ୍ତି। ତାଙ୍କ ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶ୍ୱନେତା ଏହି ଟ୍ରେନରେ ଯାତ୍ରା କରିସାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କିଭି ଯାତ୍ରାରେ ୨୦ ଘଣ୍ଟାର ରେଳ ଯାତ୍ରା ମଧ୍ୟ ସାମିଲ ହେବ। ସେ ରାତିସାରା ଚାଲିବାକୁ ଥିବା ରେଲ ଫୋର୍ସ ୱାନ୍ ଟ୍ରେନରେ ବସିବେ। ସ୍ୱତନ୍ତ୍ର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କିଙ୍କ ନିମନ୍ତ୍ରଣରେ ଯୁଦ୍ଧଗ୍ରସ୍ତ କିଭ ଯାତ୍ରା କରିବେ। ୨୩ ଅଗଷ୍ଟ ୨୦୨୪ରେ ମୋଦି କିଭରେ ପହଞ୍ଚିବେ। ଜେଲେଂସ୍କିଙ୍କ ସହ ମୋଦିଙ୍କ ଏହା ଚତୁର୍ଥ ସାକ୍ଷାତ ହେବ। ଉଲ୍ଲେଖଯୋଗ୍ୟ ଯେ ଗତ ୩୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ବିଦେଶ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି କିଭରେ ୭ ଘଣ୍ଟା ବିତାଇବେ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଯେଉଁଠି ପ୍ରାୟ ବିମାନ ବନ୍ଦର ନଷ୍ଟ ହୋଇଯାଇଛି ଓ ଯୁଦ୍ଧ ପାଇଁ ଉପଯୋଗ ହେଉଛି ମୋଦି ସେଠାକୁ ଯିବେ କିପରି? ୟୁକ୍ରେନକୁ ସଡ଼କ ପଥରେ ଯିବା ମଧ୍ୟ ବିପଦଜନକ। ଏଣୁ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ କିପରି ଯିବେ ତାର ଉତ୍ତର ହେଉଛି ଟ୍ରେନ ଯୋଗେ। ପ୍ରଧାନମନ୍ତ୍ରୀ ମୋଦି ସ୍ୱତନ୍ତ୍ର ରୂପେ ଡିଜାଇନ କରାଯାଇଥିବା ବିଳାଶମୟ ଟ୍ରେନ ‘ରେଲଫୋର୍ସ-ୱାନ୍’ ଯୋଗେ କିଭ ଯାତ୍ରାରେ ଯିବେ। ତେବେ ଏହି ଟ୍ରେନରେ ଯାତ୍ରା କରିବାରେ ମୋଦି ପ୍ରଥମ ରାଜନେତା ନୁହନ୍ତି। ତାଙ୍କ ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶ୍ୱନେତା ଏହି ଟ୍ରେନରେ ଯାତ୍ରା କରିସାରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କିଭି ଯାତ୍ରାରେ ୨୦ ଘଣ୍ଟାର ରେଳ ଯାତ୍ରା ମଧ୍ୟ ସାମିଲ ହେବ। ସେ ରାତିସାରା ଚାଲିବାକୁ ଥିବା ରେଲ ଫୋର୍ସ ୱାନ୍ ଟ୍ରେନରେ ବସିବେ। ସ୍ୱତନ୍ତ୍ର ରୂପେ ଡିଜାଇନ କରାଯାଇଥିବା ଉଚ୍ଚ ସୁରକ୍ଷା ସମ୍ପନ୍ନ ଏହି ଟ୍ରେନ ଆରାମଦାୟକ ଯାତ୍ରା ପ୍ରାଦନ କରୁଛି। ଏହି ଟ୍ରେନରେ କାର୍ଯ୍ୟକାରୀ ସ୍ତରର କାମ ଓ ଆରାମଦାୟକ ସୁବିଧାରେ ଭରପୁର। ଗଣମାଧ୍ୟମ ରିପୋର୍ଟ ଅନୁସାରେ ‘ରେଲ ଫୋର୍ସ ୱାନ’ର ଇଣ୍ଟେରିୟର ବେଶ୍ ସୁରକ୍ଷିତ।
ଏଥିରେ କାଠ ପ୍ୟାନେଲର କ୍ୟାବିନ ଥିବା ବେଳେ କାମ ଓ ଆରାମର ସବୁ ଜରୁରି ଜିନିଷ ରହିଛି। ଏଥିରେ ଥିବା ସୁବିଧା ମଧ୍ୟରେ ମିଟିଂ ନିମନ୍ତେ ବଡ ଟେବୁଲ, ଏକ ଆରାମଦାୟକ ସୋଫା, କାନ୍ଥରେ ଲାଗିଥିବା ଟିଭି ଓ ଆରାମଦାୟକ ଶୋଇବା ସୁବିଧା ରହିଛି। ଏହି ଭବ୍ୟ ଟ୍ରେନକୁ ୨୦୧୪ ମସିହାରେ କ୍ରିମିୟା ବୁଲି ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ତିଆରି କରାଯାଇଥିଲା। ତେବେ ଋଷିଆ ଆକ୍ରମଣ ପରେ ଯୁଦ୍ଧଗ୍ରସ୍ତ ଦେଶରେ ଭିଭିଆଇପିଙ୍କୁ ନେବା ଆଣିବା କରିବା ପାଇଁ ଏହାକୁ ବିଶେଷ ରୂପେ ଡିଜାଇନ କରାଯାଇଛି। ଏହି ଟ୍ରେନ ଇଲେକ୍ଟ୍ରିକ ନୁହେଁ ଡିଜେଲ ଇଞ୍ଜିନରେ ଚାଲୁଛି।