ଅଲ୍ ଓଡ଼ିଶା ସେଲ୍ଫ୍ ଫାଇନାନ୍ସିଂ କଲେଜ ସଂଘର ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର,୩୦।୯ (ଅଭୟ ଦାଶ): ଅଲ୍ ଓଡ଼ିଶା ସେଲ୍ଫ୍ ପାଇନାନ୍ସିଂ କଲେଜର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ୍ ପୁଷ୍ପକ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା ଓ ବାର୍ଷିକ ସମ୍ମିଳନୀରେ ୧୩୫ କଲେଜର ପ୍ରତିନିଧମାନେ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ପୁରୁଣା ଦାବି ବିଷୟରେ ବିସ୍ତୃତ ଆଲୋଚନା ସହିତ ଉକ୍ତ ଦାବିକୁ କିପରି ସୁଦୃଢ଼ ଭାବେ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ସେ ନେଇ ମଧ୍ୟ ସମ୍ମିଳନୀରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସେହିଭଳି ନୂତନ ଭାବେ […] The post ଅଲ୍ ଓଡ଼ିଶା ସେଲ୍ଫ୍ ଫାଇନାନ୍ସିଂ କଲେଜ ସଂଘର ବାର୍ଷିକ ସମ୍ମିଳନୀ appeared first on Dharitri Odia News.
ଭୁବନେଶ୍ୱର,୩୦।୯ (ଅଭୟ ଦାଶ): ଅଲ୍ ଓଡ଼ିଶା ସେଲ୍ଫ୍ ପାଇନାନ୍ସିଂ କଲେଜର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ୍ ପୁଷ୍ପକ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭା ଓ ବାର୍ଷିକ ସମ୍ମିଳନୀରେ ୧୩୫ କଲେଜର ପ୍ରତିନିଧମାନେ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ପୁରୁଣା ଦାବି ବିଷୟରେ ବିସ୍ତୃତ ଆଲୋଚନା ସହିତ ଉକ୍ତ ଦାବିକୁ କିପରି ସୁଦୃଢ଼ ଭାବେ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ସେ ନେଇ ମଧ୍ୟ ସମ୍ମିଳନୀରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
ସେହିଭଳି ନୂତନ ଭାବେ ନିର୍ବାଚିତ ହୋଇଥିବା ସଂଘର ସଭାପତି ସୁବାସ ଚନ୍ଦ୍ର ଦାସ, ଉପସଭାପତି ସଞ୍ଜୟ ସାହୁ, ସମ୍ପାଦକ ପ୍ରଦୀପ ପୃଷ୍ଟି, ସହ ସମ୍ପାଦକ ବିଷ୍ଣୁ ଦାସ ଓ ମୁକେଶ ଚୌବେ ଏବଂ କୋଷାଧ୍ୟକ୍ଷ ସ୍ବାଗତ ଶେଖର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସଂଘର ଉପଦେଷ୍ଟା ତ୍ରିଦେବ୍ ବେହେରା, କେ.ସି. ମହାନ୍ତି, ମନୋଜ ପାଢ଼ୀ, ଅମରିଶ ଦାସ ଏବଂ ଫକୀର କର୍ଣ୍ଣ ପ୍ରମୁଖ ସମ୍ପ୍ରତି ଅନୁଷ୍ଠାନର ସଫଳତା ବିଷୟରେ ପରିପ୍ରକାଶ କରିଥିଲାବେଳେ ଆଗାମୀ ଭବିଷ୍ୟତରେ ସଂଘର ନୂତନ ରୂପରେଖ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ବିଶଦ୍ ଭାବେ ଚର୍ଚ୍ଚା କରାଯାଇଥିଲା। ଏପରିକି ନୂତନ ଶିକ୍ଷାନୀତି ବିଷୟରେ ତ୍ରିଦେବ୍ ବେହେରା ଏବଂ ଅମରିଶ ଦାସ ବିସ୍ତୃତ ଭାବେ ଆଲୋକପାତ (ସମ୍ପୂର୍ଣ୍ଣ ବ୍ୟାଖ୍ୟା) କରିଥିଲେ।
The post ଅଲ୍ ଓଡ଼ିଶା ସେଲ୍ଫ୍ ଫାଇନାନ୍ସିଂ କଲେଜ ସଂଘର ବାର୍ଷିକ ସମ୍ମିଳନୀ appeared first on Dharitri Odia News.