ବିରାଟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ-ରୋହିତଙ୍କୁ ଭୟ କରନ୍ତି ବୋଲର: ଏହି କ୍ରିକେଟର କଲେ ପ୍ରଶଂସା…

କୋଲକାତା,୮।୨ : ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଏକ ସାକ୍ଷାତକାର ସମୟରେ ଟିମ୍‌ ଇଣ୍ଡିଆର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି। ଯେତେବେଳେ ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ବିରାଟ କୋହଲି ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଶାମି ବିରାଟଙ୍କ ବିଷୟରେ ଆଉ ଏକ ମଜାଦାର କାହାଣୀ କହିଥିଲେ। ଶାମି କହିଛନ୍ତି ବୋଲର ୱିକେଟ ନିଅନ୍ତି କିନ୍ତୁ ବିରାଟ କୋହଲି ଏଥିରୁ ଅଧିକ ଖୁସି […] The post ବିରାଟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ-ରୋହିତଙ୍କୁ ଭୟ କରନ୍ତି ବୋଲର: ଏହି କ୍ରିକେଟର କଲେ ପ୍ରଶଂସା… appeared first on Dharitri Odia News.

ବିରାଟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ-ରୋହିତଙ୍କୁ ଭୟ କରନ୍ତି ବୋଲର: ଏହି କ୍ରିକେଟର କଲେ ପ୍ରଶଂସା…

କୋଲକାତା,୮।୨ : ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଏକ ସାକ୍ଷାତକାର ସମୟରେ ଟିମ୍‌ ଇଣ୍ଡିଆର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି। ଯେତେବେଳେ ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ବିରାଟ କୋହଲି ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଶାମି ବିରାଟଙ୍କ ବିଷୟରେ ଆଉ ଏକ ମଜାଦାର କାହାଣୀ କହିଥିଲେ। ଶାମି କହିଛନ୍ତି ବୋଲର ୱିକେଟ ନିଅନ୍ତି କିନ୍ତୁ ବିରାଟ କୋହଲି ଏଥିରୁ ଅଧିକ ଖୁସି ପାଆନ୍ତି। ୱିକେଟ ପାଇବା ମାତ୍ରେ ବିରାଟ ଆନନ୍ଦରେ ଡେଇଁପଡନ୍ତି। ଏହା ବ୍ୟତୀତ ରୋହିତ ଶର୍ମାଙ୍କ ବିଷୟରେ ସେ କହିଛନ୍ତି ରୋହିତ ଶର୍ମା ଦୁନିଆର ସବୁଠାରୁ ବିପଜ୍ଜନକ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଯେପର୍ଯ୍ୟନ୍ତ ସେ କ୍ରିଜ ଉପରେ ରହିଛନ୍ତି, ସେ ବୋଲର ତାଙ୍କୁ ଭୟ କରନ୍ତି ।

ମହମ୍ମଦ ଶାମି ଟିମ ଇଣ୍ଡିଆ ପାଇଁ ୬୪ ଟି ଟେଷ୍ଟ, ୧୦୧ ଟି ଏକଦିବସୀୟ ଏବଂ ୨୩ ଟି-୨୦ ମ୍ୟାଚ ଖେଳିଛନ୍ତି। ୬୪ ଟି ଟେଷ୍ଟ ମ୍ୟାଚରେ ମହମ୍ମଦ ଶାମି ୨୨୯ ୱିକେଟ ନେଇଛନ୍ତି। ଏହା ବ୍ୟତୀତ ୧୦୧ ଟି ଦିନିକିଆ ମ୍ୟାଚରେ ୧୯୫ ୱିକେଟ ନେଇଛନ୍ତିି। ୨୩ ଟି-୨୦ ମ୍ୟାଚରେ ୨୪ ୱିକେଟ ନେଇଛନ୍ତି। ବର୍ତ୍ତମାନ ଶାମି ଆହତ କାରଣରୁ ଟିମ ଇଣ୍ଡିଆଠାରୁ ବାହାରେ ରହିଛନ୍ତି।

 

 

The post ବିରାଟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ-ରୋହିତଙ୍କୁ ଭୟ କରନ୍ତି ବୋଲର: ଏହି କ୍ରିକେଟର କଲେ ପ୍ରଶଂସା… appeared first on Dharitri Odia News.