ଦୁର୍ଗା ବଜାରରେ ଫୁଟିଲା ବୋମା: ୪ ଆହତ
ଦଶପଲ୍ଲା: ନୟାଗଡ଼ ଜିଲା ୫୭ ନମ୍ବର ଜାତୀୟ ରାଜପଥ ଦୁର୍ଗା ବଜାର ନିକଟରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ବୋମା ମାଡ଼ ଘଟିଛି। ବୋମାମାଡ଼ରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଅନ୍ୟପକ୍ଷେ ବୋମାମାଡ଼ର କାରଣ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି। The post ଦୁର୍ଗା ବଜାରରେ ଫୁଟିଲା ବୋମା: ୪ ଆହତ appeared first on Dharitri Odia News.
ଦଶପଲ୍ଲା: ନୟାଗଡ଼ ଜିଲା ୫୭ ନମ୍ବର ଜାତୀୟ ରାଜପଥ ଦୁର୍ଗା ବଜାର ନିକଟରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ବୋମା ମାଡ଼ ଘଟିଛି। ବୋମାମାଡ଼ରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବୋମାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଅନ୍ୟପକ୍ଷେ ବୋମାମାଡ଼ର କାରଣ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ଦୁର୍ଗା ବଜାରରେ ଫୁଟିଲା ବୋମା: ୪ ଆହତ appeared first on Dharitri Odia News.