ଜଳନ୍ଧରରେ ଘରଭଡ଼ା ନେବେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ କ’ଣ ରହିଛି କାରଣ…

ଚଣ୍ଡିଗଡ଼,୨୨।୬: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ଶନିବାର ଜଲନ୍ଧରରେ ଗୋଟିଏ ଘର ଭଡ଼ାକୁ ନେବେ। ଜୁଲାଇ ୧୦ରେ ଜଲନ୍ଧରର ପଶ୍ଚିମ ଆସନ ଲାଗି ହେବାକୁ ଥିବା ବିଧାନସଭା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏଏପିର ନିର୍ବାଚନ ପ୍ରଚାର ଲାଗି ସେ ଏହି ଭଡ଼ା ନେବେ ବୋଲି ଶନିବାର କହିଛନ୍ତି। ତେବେ ଏଏପିର ନିର୍ବାଚନ ପ୍ରଚାର ଅଭିଯାନ ତାଙ୍କ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ କେନ୍ଦ୍ରିତ ରହିବ ବୋଲି ସେ ମଧ୍ୟ କହିଛନ୍ତି। ସନ୍ଥ କବିର ଦାସଙ୍କ ଜୟନ୍ତୀ […] The post ଜଳନ୍ଧରରେ ଘରଭଡ଼ା ନେବେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ କ’ଣ ରହିଛି କାରଣ… appeared first on Dharitri Odia News.

ଜଳନ୍ଧରରେ ଘରଭଡ଼ା ନେବେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ କ’ଣ ରହିଛି କାରଣ…

ଚଣ୍ଡିଗଡ଼,୨୨।୬: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ଶନିବାର ଜଲନ୍ଧରରେ ଗୋଟିଏ ଘର ଭଡ଼ାକୁ ନେବେ। ଜୁଲାଇ ୧୦ରେ ଜଲନ୍ଧରର ପଶ୍ଚିମ ଆସନ ଲାଗି ହେବାକୁ ଥିବା ବିଧାନସଭା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏଏପିର ନିର୍ବାଚନ ପ୍ରଚାର ଲାଗି ସେ ଏହି ଭଡ଼ା ନେବେ ବୋଲି ଶନିବାର କହିଛନ୍ତି। ତେବେ ଏଏପିର ନିର୍ବାଚନ ପ୍ରଚାର ଅଭିଯାନ ତାଙ୍କ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ କେନ୍ଦ୍ରିତ ରହିବ ବୋଲି ସେ ମଧ୍ୟ କହିଛନ୍ତି।

ସନ୍ଥ କବିର ଦାସଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ସମାରୋହରେ ସମ୍ବୋଧିତ କରି ମାନ କହିଛନ୍ତି, ଆମ ଆଦମୀ ପାର୍ଟୀ ତାଙ୍କ ନେତୃତ୍ୱରେ ଉପ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏଏପି ବିଧାୟକ ଶୀତଲ ଅଗୁରାଲଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଛି। ଜଳନ୍ଧର ପଶ୍ଚିମ ବିଧାନସଭା ଆସନ ଲାଗି ଉପନିର୍ବାଚନ ଜୁଲାଇ ୧୦ରେ ହେବ। ଜୁଲାଇ ୧୩ରେ ଭୋଟଗଣତି ହେବ।

The post ଜଳନ୍ଧରରେ ଘରଭଡ଼ା ନେବେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ କ’ଣ ରହିଛି କାରଣ… appeared first on Dharitri Odia News.