ଗିରଫ ହେଲେ ବ୍ଲକ ଉପାଧ୍ୟକ୍ଷ
ଯାଜପୁର ଟାଉନ,୧୯।୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ସଦର ଥାନା ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଚାଓମିନ ଦୋକାନୀଙ୍କ ଆକ୍ରମଣରେ ଗୁରୁତର ଜଣେ ନାବାଳକଙ୍କ ମୃତ୍ୟୁ ଘଟଣାରେ ପୋଲିସ ମଙ୍ଗଳବାର ଯାଜପୁର ବ୍ଲକ ଉପାଧ୍ୟକ୍ଷ କମଳ ମଲ୍ଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗୋବିନ୍ଦପୁର ଗ୍ରାମର ସୁକଦେବ ଦାସ ଗତ ୯ ତାରିଖ ରବିବାର ରାତି ପ୍ରାୟ ୯ଟା୩୦ରେ ସ୍ଥାନୀୟ ଶିବାଛକର ଏକ ଚାଓମିନ ଦୋକାନକୁ ଚାଓମିନ ଖାଇବାକୁ ଯାଇଥିଲେ। ଦୋକାନୀ ଅନିଲ ମଲ୍ଲିକ ସୁକଦେବକୁ ଚାଓମିନ ନ […] The post ଗିରଫ ହେଲେ ବ୍ଲକ ଉପାଧ୍ୟକ୍ଷ appeared first on Dharitri Odia News.
ଯାଜପୁର ଟାଉନ,୧୯।୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ସଦର ଥାନା ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଚାଓମିନ ଦୋକାନୀଙ୍କ ଆକ୍ରମଣରେ ଗୁରୁତର ଜଣେ ନାବାଳକଙ୍କ ମୃତ୍ୟୁ ଘଟଣାରେ ପୋଲିସ ମଙ୍ଗଳବାର ଯାଜପୁର ବ୍ଲକ ଉପାଧ୍ୟକ୍ଷ କମଳ ମଲ୍ଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଗୋବିନ୍ଦପୁର ଗ୍ରାମର ସୁକଦେବ ଦାସ ଗତ ୯ ତାରିଖ ରବିବାର ରାତି ପ୍ରାୟ ୯ଟା୩୦ରେ ସ୍ଥାନୀୟ ଶିବାଛକର ଏକ ଚାଓମିନ ଦୋକାନକୁ ଚାଓମିନ ଖାଇବାକୁ ଯାଇଥିଲେ। ଦୋକାନୀ ଅନିଲ ମଲ୍ଲିକ ସୁକଦେବକୁ ଚାଓମିନ ନ ଦେଇ ଅଧଘଣ୍ଟା ଅପେକ୍ଷା କରାଇଥିଲେ। ସୁକଦେବ ଅନିଲଙ୍କୁ ଜିଦ୍ କରି ଚାଓମିନ ମାଗିବାରୁ ଦୋକାନୀ ଓ ସେଠାରେ ବସିଥିବା କମଳଙ୍କ ସମେତ ଅନ୍ୟ ୨ ଜଣ ସୁକଦେବଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି ଏକ କାଠଫାଳିଆରେ ପିଟିଥିଲେ। ସୁକଦେବ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ସୁକଦେବଙ୍କ ପୁଅ ଶାନ୍ତନୁ(୧୪) ପହଞ୍ଚି ବାପାଙ୍କୁ କାହିଁକି ମାରିଲ ବୋଲି ପଚାରିଥିଲେ। ଏହାପରେ ସେମାନେ ସଙ୍ଘବଦ୍ଧ ହୋଇ ଏକ ଲୁହାରଡ୍ ଓ କାଠ ଫାଳିଆରେ ଶାନ୍ତନୁଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ବାପପୁଅ ଚେତାଶୂନ୍ୟ ହୋଇପଡ଼ିଥିଲେ। ଶୁକଦେବଙ୍କ ବଡ଼ଭାଇ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପରେ ଶାନ୍ତନୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲୁଥିବାବେଳେ ଗତ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ହତ୍ୟା ମାମଲା ନଂ.୩୭/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।
The post ଗିରଫ ହେଲେ ବ୍ଲକ ଉପାଧ୍ୟକ୍ଷ appeared first on Dharitri Odia News.