ଉଦଘାଟନ ଲାଗି ନିର୍ବାହୀ ଅଧିକାରୀଙ୍କୁ ଜଗିରହିଲେ ବିଧାୟିକା

ପୁରୁଷୋତ୍ତମପୁର,୧।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗୁରବାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ ହୋଇଛି। ମାତ୍ର ଏହାକୁ ଉଦଘାଟନ କରିବାକୁ ଆସିଥିବା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏକ ପ୍ରକାର ନିରାଶ ହୋଇଛନ୍ତି। ଗତ ୨୦୦୪ରେ କଲେଜ ଛକ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବସ ଟର୍ମିନାଲର ନବକଳେବରକୁ ଉଦଘାଟନ ଲାଗି ବିଧାୟିକା ସୂର୍ଯ୍ୟମଣିଙ୍କ ସମେତ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ,ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକ କୁମାର ମହାକୁଡ,ଏମପି ପ୍ରତିନିଧି […] The post ଉଦଘାଟନ ଲାଗି ନିର୍ବାହୀ ଅଧିକାରୀଙ୍କୁ ଜଗିରହିଲେ ବିଧାୟିକା appeared first on Dharitri Odia News.

ଉଦଘାଟନ ଲାଗି ନିର୍ବାହୀ ଅଧିକାରୀଙ୍କୁ ଜଗିରହିଲେ ବିଧାୟିକା

ପୁରୁଷୋତ୍ତମପୁର,୧।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗୁରବାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ ହୋଇଛି। ମାତ୍ର ଏହାକୁ ଉଦଘାଟନ କରିବାକୁ ଆସିଥିବା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏକ ପ୍ରକାର ନିରାଶ ହୋଇଛନ୍ତି। ଗତ ୨୦୦୪ରେ କଲେଜ ଛକ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବସ ଟର୍ମିନାଲର ନବକଳେବରକୁ ଉଦଘାଟନ ଲାଗି ବିଧାୟିକା ସୂର୍ଯ୍ୟମଣିଙ୍କ ସମେତ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ,ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକ କୁମାର ମହାକୁଡ,ଏମପି ପ୍ରତିନିଧି ପ୍ରେମାନନ୍ଦ ସାହୁଙ୍କ ସମେତ କିଛି କାଉନସିଲର ଉଦଘାଟନ କରିବାକୁ ଆସିଥିବାବେଳେ ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ଦେଖାମିଳି ନ ଥିଲା। ଫଳରେ ନିର୍ବାହୀ ଅଧିକାରୀଙ୍କୁ ଜଗିଜଗି ବିଧାୟିକା ଅନ୍ୟକାମରେ ଚାଲିଯାଇଥିଲେ। ଏହାପରେ ପୁଣି ଫେରି ଦୀର୍ଘ ଅଧଘଣ୍ଟାଏରୁ ଉର୍ଦ୍ଧ ସମୟ ଧରି ନିର୍ବାହୀ ଅଧିକାରୀଙ୍କୁ ବିଧାୟିକା ଜଗିରହି ନିରାଶ ହୋଇ ଶେଷରେ ଉଦଘାଟନ କରିଥିଲେ। ଉଦ୍‌ଘାଟନ ପରେ ନିର୍ବାହୀ ଅଧିକାରୀ ଶେଷ ମୁହୂର୍ତ୍ତରେ ଉଦଘାଟନ ସ୍ଥଳକୁ ଆସିଥିଲେ ହେଁ ବିଧାୟିକାଙ୍କୁ ଏକପ୍ରକାର ନିରାଶ ହେବାକୁ ପଡିଥିଲା।

The post ଉଦଘାଟନ ଲାଗି ନିର୍ବାହୀ ଅଧିକାରୀଙ୍କୁ ଜଗିରହିଲେ ବିଧାୟିକା appeared first on Dharitri Odia News.