ଲେଭଲ କ୍ରସିଂରେ ଫସି ରହିଲା ହାଇୱା
ଧର୍ମଶାଳା,୧୭ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ହରିଦାସପୁର-ଗଡ଼ମଧୁପୁର ରେଳଷ୍ଟେଶନ ମଧ୍ୟସ୍ଥ ଏକ ଲେଭଲ କ୍ରସିଂରେ ଶନିବାର ଏକ ଚିପ୍ସ ବୋଝେଇ ହାଇୱା ଏକ ଘଣ୍ଟା ଧରି ଫସି ରହିଛି। ଗାଡ଼ି ଖରାପ ହୋଇଯିବାରୁ ଲେଭଲ କ୍ରସିଂ ପାରି ହୋଇ ପାରି ନ ଥିଲା। ଖବର ପାଇ ରେଲଓ୍ବେ କର୍ମଚାରୀ ଓ ହାଇଓ୍ବା ମାଲିକ ପହଞ୍ଚି ଗାଡ଼ିକୁ ହଟାଇଥିଲେ। ଏଥିସହିତ ସେଠାରେ ପଡ଼ିଥିବା ଚିପ୍ସକୁ କାଢ଼ି ସଫା କରିଥିଲେ। ଏହାପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ହାଇଓ୍ବା ଅଟକିବାରୁ […] The post ଲେଭଲ କ୍ରସିଂରେ ଫସି ରହିଲା ହାଇୱା appeared first on Dharitri Odia News.
ଧର୍ମଶାଳା,୧୭ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ହରିଦାସପୁର-ଗଡ଼ମଧୁପୁର ରେଳଷ୍ଟେଶନ ମଧ୍ୟସ୍ଥ ଏକ ଲେଭଲ କ୍ରସିଂରେ ଶନିବାର ଏକ ଚିପ୍ସ ବୋଝେଇ ହାଇୱା ଏକ ଘଣ୍ଟା ଧରି ଫସି ରହିଛି।
ଗାଡ଼ି ଖରାପ ହୋଇଯିବାରୁ ଲେଭଲ କ୍ରସିଂ ପାରି ହୋଇ ପାରି ନ ଥିଲା। ଖବର ପାଇ ରେଲଓ୍ବେ କର୍ମଚାରୀ ଓ ହାଇଓ୍ବା ମାଲିକ ପହଞ୍ଚି ଗାଡ଼ିକୁ ହଟାଇଥିଲେ। ଏଥିସହିତ ସେଠାରେ ପଡ଼ିଥିବା ଚିପ୍ସକୁ କାଢ଼ି ସଫା କରିଥିଲେ। ଏହାପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ହାଇଓ୍ବା ଅଟକିବାରୁ ଭେଲଲ କ୍ରସିଂର ଉଭୟ ପଟରେ ବହୁ ଗାଡ଼ି ଦୀର୍ଘ ସମୟ ଧରି ଅଟକି ରହିଥିବା ଦେଖିବାକୁ ମିଳିଥିଲା।
The post ଲେଭଲ କ୍ରସିଂରେ ଫସି ରହିଲା ହାଇୱା appeared first on Dharitri Odia News.