ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ, ଶୀତ ଲହରୀ ଜାରି

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି। ତାପମାତ୍ରା ହ୍ରାସ ପାଇବା ସହ ଚଳିତ ବର୍ଷ ପ୍ରଥମଥର ପାଇଁ ସୋମବାର ସକାଳେ ତୁଷାରପାତ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ବୁର୍ଜୁବାଡ଼ି ସମେତ ଶିବ ମନ୍ଦିର ସାହି, କିଲାବାଡ଼ି, ପ୍ଳିହେରି, କଫି ବଗିଚା, ବଏନ୍‌ ସାହି ସମେତ ଦୁର୍ଗମ ଗ୍ରାମଗୁଡ଼ିକରେ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟବାସିନ୍ଦାଙ୍କ ସମେତ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ହୋଇଛି। ତାପମାତ୍ରା ସର୍ବନିମ୍ନ ୭. ୫ ରହିଥିବା […] The post ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ, ଶୀତ ଲହରୀ ଜାରି appeared first on Dharitri Odia News.

ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ, ଶୀତ ଲହରୀ ଜାରି

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି। ତାପମାତ୍ରା ହ୍ରାସ ପାଇବା ସହ ଚଳିତ ବର୍ଷ ପ୍ରଥମଥର ପାଇଁ ସୋମବାର ସକାଳେ ତୁଷାରପାତ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ବୁର୍ଜୁବାଡ଼ି ସମେତ ଶିବ ମନ୍ଦିର ସାହି, କିଲାବାଡ଼ି, ପ୍ଳିହେରି, କଫି ବଗିଚା, ବଏନ୍‌ ସାହି ସମେତ ଦୁର୍ଗମ ଗ୍ରାମଗୁଡ଼ିକରେ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟବାସିନ୍ଦାଙ୍କ ସମେତ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ହୋଇଛି। ତାପମାତ୍ରା ସର୍ବନିମ୍ନ ୭. ୫ ରହିଥିବା ବେଳେ ପ୍ରକୃତରେ ସରକାରୀ ରେକର୍ଡଠାରୁ ଆହୁରି କମ୍‌ ତାପମାତ୍ରା ଅଞ୍ଚଳରେ ରହିଥିବା ଆଶଙ୍କା କରାଯାଇଛି। ଦୀର୍ଘଦିନ ପରେ ଦାରିଙ୍ଗବାଡ଼ିର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ହୋଇ ନ ଥିବା ବେଳେ ପାଗ ପୂରା ଶୁଖିଲା ରହିଛି। ଆଗକୁ ଶୀତ ଲହରୀ ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

The post ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ, ଶୀତ ଲହରୀ ଜାରି appeared first on Dharitri Odia News.