ନୃସିଂହ ଚତୁର୍ଦ୍ଦଶୀ ପାଇଁ ପୁଇଁତୋଳା ଉତ୍ସବ ମୁଖର
ଗଞ୍ଜାମ,୧୧।୫(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ ହେଉଅଛି । ଏଥିପାଇଁ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଗତକାଲି ସାରେ ନୃସିଂହ ପୂଜକ ଗଣେଶ ରଥ ଦେବଶର୍ମା ଓ ରାଜେନ୍ଦ୍ର ରଥଙ୍କ ପୂଜାର୍ଚନା ପରେ ପାଣି ଅଣାଯାଇଥିଲା । ଏହି ଉପଲକ୍ଷେ ରବିବାର ସକାଳୁ ଚାରି ପ୍ରହର ନାମଯଂଜ୍ଞ ଆରମ୍ଭ ହୋଇଥିଲା । ପୂର୍ବାହ୍ନରେ ଘୃତ ଯଜ୍ଞରେ […] The post ନୃସିଂହ ଚତୁର୍ଦ୍ଦଶୀ ପାଇଁ ପୁଇଁତୋଳା ଉତ୍ସବ ମୁଖର appeared first on Dharitri Odia News.
ଗଞ୍ଜାମ,୧୧।୫(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ ହେଉଅଛି । ଏଥିପାଇଁ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଗତକାଲି ସାରେ ନୃସିଂହ ପୂଜକ ଗଣେଶ ରଥ ଦେବଶର୍ମା ଓ ରାଜେନ୍ଦ୍ର ରଥଙ୍କ ପୂଜାର୍ଚନା ପରେ ପାଣି ଅଣାଯାଇଥିଲା । ଏହି ଉପଲକ୍ଷେ ରବିବାର ସକାଳୁ ଚାରି ପ୍ରହର ନାମଯଂଜ୍ଞ ଆରମ୍ଭ ହୋଇଥିଲା । ପୂର୍ବାହ୍ନରେ ଘୃତ ଯଜ୍ଞରେ ରଞ୍ଜିତ କୁମାର ପଲାଇ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ବହନ କରିଛନ୍ତି । ସନ୍ଧ୍ୟାରେ ଠାକୁରଙ୍କ ଆଳତି ଦର୍ଶନ ଓ ରାତିରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଥିବା ଗ୍ରାମ୍ୟ କମିଟି ପକ୍ଷରୁ କୁହାଯାଇଛି। ଗ୍ରାମ୍ୟ କମିଟି ଉପଦେଷ୍ଟା କୈଳାଶ ଚନ୍ଦ୍ର ସାହୁ, ସୁଦାମ ଚରଣ ଜେନା, ସଭାପତି ଶିବରାମ ଜେନା, ଉପସଭାପତି ନାରାୟଣ ତରାଇ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉଳ, ସହ ସମ୍ପାଦକ ସୁଶାନ୍ତ କୁମାର ତରାଇ, କୋଷାଧକ୍ଷ ସନ୍ତୋଷ ରାଉଳ, ସନ୍ତୋଷ ତରାଇଙ୍କ ସମେତ ସମସ୍ତ ଗ୍ରାମ୍ୟ କମିଟି ସଦସ୍ୟ ପରିଚାଳନା କରୁଛନ୍ତି। ବହୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
The post ନୃସିଂହ ଚତୁର୍ଦ୍ଦଶୀ ପାଇଁ ପୁଇଁତୋଳା ଉତ୍ସବ ମୁଖର appeared first on Dharitri Odia News.