କଂଗ୍ରେସରୁ ପ୍ରାର୍ଥୀ ଲାଗି ୩୧୭୦ ଆବେଦନ

ଭୁବନେଶ୍ୱର,୧୨।୨(ସୁନିତ୍‌ ମିଶ୍ର):ରାଜ୍ୟରେ କଂଗ୍ରେସ ପ୍ରତି ବଢ଼ୁଛି ସମର୍ଥନ, କଂଗ୍ରେସ ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି। ୨୦୧୯ରେ ୧୪୭ ବିଧାନସଭା ପାଇଁ ୪୩୫ ଜଣ ଓ ୨୧ ଲୋକ ସଭା ଆସନ ପାଇଁ ୭୦ ଜଣ ଆଶାୟୀ ଆବେଦନ କରିଥିଲେ। ତେବେ ୨୦୨୪ ସାଧାରଣ ନିର୍ବାଚନ ସକାଶେ ୧୪୭ ବିଧାନସଭା କ୍ଷେତ୍ରରୁ ୨,୫୦୦ରୁ ଅଧିକ ଓ ୨୧ ଲୋକ ସଭା ଆସନ ପାଇଁଁ ୬୭୦ରୁ ଅଧିକ ଆଶାୟୀ ପ୍ରାର୍ଥୀ ଆବେଦନ କରିଛନ୍ତି। କଂଗ୍ରେସ ଗଣତାନ୍ତ୍ରିକ […] The post କଂଗ୍ରେସରୁ ପ୍ରାର୍ଥୀ ଲାଗି ୩୧୭୦ ଆବେଦନ appeared first on Dharitri Odia News.

କଂଗ୍ରେସରୁ ପ୍ରାର୍ଥୀ ଲାଗି ୩୧୭୦ ଆବେଦନ
ଭୁବନେଶ୍ୱର,୧୨।୨(ସୁନିତ୍‌ ମିଶ୍ର):ରାଜ୍ୟରେ କଂଗ୍ରେସ ପ୍ରତି ବଢ଼ୁଛି ସମର୍ଥନ, କଂଗ୍ରେସ ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି। ୨୦୧୯ରେ ୧୪୭ ବିଧାନସଭା ପାଇଁ ୪୩୫ ଜଣ ଓ ୨୧ ଲୋକ ସଭା ଆସନ ପାଇଁ ୭୦ ଜଣ ଆଶାୟୀ ଆବେଦନ କରିଥିଲେ। ତେବେ ୨୦୨୪ ସାଧାରଣ ନିର୍ବାଚନ ସକାଶେ ୧୪୭ ବିଧାନସଭା କ୍ଷେତ୍ରରୁ ୨,୫୦୦ରୁ ଅଧିକ ଓ ୨୧ ଲୋକ ସଭା ଆସନ ପାଇଁଁ ୬୭୦ରୁ ଅଧିକ ଆଶାୟୀ ପ୍ରାର୍ଥୀ ଆବେଦନ କରିଛନ୍ତି। କଂଗ୍ରେସ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରାର୍ଥୀ ବାଛିବା ଓ ଟିକେଟରେ ସ୍ବଚ୍ଛତା ଆଣିବା ପାଇଁ ଗତ ୪ ତାରିଖରେ ‘ପ୍ରଗମନ’ ଓ୍ବେବ୍‌ସାଇଟ ଦ୍ୱାରା ଟିକେଟ ଆବେଦନ କରିବା ଲାଗି ଦଳ ପକ୍ଷରୁ ଏକ ନୂତନ ଅଭିଯାନ ଆରମ୍ଭ କରାଯାଇଥିଲା। ରାଜ୍ୟର ଅନେକ ଆଶାୟୀ ପ୍ରାର୍ଥୀ ଏହି ପଦ୍ଧତିକୁ ପସନ୍ଦ କରିଛନ୍ତି। ଏଥିପାଇଁ ରାଜ୍ୟବାସୀଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି।
କଂଗ୍ରେସ ଭବନରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଶରତ କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଉଭୟ ବିଜେଡି ଓ ଭାଜପାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ଟିକେଟ ବଣ୍ଟନରେ ସ୍ବଚ୍ଛତା ନାହିଁ। କିନ୍ତୁ କଂଗ୍ରେସ ଗଣତାନ୍ତ୍ରିକ ପଦ୍ଧତିରେ ଟିକେଟ ବଣ୍ଟନକୁ ଗ୍ରହଣ କରେ। ଏହି ଆଧାରରେ କାର୍ଯ୍ୟକ୍ରମ ଚାଲିଛି ଏବଂ ଆସନ୍ତା ୧୪ରେ ପ୍ରଗମନ ୨ୟ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ। କଂଗ୍ରେସ ପୂର୍ବରୁ ବ୍ଲକ ସଭାପତି ଓ ଜିଲା ସଭାପତିଙ୍କ ଜରିଆରେ ଆଶାୟୀଙ୍କ ରିପୋର୍ଟ ସଂଗ୍ରହ କରିଥିଲା। ଏହିସବୁ ରିପୋର୍ଟକୁ ଭିତ୍ତିକରି ପ୍ରଦେଶ ଇଲେକ୍‌ଶନ କମିଟି(ପିଇସି) ବୈଠକ ବସିବ। ଏଆଇସିସି ସ୍କ୍ରିନିଙ୍ଗ୍‌ କମିଟି ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ଯାଞ୍ଚ କରିବ। ଏହାପରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ। ‘ପ୍ରଗମନ’ର ଅଧ୍ୟକ୍ଷ ପ୍ରବୀଣ ପାଠକ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଏହି ପ୍ରୋଜେକ୍ଟକୁ କଂଗ୍ରେସ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ଗ୍ବାଲିଅରରେ ପ୍ରୟୋଗ କରିଥିଲା। ମେୟର ନିର୍ବାଚନରେ ସଫଳତା ସ୍ବରୂପ ମେୟର ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ଏହି ସଫଳତାକୁ ଆଧାର କରି ଓଡ଼ିଶାରେ କଂଗ୍ରେସ ଆଗକୁ ବଢ଼ିବ ଏବଂ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରି ସରକାର ଗଢ଼ିବ। ରାଜ୍ୟ କଂଗ୍ରେସ ସହପ୍ରଭାରୀ କ୍ରିଷ୍ଟୋଫର ତିଲକ କହିଛନ୍ତି, କଂଗ୍ରେସ ନୂଆ ପ୍ରଯୁକ୍ତି ବିଦ୍ୟା ଆପଣାଇଛି। ପୂର୍ବରୁ କମ୍ପ୍ୟୁଟର ଆଧାରର ସଫଳତା ଦୋହରାଇବା ସହ ପ୍ରଗମନ ଆଗାମୀ ସରକାର ଗଢ଼ିବାରେ ସହାୟକ ହେବ। ସମୟ ସହିତ ନୂଆ ଟେକ୍ନୋଲୋଜି ଆପଣାଇ ଦଳକୁ ବିଜୟ କରିବା କଂଗ୍ରେସର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଆସନ୍ତା ୧୯ ତାରିଖରେ ପ୍ରଦେଶ ଇଲେକଶନ୍‌ କମିଟି(ପିଇସି) ବୈଠକ ଅନୁଷ୍ଠିତ ହେବ।

The post କଂଗ୍ରେସରୁ ପ୍ରାର୍ଥୀ ଲାଗି ୩୧୭୦ ଆବେଦନ appeared first on Dharitri Odia News.