ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍‌ରେ ପହଞ୍ଚିବେ ଆର୍‌ସିବି-ସିଏସ୍‌କେ !

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ପ୍ଲେ ଅଫ୍‌ ମୁକାବିଲା ଯେତିକି ପାଖେଇ ଆସୁଛି, ରୋମାଞ୍ଚ ସେତିକି ବଢ଼ୁଛି। ଏମିତିରେ କେଉଁ ୪ ଟିମ୍‌ ଯୋଗ୍ୟତା ହାସଲ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ଟିମ୍‌ ଭାବେ ପ୍ଲେ ଅଫ୍‌ ଖେଳିବା ସ୍ପଷ୍ଟ ହୋଇଛି। ସେହିଭଳି ରାଜସ୍ଥାନ ରୟାଲ୍ସର ଖେଳିବା ପ୍ରାୟତଃ ପକ୍କା ବୋଲି କୁହାଯାଉଛି। ବାକି ୨ ସ୍ଥାନ ଲାଗି ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷ୍ନୌ […] The post ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍‌ରେ ପହଞ୍ଚିବେ ଆର୍‌ସିବି-ସିଏସ୍‌କେ ! appeared first on Dharitri Odia News.

ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍‌ରେ ପହଞ୍ଚିବେ ଆର୍‌ସିବି-ସିଏସ୍‌କେ !

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ପ୍ଲେ ଅଫ୍‌ ମୁକାବିଲା ଯେତିକି ପାଖେଇ ଆସୁଛି, ରୋମାଞ୍ଚ ସେତିକି ବଢ଼ୁଛି। ଏମିତିରେ କେଉଁ ୪ ଟିମ୍‌ ଯୋଗ୍ୟତା ହାସଲ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ଟିମ୍‌ ଭାବେ ପ୍ଲେ ଅଫ୍‌ ଖେଳିବା ସ୍ପଷ୍ଟ ହୋଇଛି। ସେହିଭଳି ରାଜସ୍ଥାନ ରୟାଲ୍ସର ଖେଳିବା ପ୍ରାୟତଃ ପକ୍କା ବୋଲି କୁହାଯାଉଛି। ବାକି ୨ ସ୍ଥାନ ଲାଗି ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷ୍ନୌ ସୁପରଜିଆଣ୍ଟସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଟକ୍କର ହେବ। ଏସବୁ ମଧ୍ୟରେ ଆଇପିଏଲରେ କମେଣ୍ଟ୍ରି କରୁଥିବା ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂହ ସିଏସ୍‌କେ ଏବଂ ଆର୍‌ସିବି ପ୍ଲେ ଅଫ୍‌ ଯିବେ ବୋଲି କହିଛନ୍ତି। ଲିଗ୍‌ ଆରମ୍ଭରୁ ବିସ୍ଫୋରକ ଖେଳୁଥିଲେ ହେଁ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।

ହରଭଜନ କହିଛନ୍ତି, ହାଇଦ୍ରାବାଦ ଟିମ୍‌ ଦିନେ ଦିନେ ଭଲ ଖେଳେ ହେଲେ କଷ୍ଟକର ସ୍ଥିତିରେ ଭଲ କ୍ରିକେଟ ଦେଖାଏନାହିଁ। ତେବେ ଏବେ ଦଳ ୨ ମ୍ୟାଚ୍‌ ଖେଳିବ। ଏଥିରୁ ଗୋଟିଏରେ ଜିତିଲେ ଦଳ ପ୍ଲେ ଅଫ୍‌ ଜିତିବା ନିଶ୍ଚିତ ହୋଇଯିବ। ଏହାସତ୍ତ୍ୱେ ହରଭଜନ ଏହା ଅସମ୍ଭବ ବୋଲି କହିଛନ୍ତି।

ଏହାଛଡ଼ା ଚଳିତ ବର୍ଷ ଆଇପିଏଲ୍‌ କୋଲକାତା ଜିତିବ ବୋଲି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ସେ। ଟୁର୍ନାମେଣ୍ଟରେ ସର୍ବପ୍ରଥମେ ପ୍ଲେଅଫ୍‌ ପାଇଁ କ୍ୱାଲିଫାଏ କରିଛି ଦଳ। ଏହାର ଖେଳାଳିମାନେ ଜବରଦସ୍ତ ଫର୍ମରେ ଥିବାରୁ ଏହା ନିଶ୍ଚିତ ହେବ ବୋଲି ହରଭଜନ ଦାବି କରିଛନ୍ତି।

The post ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍‌ରେ ପହଞ୍ଚିବେ ଆର୍‌ସିବି-ସିଏସ୍‌କେ ! appeared first on Dharitri Odia News.