ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ

କାନ୍‌ବେରା, ୧୫।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି। ଗତ ୩୦ ବର୍ଷ ମଧ୍ୟରେ ହିଟ୍‌ଓ୍ବେଭ ଯୋଗୁ ବିଶ୍ୱରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏକ ବଡ଼ ଭାଗ ଅର୍ଥାତ୍‌ ଏକ ପଞ୍ଚମାଂଶ ମୃତ୍ୟୁ ଭାରତରେ ଘଟୁଛି। ଏହି ତାଲିକାରେ ଭାରତ ପଛକୁ ଚାଇନା […] The post ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ appeared first on Dharitri Odia News.

ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ

କାନ୍‌ବେରା, ୧୫।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି। ଗତ ୩୦ ବର୍ଷ ମଧ୍ୟରେ ହିଟ୍‌ଓ୍ବେଭ ଯୋଗୁ ବିଶ୍ୱରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏକ ବଡ଼ ଭାଗ ଅର୍ଥାତ୍‌ ଏକ ପଞ୍ଚମାଂଶ ମୃତ୍ୟୁ ଭାରତରେ ଘଟୁଛି।

ଏହି ତାଲିକାରେ ଭାରତ ପଛକୁ ଚାଇନା ଓ ରୁଷିଆ ରହିଛନ୍ତି। ସମୁଦାୟ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ମଧ୍ୟରୁ ଚାଇନା ଓ ରୁଷିଆର ଭାଗ ଯଥାକ୍ରମେ ୧୪% ଓ ୮% ରହିଛି। ସେହିପରି ବିଶ୍ୱର ସମୁଦାୟ ମୃତ୍ୟୁର ୧% ମୃତ୍ୟୁ ହିଟ୍‌ଓ୍ବେଭ ପ୍ରଭାବରେ ହେଉଥିବା ଏହି ଅଧ୍ୟୟନ କହିଛି। ପ୍ରତିବର୍ଷ ଗ୍ରୀଷ୍ମଋତୁରେ ହିଟ୍‌ଓ୍ବେଭ କାରଣରୁ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଥିବାବେଳେ ସମୁଦାୟ ମୃତ୍ୟୁର ପ୍ରାୟ ଅଧା ଏସିଆ ମହାଦେଶରେ ଘଟୁଛି।

ସେହିପରି ହିଟ୍‌ଓ୍ବେଭଜନିତ ସମୁଦାୟ ମୃତ୍ୟୁର ହାରାହାରି ୩୦% ମାମଲା ୟୁରୋପରୁ ଆସୁଛି। ଖାସକରି ଶୁଖିଲା ଜଳବାୟୁ ଓ ସ୍ବଳ୍ପ-ମଧ୍ୟମ ଆୟ ଅଞ୍ଚଳ ଗୁଡ଼ିକରେ ମୃତ୍ୟୁହାର ସର୍ବାଧିକ ରହିଥିବା ଏହି ଅଧ୍ୟୟନରେ ଗବେଷକମାନେ ପ୍ରକାଶ କରିଛନ୍ତି। ଗତ ୩୦ ବର୍ଷର ଅବଧି ମଧ୍ୟରେ ପ୍ରତି ୧୦ ନିୟୁତ ଜନସାଧାରଣଙ୍କ ମଧ୍ୟରେ ହାରାହାରି ୨୩୬ ବ୍ୟକ୍ତିଙ୍କ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ହେଉଥିବା ପିଏସ୍‌ଓଏସ୍‌ ମେଡିସିନ ସାପ୍ତାହିକ ପତ୍ରିକାରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନରେ କୁହାଯାଇଛି।

The post ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ appeared first on Dharitri Odia News.