ଆଇପିଏଲ୍‌ ମଝିରେ ଟିମ୍‌ ଇଣ୍ଡିଆର ବଡ଼ ସିରିଜ୍‌ ନେଇ ଘୋଷଣା, ୩୦ ବର୍ଷ ପରେ…

ନୂଆଦିଲ୍ଲୀ,୨୬।୩: ନିକଟରେ ଆଇପିଏଲ୍‌ ୨୦୨୪ ଆରମ୍ଭ ହୋଇଛି। ଏବେ ଟୁର୍ନାମେଣ୍ଟ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଟିମ୍‌ ଇଣ୍ଡିଆର ଏକ ବଡ଼ ସିରିଜ ଲାଗି ବିସିସିଆଇ ଘୋଷଣା କରିଛି। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସିରିଜ ଖେଳିବ। ଆସନ୍ତା ନଭେମ୍ବରରେ ଦୁଇ ଦଳ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତ କରିବ। ତେବେ ଏହି ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଖେଳାଯିବ […] The post ଆଇପିଏଲ୍‌ ମଝିରେ ଟିମ୍‌ ଇଣ୍ଡିଆର ବଡ଼ ସିରିଜ୍‌ ନେଇ ଘୋଷଣା, ୩୦ ବର୍ଷ ପରେ… appeared first on Dharitri Odia News.

ଆଇପିଏଲ୍‌ ମଝିରେ ଟିମ୍‌ ଇଣ୍ଡିଆର ବଡ଼ ସିରିଜ୍‌ ନେଇ ଘୋଷଣା, ୩୦ ବର୍ଷ ପରେ…
ନୂଆଦିଲ୍ଲୀ,୨୬।୩: ନିକଟରେ ଆଇପିଏଲ୍‌ ୨୦୨୪ ଆରମ୍ଭ ହୋଇଛି। ଏବେ ଟୁର୍ନାମେଣ୍ଟ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଟିମ୍‌ ଇଣ୍ଡିଆର ଏକ ବଡ଼ ସିରିଜ ଲାଗି ବିସିସିଆଇ ଘୋଷଣା କରିଛି। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସିରିଜ ଖେଳିବ। ଆସନ୍ତା ନଭେମ୍ବରରେ ଦୁଇ ଦଳ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ।
ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତ କରିବ। ତେବେ ଏହି ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଖେଳାଯିବ ବୋଲି ମଙ୍ଗଳବାର କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି। ସିରିଜରେ ଭାରତ ୪୬ ଦିନରେ ଅଷ୍ଟ୍ରେଲିଆ ସହ ୫ ଟେଷ୍ଟ ଖେଳିବ। ନଭେମ୍ବର ମାସରୁ ଆରମ୍ଭ ହେଉଥିବା ସିରିଜ ସିଡନୀରେ ନୂଆବର୍ଷ ଟେଷ୍ଟ ସହ ଶେଷ ହେବ।
ପୂର୍ବରୁ ଏହି ସିରିଜ ଲାଗି ଘୋଷଣା ହୋଇଥିଲେ ହେଁ ତାରିଖ ନେଇ ସୂଚନା ଦିଆଯାଇନଥିଲା। ଏହାଛଡ଼ା ମ୍ୟାଚ୍‌ କେଉଁଠାରେ ହେବ ସେ ନେଇ ମଧ୍ୟ କୁହାଯାଇ ନଥିଲା। ଏବେ ସବୁକିଛି ସ୍ପଷ୍ଟ ହୋଇଛି। ଦୀର୍ଘ ୩୦ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ପ୍ରଥମ ମ୍ୟାଚ ପର୍ଥରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ଦ୍ୱିତୀୟ ମ୍ୟାଚ୍‌ ଡିସେମ୍ବର ୬ରୁ ଆଡିଲେଡ୍‌ରେ ଖେଳାଯିବ। ଏହା ଦିବାରାତ୍ର ଟେଷ୍ଟ ରହିବ। ଡିସେମ୍ବର ୧୪ରେ ବ୍ରିସବେନର ଗାବାରେ ତୃତୀୟ ଟେଷ୍ଟ ଓ ବକ୍ସିଂ ଡେ୍‌ ଟେଷ୍ଟ ଅର୍ଥାତ ଡିସେମ୍ବର ୨୬ରେ ମେଲବନର୍ର୍ରେ ଆୟୋଜନ ହେବ ୪ର୍ଥ ଟେଷ୍ଟ(ନୂଆ ବର୍ଷ ଟେଷ୍ଟ)। ଏହା ଜାନୁଆରୀ ୩ରୁ ୭ ଯାଏ ଖେଳାଯିବ।
ତେବେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଭାରତ-ଅଷ୍ଟ୍ରେଲିଆ ସିରିଜ ସହ ପାକିସ୍ତାନ ସହ ହେବାକୁ ଥିବା ୩ ଦିନିକିଆ ଏବଂ ୩ ଟି୨୦ ମ୍ୟାଚ୍‌ର ତାରିଖ ଘୋଷଣା କରିଛି। ପାକିସ୍ତାନ ସହ ଦିନିକିଆ ସିରିଜ ନଭେମ୍ବର ୪ରୁ ନଭେମ୍ବର ୧୦ ଯାଏ ହେବ। ସେହିଭଳି ଟି୨୦ ସିରିଜ ନଭେମ୍ବର ୧୪,୧୬,୧୮ରେ ଖେଳାଯିବ।

The post ଆଇପିଏଲ୍‌ ମଝିରେ ଟିମ୍‌ ଇଣ୍ଡିଆର ବଡ଼ ସିରିଜ୍‌ ନେଇ ଘୋଷଣା, ୩୦ ବର୍ଷ ପରେ… appeared first on Dharitri Odia News.