ହିଟଓ୍ବେଭ ଅପଡେଟ ପଢିଲା ବେଳେ ବେହୋସ ହେଲେ ଆଙ୍କର
ନୂଆଦିଲ୍ଲୀ,୨୧।୪: ଭାରତର କିଛି ଅଂଶ ଏବେ ହିଟଓ୍ବେଭ ଦେଇ ଗତିକରୁଛି। କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି। ପ୍ରବଳ ଉତ୍ତାପ ମଧ୍ୟରେ, ଜଣେ ଆଙ୍କର ବା ଟେଲିଭିଜନ ଉପସ୍ଥାପିକା ହଠାତ୍ ହିଟ ୱେଭ ଅପଡେଟ ପଢିବା ସମୟରେ ବେହୋସ ହୋଇଯାଇଛନ୍ତି। ତେବେ ତାଙ୍କ ବ୍ଲଡ ପ୍ରେସର କମ ହୋଇଯିବାରୁ ସେ ବେହୋସ ହୋଇଥିବା କୁହାଯାଉଛି। ଦୂରଦର୍ଶନ କୋଲକାତାର ଆଙ୍କର ଲୋପାମୁଦ୍ରା ସିହ୍ନା ହିଟ ଓ୍ବେଭ ନ୍ୟୁଜ […] The post ହିଟଓ୍ବେଭ ଅପଡେଟ ପଢିଲା ବେଳେ ବେହୋସ ହେଲେ ଆଙ୍କର appeared first on Dharitri Odia News.
ନୂଆଦିଲ୍ଲୀ,୨୧।୪: ଭାରତର କିଛି ଅଂଶ ଏବେ ହିଟଓ୍ବେଭ ଦେଇ ଗତିକରୁଛି। କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି। ପ୍ରବଳ ଉତ୍ତାପ ମଧ୍ୟରେ, ଜଣେ ଆଙ୍କର ବା ଟେଲିଭିଜନ ଉପସ୍ଥାପିକା ହଠାତ୍ ହିଟ ୱେଭ ଅପଡେଟ ପଢିବା ସମୟରେ ବେହୋସ ହୋଇଯାଇଛନ୍ତି। ତେବେ ତାଙ୍କ ବ୍ଲଡ ପ୍ରେସର କମ ହୋଇଯିବାରୁ ସେ ବେହୋସ ହୋଇଥିବା କୁହାଯାଉଛି। ଦୂରଦର୍ଶନ କୋଲକାତାର ଆଙ୍କର ଲୋପାମୁଦ୍ରା ସିହ୍ନା ହିଟ ଓ୍ବେଭ ନ୍ୟୁଜ ପଢିବା ସମୟରେ ବ୍ଲାକ ଆଉଟ ହୋଇଯାଇଥିଲେ। ସେ ନିଜ ଫେସବୁକ ପେଜରେ ଶେୟାର କରିଥିବା ଏକ ଭିଡିଓରେ କହିଛନ୍ତି ଯେ ଟେଲିପ୍ରମ୍ପ୍ଟର୍ ଫେଡେଡ ହୋଇଗଲା ଏବଂ ମୁଁ ବ୍ଲାକଡ ଆଉଟ ହୋଇଗଲି … ମୁଁ ମୋ ଚେୟାରରେ ପଡ଼ିଗଲି, ଅର୍ଥାତ୍ ଅଚେତ ହୋଇଗଲି।
ତେବେ କୌଣସି କାରଣରୁ ଷ୍ଟୁଡିଓରେ ଏସି ଚାଲୁ ନ ଥିବାରୁ ସେଠାରେ ପ୍ରବଳ ଉତ୍ତାପ ଅନୁଭୁତ ହେଉଥିଲା ଏବଂ ତାଙ୍କର ବ୍ଲଡ ପ୍ରେସର ହଠାତ୍ କମି ଯାଇଥିଲା, ଫଳରେ ସେ ସିଧା ପ୍ରସାରଣ ସମୟରେ ହିଁ ବେହୋସ ହୋଇଯାଇଥିଲେ।
ଲୋପାମୁଦ୍ରା କହିଛନ୍ତି ମୋର ୨୧ ବର୍ଷର କ୍ୟାରିୟର ଭିତରେ ଏହା ହେଉଛି ପ୍ରଥମ ଘଟଣା। ତେବେ ପ୍ରସାରଣ ସମୟରେ ମୁଁ ସବୁବେଳେ ପାଣି ବୋତଲ ସାଙ୍ଗରେ ଧରିଥିବା ବେଳେ ଏଥର କିନ୍ତୁ ସେ ପାଣି ବୋତଲ ପାଖରେ ରଖି ନ ଥିଲେ। ତେବେ କୌଣସି ପ୍ରକାରେ ସେ ୨ଟି ଷ୍ଟୋରୀ କମ୍ପ୍ଲିଟ କରିଥିବା ବେଳେ ମଝିରେ ସେ ତାଙ୍କ ଅସୁସ୍ଥତାକୁ ନେଇ ଫ୍ଲୋର ମ୍ୟାନେଜରଙ୍କୁ ଜଣାଇଥିଲେ। ହେଲେ ସମୟ ଅଭାବରୁ ତାଙ୍କ ପାଖରେ ଯଦିଓ ପାଣି ପହଞ୍ଚିଥିଲା ସେ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ପିଇ ପାରି ନ ଥିଲେ। ଶେଷରେ ଅତ୍ୟଧିକ ଗରମ ଏବଂ ତାଙ୍କ ବ୍ଲଡ ପ୍ରେସର କମ ହେବାରୁ ସେ ବେହୋସ ହୋଇ ଯାଇଥିବା କହିଛନ୍ତି।
The post ହିଟଓ୍ବେଭ ଅପଡେଟ ପଢିଲା ବେଳେ ବେହୋସ ହେଲେ ଆଙ୍କର appeared first on Dharitri Odia News.