ମୋଦି ବସିଥିବା ଧ୍ୟାନ ସ୍ଥାନରେ ପର୍ଯ୍ୟଟକ ଏଣ୍ଟ୍ରି ବ୍ୟାନ୍‌ ହଟିଲା

କନ୍ୟାକୁମାରୀ,୩୧ା୫: ତାମିଲନାଡୁର କନ୍ୟାକୁମାରୀରେ ଅବସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ସାଧାରଣ ପର୍ଯ୍ୟଟକଙ୍କୁ ବିବେକାନନ୍ଦ ରକ୍‌ ମେମୋରିଆଲ ପରିଦର୍ଶନ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେତୁ ଏଠାରେ ଜୁନ ୧ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, କିନ୍ତୁ ସାଧାରଣ ଜନତା କୌଣସି ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ବିଷୟରେ ନିର୍ଦ୍ଦେଶ ଦେଇଛନ୍ତି। ଏହା […] The post ମୋଦି ବସିଥିବା ଧ୍ୟାନ ସ୍ଥାନରେ ପର୍ଯ୍ୟଟକ ଏଣ୍ଟ୍ରି ବ୍ୟାନ୍‌ ହଟିଲା appeared first on Dharitri Odia News.

ମୋଦି ବସିଥିବା ଧ୍ୟାନ ସ୍ଥାନରେ ପର୍ଯ୍ୟଟକ ଏଣ୍ଟ୍ରି ବ୍ୟାନ୍‌ ହଟିଲା

କନ୍ୟାକୁମାରୀ,୩୧ା୫: ତାମିଲନାଡୁର କନ୍ୟାକୁମାରୀରେ ଅବସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ସାଧାରଣ ପର୍ଯ୍ୟଟକଙ୍କୁ ବିବେକାନନ୍ଦ ରକ୍‌ ମେମୋରିଆଲ ପରିଦର୍ଶନ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେତୁ ଏଠାରେ ଜୁନ ୧ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, କିନ୍ତୁ ସାଧାରଣ ଜନତା କୌଣସି ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ବିଷୟରେ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପର୍ଯ୍ୟଟକମାନଙ୍କୁ ପୁନର୍ବାର ଏଠାରେ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି।
ସୂଚନାନୁସାରେ, ଲୋକ ସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମାସ ହେଲା ଜୋର୍‌ଦାର ପ୍ରଚାର କରିବା ପରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚତ୍ ପ୍ରସିଦ୍ଧ ବିବେକାନନ୍ଦ ରକ୍‌ ମେମୋରିଆଲରେ ୪୫ ଘଣ୍ଟିଆ ଧ୍ୟାନ ଆରମ୍ଭ କରିଛନ୍ତି। ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ମୋଦି ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିବା ସହ ହାତରେ ରୁଦ୍ରାକ୍ଷ ଧରିଛନ୍ତି। ଧ୍ୟାନ ସାଧନା ଅବସରରେ ଯୋଗୀ ମୁଦ୍ରାରେ ନଜର ଆସିଛନ୍ତି। ସେ ଜପାମାଳି ଧରି ପ୍ରାର୍ତନା କରୁଛନ୍ତି। ଧ୍ୟାନ ପୂର୍ବରୁ ମୋଦି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ।
ଥିରୁଭାନନ୍ଥପୁରମ୍‌ରୁ ହେଲିକପ୍ଟର ଯୋଗେ ମୋଦି କନ୍ୟାକୁମାରୀରେ ପହଞ୍ଚତ୍ଥିଲେ। ସେ ଭଗବତୀ ଆମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୋଟ୍‌ ଯୋଗେ ରକ୍‌ ମୋମୋରିଆଲକୁ ଯାଇଥିଲେ। ଜୁନ୍‌ ୧ ପର୍ଯ୍ୟନ୍ତ ସେ ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନରେ ବସିରହିବେ। ଧୋତି ଓ ଧଳା ଚାଦର ପରିହିତ ପ୍ରଧାନମନ୍ତ୍ରୀ ମନ୍ଦିରରେ ପ୍ରାର୍ଥନା କରିବା ପରେ ଗର୍ଭଗୃହକୁ ପ୍ରଦକ୍ଷିଣ କରିଥିଲେ। ପୂଜକମାନେ ସ୍ବତନ୍ତ୍ର ଆରତି କରିବା ସହ ମୋଦିଙ୍କୁ ଶାଲ୍‌ ଏବଂ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କ ଫଟୋ ପ୍ରଦାନ କରିଥିଲେ।

The post ମୋଦି ବସିଥିବା ଧ୍ୟାନ ସ୍ଥାନରେ ପର୍ଯ୍ୟଟକ ଏଣ୍ଟ୍ରି ବ୍ୟାନ୍‌ ହଟିଲା appeared first on Dharitri Odia News.