ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ ଦାବିକୁ ନେଇ ସୋମବାର ନବୀନ ନିବାସ ଘେରାଉ ପାଇଁ ରାଜ୍ୟ ସରପଞ୍ଚ ମହାସଂଘ ଡାକରା ଦେଇଥିଲା ଏବଂ ବାରିପଦା ଠାରେ ଏକ ଡିପିଆରସି ବୈଠକ ଥିଲା କିନ୍ତୁ ଉକ୍ତ ବୈଠକରେ କୌଣସି ସରପଞ୍ଚ ଭାଗ ନ ନେବାକୁ ନିଷ୍ପତି ନିଆଯାଇଥିଲା ବୋଲି କହିଥିଲେ ମୋରଡା ବ୍ଲକ ସରପଞ୍ଚ ସଙ୍ଘର ସଭାପତି […] The post ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ appeared first on Dharitri Odia News.

ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ ଦାବିକୁ ନେଇ ସୋମବାର ନବୀନ ନିବାସ ଘେରାଉ ପାଇଁ ରାଜ୍ୟ ସରପଞ୍ଚ ମହାସଂଘ ଡାକରା ଦେଇଥିଲା ଏବଂ ବାରିପଦା ଠାରେ ଏକ ଡିପିଆରସି ବୈଠକ ଥିଲା କିନ୍ତୁ ଉକ୍ତ ବୈଠକରେ କୌଣସି ସରପଞ୍ଚ ଭାଗ ନ ନେବାକୁ ନିଷ୍ପତି ନିଆଯାଇଥିଲା ବୋଲି କହିଥିଲେ ମୋରଡା ବ୍ଲକ ସରପଞ୍ଚ ସଙ୍ଘର ସଭାପତି ତଥା ମୋରଡା ସରପଞ୍ଚ ରବି ସିଂ । କିନ୍ତୁ ଉକ୍ତ ନିଷ୍ପତିକୁ ଅବମାନନା କରି ଧଡ଼ାସାହି ସରପଞ୍ଚ ତିଲକା ହାଁସଦା ଏବଂ ଚଢ଼େଇଗାଁ ସରପଞ୍ଚ ଅନୁରାଧା ସିଂ ଡିପିଆରସି ବୈଠକରେ ଯୋଗଦେଇଥିଲେ, ଯାହାକୁ ନେଇ କ୍ଷୁବ୍ଧ ପ୍ରକାଶ କରିଥିଲେ ବ୍ଲକର ଅନ୍ୟ ପଞ୍ଚାୟତର ସରପଞ୍ଚଗଣ। ତେବେ ମଙ୍ଗଳବାର ସଭାପତି ରବି ସିଂଙ୍କ ସମେତ ଅନ୍ୟ ସରପଞ୍ଚ ମାନେ ଅପରାହ୍ନ ପାଞ୍ଚଟା ସମୟରେ ଚିତ୍ରଡାସ୍ଥିତ ଶୀର୍ଷାପାଳ ଛକ ନିକଟରେ ଏକାଠି ହୋଇଥିଲେ ଏବଂ ତିଲକା ହାଁସଦା, ଅନୁରାଧା ସିଂଙ୍କୁ ବ୍ଲକ ସରପଞ୍ଚ ସଙ୍ଘରୁ ନିଲମ୍ବିତ କରାଗଲା ବୋଲି ସୂଚନା ଦେଇଥିଲେ। ଉକ୍ତ ଦୁଇ ସରପଞ୍ଚଙ୍କ କାର୍ଯ୍ୟକଳାପ ଉପରେ ପ୍ରଚ୍ଛଦ ପଟ୍ଟରେ କୌଣସି ରାଜନେତା ଅଛନ୍ତି ବୋଲି କହିଛନ୍ତି ସଭାପତି ରବି ସିଂ। ଶ୍ରୀ ସିଂଙ୍କ ସମେତ ଚିତ୍ରଡା ସରପଞ୍ଚ ବାଲକ ମାର୍ଣ୍ଡି,ହଳଦୀପାଳ ସରପଞ୍ଚ ମାଳତୀ ମାର୍ଣ୍ଡି, ଚିକିଟାମାଟିଆ ସରପଞ୍ଚ ବାର୍ସା ହେମ୍ବ୍ରମ,ଘୋଳମୁଁହା ସରପଞ୍ଚ ବିରୁଆ ମୁର୍ମୁ,ପଳାସମୁଣ୍ଡୁଳି ସରପଞ୍ଚ ଲାଲମୋହନ ସିଂ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

The post ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ appeared first on Dharitri Odia News.