ପୁଣି ମାଡି ଆସୁଛି କି ବିପଦ, ଏଥରବି କ’ଣ ସତ ହେବ ପଞ୍ଜିକା ଭବିଷ୍ୟବାଣୀ? ପ୍ରଳୟର ରୂପନେବ….
ପୁଣି ମାଡି ଆସୁଛି କି ବିପଦ? ସତ ହେବକି ପଞ୍ଜିକା ଭବିଷ୍ୟବାଣୀ। ବାତ୍ୟା ପରେ ପୁଣି ନଭେମ୍ବରରେ ହେବକି ଭୂମିକମ୍ପ। ଥରିବକି ପୃଥ୍ବୀବୀ। ତେବେ କେବଳ ଭୂମିକମ୍ପ ନୁହେଁ ତୁଷାରପାତ, ଭୂସ୍ଖଳନ ଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତିର ଆଶଙ୍କା କରୁଛି ଖଡ଼ିରତ୍ନ ପଞ୍ଜିକା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ କଥା ହେଉଛି। ନିକଟରେ ଓଡ଼ିଶାକୁ ଆସିଥିବା ବାତ୍ୟା ଦାନାକୁ ନେଇ ଭବିଷ୍ୟବାଣୀ କରିଥିଲା ପଞ୍ଜିକା। ଖଡ଼ିରତ୍ନ ପାଞ୍ଜିରେ ଓଡ଼ିଶାକୁ ବାତ୍ୟା ଆସିବା ନେଇ ଉଲ୍ଲେଖ କରାଯାଇଥିଲା। […] The post ପୁଣି ମାଡି ଆସୁଛି କି ବିପଦ, ଏଥରବି କ’ଣ ସତ ହେବ ପଞ୍ଜିକା ଭବିଷ୍ୟବାଣୀ? ପ୍ରଳୟର ରୂପନେବ…. appeared first on Dharitri Odia News.
ପୁଣି ମାଡି ଆସୁଛି କି ବିପଦ? ସତ ହେବକି ପଞ୍ଜିକା ଭବିଷ୍ୟବାଣୀ। ବାତ୍ୟା ପରେ ପୁଣି ନଭେମ୍ବରରେ ହେବକି ଭୂମିକମ୍ପ। ଥରିବକି ପୃଥ୍ବୀବୀ। ତେବେ କେବଳ ଭୂମିକମ୍ପ ନୁହେଁ ତୁଷାରପାତ, ଭୂସ୍ଖଳନ ଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତିର ଆଶଙ୍କା କରୁଛି ଖଡ଼ିରତ୍ନ ପଞ୍ଜିକା।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ କଥା ହେଉଛି। ନିକଟରେ ଓଡ଼ିଶାକୁ ଆସିଥିବା ବାତ୍ୟା ଦାନାକୁ ନେଇ ଭବିଷ୍ୟବାଣୀ କରିଥିଲା ପଞ୍ଜିକା। ଖଡ଼ିରତ୍ନ ପାଞ୍ଜିରେ ଓଡ଼ିଶାକୁ ବାତ୍ୟା ଆସିବା ନେଇ ଉଲ୍ଲେଖ କରାଯାଇଥିଲା। ତାହା ମଧ୍ୟ ଭାଇରାଲ ହୋଇଥିଲା। ପରେ ଏହି ପାଞ୍ଜିର ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିଲା । ଆଉ ଉପକୂଳ ଓଡ଼ିଶାରେ ମାଡ଼ ହୋଇଥିଲା ଭୀଷଣ ଦାନା । ଏବେ ଓଡ଼ିଶାକୁ ଭୂମିକମ୍ପ ଭୟ ଥିବାନେଇ ସେହି ଖଡିରତ୍ନ ପାଞ୍ଜିରେ ଉଲ୍ଲେଖ ରହିଛି । ତେବେ ଏହା କେତେ ସତ ସାବ୍ୟସ୍ତ ହେବ ତାହା ସମୟ କହିବ।
ପାଞ୍ଜି ଅନୁଯାୟୀ, ନଭେମ୍ବର ମାସରେ ରାଜ୍ୟକୁ ଲଘୁଚାପ ବୃଷ୍ଟି ସମେତ ଭୂମିକମ୍ପ ହେବା ନେଇ ଉଲ୍ଲେଖ ରହିଛି । ପାଞ୍ଜିରେ ଲେଖାଅଛି ଯେ, ନଭେମ୍ବର ତା ୧୭ରୁ ତା୨୨ ମଧ୍ୟରେ ନଭେମ୍ବର ତା ୨୫ରୁ ତା୨୯ ମଧ୍ୟରେ ଡିସେମ୍ବର ତା୩ରୁ ୭ମଧ୍ୟରେ ଏବଂ ଡିସେମ୍ବର ତା୧୦ରୁ ତା୧୫ ମଧ୍ୟରେ ଲଘୁବଳୟ ଲଘୁଚାପ ବୃଷ୍ଟିପାତ ତୁଷାରପାତ ଭୂସ୍ଖଳନ ତଥା ଭୂମିକମ୍ପ ଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତିର ଆଣଶଙ୍କା ରହିଛି। ଏହି ମାସରେ ପାଞ୍ଚ ଶନିବାର ଏବଂ ପାଞ୍ଚ ରବିବାର ଭୋଗ ହେଉଅଛି । ଯାହାଦ୍ୱାରା ଓଡ଼ିଶା ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ପ୍ରଭୃତି ରାଜ୍ୟମାନଙ୍କରେ ଭୂମିକମ୍ପ ,ଭୂସ୍ଖଳନ, ଅଗ୍ନିଦାହ ତଥା ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ସହ ଦୈନନ୍ଦିନ ସାମଗ୍ରୀ ମୂଲ୍ୟବୃଦ୍ଧି ଘଟିବାର ସମ୍ଭାବନା ଥିବା ପାଞ୍ଜିରେ ଉଲ୍ଲେଖ ରହିଛି।
The post ପୁଣି ମାଡି ଆସୁଛି କି ବିପଦ, ଏଥରବି କ’ଣ ସତ ହେବ ପଞ୍ଜିକା ଭବିଷ୍ୟବାଣୀ? ପ୍ରଳୟର ରୂପନେବ…. appeared first on Dharitri Odia News.