ଆଜି ଖୋଲାରହିବ ସ୍କୁଲ, କଲେଜ
ଭୁବନେଶ୍ୱର,୫।୩(ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତବର୍ଷ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ପୂର୍ବରୁ ମାର୍ଚ୍ଚ ୫ରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ରହୁଥିଲା। ତେବେ ଏବର୍ଷ ମାର୍ଚ୍ଚ ୫ ବୁଧବାର ଦିନ ସବୁ ସ୍କୁଲ ଓ କଲେଜ ଖୋଲା ରହିବ। ଏ ନେଇ ମଙ୍ଗଳବାର ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୃଥକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାର୍ଚ୍ଚ ୫ରେ ସମସ୍ତ ସରକାରୀ ଓ ସରକାରୀ […] The post ଆଜି ଖୋଲାରହିବ ସ୍କୁଲ, କଲେଜ appeared first on Dharitri Odia News.
ଭୁବନେଶ୍ୱର,୫।୩(ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତବର୍ଷ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ପୂର୍ବରୁ ମାର୍ଚ୍ଚ ୫ରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ରହୁଥିଲା। ତେବେ ଏବର୍ଷ ମାର୍ଚ୍ଚ ୫ ବୁଧବାର ଦିନ ସବୁ ସ୍କୁଲ ଓ କଲେଜ ଖୋଲା ରହିବ। ଏ ନେଇ ମଙ୍ଗଳବାର ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୃଥକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାର୍ଚ୍ଚ ୫ରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଘରୋଇ କଲେଜ ଖୋଲାରହିବ ବୋଲି ବିଭାଗୀୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏନେଇ ଯୁଗ୍ମସଚିବଙ୍କ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ପିଜି କାଉନସିଲ୍ ଚେୟାରମ୍ୟାନ ଏବଂ ପ୍ରିନ୍ସିପାଲମାନଙ୍କୁ ଚିଠି କରାଯାଇଛି।
The post ଆଜି ଖୋଲାରହିବ ସ୍କୁଲ, କଲେଜ appeared first on Dharitri Odia News.