EPFOଙ୍କ ବଡ଼ ଘୋଷଣା, ବଦଳିଲା EDLI ସ୍କିମ୍
ନୂଆଦିଲ୍ଲୀ ୨୮।୨: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) କର୍ମଚାରୀ ଜମା ଲିଙ୍କଡ୍ ବୀମା (ଇଡିଏଲଆଇ)ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛନ୍ତି। କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି (ସିବିଟି)ର ୨୩୭ ତମ ବୈଠକରେ ଏହି ପରିବର୍ତ୍ତନକୁ ସବୁଜ ସଂକେତ ଦେଇଛନ୍ତି। ଇଡିଏଲଆଇ ଯୋଜନା ଅନୁସାରେ ସର୍ଭିସ ଆରମ୍ଭର ୧ ବର୍ଷ ମଧ୍ୟରେ ସଦସ୍ୟଙ୍କ ମୃତ୍ୟୁ ହେଲେ ୫୦ ହଜାର ଟଙ୍କାର ମିନିମମ ଇନ୍ୟୁରାନ୍ସ ଆରମ୍ଭ କରାଯାଇଛି। ଏହା ଦ୍ୱାରା ବାର୍ଷିକ ୫ ହଜାର ପରିବାର ଲାଭାନ୍ୱିତ ହେବେ। ଯଦି ଇଡିଏଲଆଇ ଅନ୍ତର୍ଗତ ସଦସ୍ୟଙ୍କ ଆକାଉଣ୍ଟରେ ଶେଷ କଣ୍ଟ୍ରିବ୍ୟୁସନର ୬ମାସ ମଧ୍ୟରେ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାର ଯୋଜନାରେ ମିଳୁଥିବା ଲାଭର ହକଦାର ହେବେ। ତେବେ ସଦସ୍ୟଙ୍କ ନାମ ପେ ରୋଲରୁ ହଟିନଥିବା ଆବଶ୍ୟକ। ଏହି ସଂଶୋଧନ ଯୋଗୁ ବାର୍ଷିକ ୧୪ ହଜାର ମାମଲା କଭର କରାଯିବ। ପୂର୍ବରୁ ୨ଟି ନିଯୁକ୍ତି ମଧ୍ୟରେ ଖୁବ୍ କମ ସମୟର ଗ୍ୟାପ୍ ଦିଆଯାଉଥିଲା। ଏଣୁ ସଦସ୍ୟଙ୍କୁ ଇଡିଏଲଆଇର ଲାଭ ମିଳିପାରୁନଥିଲା। ନୂଆ ନିୟମରେ ଯଦି ଦୁଇଟି ନିଯୁକ୍ତି ମଧ୍ୟରେ ୨ ମାସର ଗ୍ୟାପ୍ ଥାଏ ତେବେ ଏହାକୁ ନିରନ୍ତର ସେବା ମନେ କରାଯିବ। Modi Government's Commitment to Labour Welfare!Chaired the 237th meeting of the Central Board of Trustees, EPF in New Delhi. The Board has
ନୂଆଦିଲ୍ଲୀ ୨୮।୨: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) କର୍ମଚାରୀ ଜମା ଲିଙ୍କଡ୍ ବୀମା (ଇଡିଏଲଆଇ)ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛନ୍ତି। କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି (ସିବିଟି)ର ୨୩୭ ତମ ବୈଠକରେ ଏହି ପରିବର୍ତ୍ତନକୁ ସବୁଜ ସଂକେତ ଦେଇଛନ୍ତି। ଇଡିଏଲଆଇ ଯୋଜନା ଅନୁସାରେ ସର୍ଭିସ ଆରମ୍ଭର ୧ ବର୍ଷ ମଧ୍ୟରେ ସଦସ୍ୟଙ୍କ ମୃତ୍ୟୁ ହେଲେ ୫୦ ହଜାର ଟଙ୍କାର ମିନିମମ ଇନ୍ୟୁରାନ୍ସ ଆରମ୍ଭ କରାଯାଇଛି। ଏହା ଦ୍ୱାରା ବାର୍ଷିକ ୫ ହଜାର ପରିବାର ଲାଭାନ୍ୱିତ ହେବେ।
ଯଦି ଇଡିଏଲଆଇ ଅନ୍ତର୍ଗତ ସଦସ୍ୟଙ୍କ ଆକାଉଣ୍ଟରେ ଶେଷ କଣ୍ଟ୍ରିବ୍ୟୁସନର ୬ମାସ ମଧ୍ୟରେ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାର ଯୋଜନାରେ ମିଳୁଥିବା ଲାଭର ହକଦାର ହେବେ। ତେବେ ସଦସ୍ୟଙ୍କ ନାମ ପେ ରୋଲରୁ ହଟିନଥିବା ଆବଶ୍ୟକ। ଏହି ସଂଶୋଧନ ଯୋଗୁ ବାର୍ଷିକ ୧୪ ହଜାର ମାମଲା କଭର କରାଯିବ। ପୂର୍ବରୁ ୨ଟି ନିଯୁକ୍ତି ମଧ୍ୟରେ ଖୁବ୍ କମ ସମୟର ଗ୍ୟାପ୍ ଦିଆଯାଉଥିଲା। ଏଣୁ ସଦସ୍ୟଙ୍କୁ ଇଡିଏଲଆଇର ଲାଭ ମିଳିପାରୁନଥିଲା। ନୂଆ ନିୟମରେ ଯଦି ଦୁଇଟି ନିଯୁକ୍ତି ମଧ୍ୟରେ ୨ ମାସର ଗ୍ୟାପ୍ ଥାଏ ତେବେ ଏହାକୁ ନିରନ୍ତର ସେବା ମନେ କରାଯିବ।
Modi Government's Commitment to Labour Welfare!
Chaired the 237th meeting of the Central Board of Trustees, EPF in New Delhi. The Board has recommended an 8.25% interest rate on EPF for FY 2024-25. Key modifications in the EDLI Scheme were also approved which will enhance… pic.twitter.com/7hz6ByHi10— Dr Mansukh Mandaviya (@mansukhmandviya) February 28, 2025
ସିବିଟି ଇପିଏଫଓ ସଦସ୍ୟଙ୍କ ନିମନ୍ତେ ବାର୍ଷିକ ୮.୨୫ ପ୍ରତିଶତ ଇଣ୍ଟରେଷ୍ଟ ହାରର ସୁପାରିଶ କରିଛନ୍ତି। ତେବେ ସୁଧ ଆକାଉଣ୍ଟକୁ କ୍ରେଡିଟ ହେବା ପୂର୍ବରୁ ସରକାରଙ୍କ ପକ୍ଷରୁ ସୁଧହାର ନେଇ ଅଧିକାରୀକ ସୂଚନା ଜାରି କରିଦିଆଯିବ ବୋଲି କୁହାଯାଇଛି। ଇପିଏଫଓ ହାୟର ପେନସନ ନିମନ୍ତେ ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କିତ ୭୨ ପ୍ରତିଶତ ଆବେଦନର ସମାଧାନ କରିଛନ୍ତି। ଜାନୁୟାରୀ ୨୦୨୫ରୁ କେନ୍ଦ୍ରୀୟକୃତ ପେନସନ ପୈଠ ପ୍ରଣାଳୀ (ସିପିପିଏସ)ରେ ପେନସନ ଏସବିଆଇଙ୍କ ନୂଆଦିଲ୍ଲୀ ଶାଖାରୁ ସେଣ୍ଟ୍ରାଲାଇଜଡ ଆକାଉଣ୍ଟ ଜରିଆରେ ପୈଠ କରାଯାଉଛି।
ମାଲିମକଦ୍ଦମା ହ୍ରାସ କରିବା ପାଇଁ ପିଏଫ ପୈଠରେ ବିଳମ୍ବ ଲାଗି ମାସିକ ୧ ପ୍ରତିଶତ ହାରରେ ଜରିମାନା ଧାର୍ଯ୍ୟ କରାଯାଇଛି। ବୋର୍ଡ ୨୦୨୪-୨୫ ବର୍ଷ ନିମନ୍ତେ ସଂଶୋଧିତ ବଜେଟ ଅନୁମାନ ଓ ୨୦୨୫-୨୬ ନିମନ୍ତେ ନିୟୋଜିତ ଆବଣ୍ଟନକୁ ମଧ୍ୟ ମଞ୍ଜୁର କରିଛି।