'ମୋ ପରି ଲକ୍ଷ ଲକ୍ଷ ଲୋକଙ୍କୁ ଦେଶ ପାଇଁ ବଞ୍ଚିବାର ପ୍ରେରଣା ଦେଇଛି RSS': ପିଏମ୍ ମୋଦୀ

ମୁମ୍ୱାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ କାର୍ଯ୍ୟଧାରାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି, '୧୦୦ ବର୍ଷ ପୂର୍ବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଯେଉଁ ମଞ୍ଜି ବୁଣାଯାଇଥିଲା, ତାହା ଆଜି ଏକ ବଟବୃକ୍ଷରେ ପରିଣତ ହୋଇଛି, ଯାହା ଭାରତର ମହାନ ସଂସ୍କୃତିକୁ ନୂତନ ପିଢ଼ି ପାଖକୁ ନେଇଯାଉଛି । ଏହି ସଂଗଠନ ମୋ ପରି ଲକ୍ଷ ଲକ୍ଷ ଲୋକଙ୍କୁ ଦେଶ ପାଇଁ ବଞ୍ଚିବାର ପ୍ରେରଣା ଦେଇଛି।' ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀ ଉଦଘାଟନୀ ଅବସରରେ ପିଏମ୍ ମୋଦୀ ଏହି କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ମରାଠୀ ଭାଷା ଅମୃତଠାରୁ ମଧ୍ୟ ମଧୁର ଏବଂ ଏହି ଭାଷା କହିବା ଏବଂ ଏହାର ନୂତନ ଶବ୍ଦ ଶିଖିବାକୁ ନିରନ୍ତର ଚେଷ୍ଟା କରିଆସୁଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଆରଏସ୍‌ଏସ୍‌ ଯୋଗୁ ହିଁ ତାଙ୍କୁ ମରାଠୀ ଭାଷା ଏବଂ ମରାଠୀ ପରମ୍ପରା ସହିତ ଯୋଡ଼ି ହେବାର ସୁଯୋଗ ମିଳିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂରଣ ହୋଇଛି ଏବଂ ଅହଲ୍ୟାବାଇ ହୋଲକରଙ୍କ ଜନ୍ମବାର୍ଷିକୀର ୩୦୦ତମ ବର୍ଷ । ବାବା ସାହେବ ଆମ୍ବେଦକରଙ୍କ ପ୍ରୟାସରେ ନିର୍ମିତ ଦେଶର ସମ୍ବିଧାନ ମଧ୍ୟ ଏହାର ୭୫ ବର୍ଷ ପ

'ମୋ ପରି ଲକ୍ଷ ଲକ୍ଷ ଲୋକଙ୍କୁ ଦେଶ ପାଇଁ ବଞ୍ଚିବାର ପ୍ରେରଣା ଦେଇଛି RSS': ପିଏମ୍ ମୋଦୀ

ମୁମ୍ୱାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ କାର୍ଯ୍ୟଧାରାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି, '୧୦୦ ବର୍ଷ ପୂର୍ବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଯେଉଁ ମଞ୍ଜି ବୁଣାଯାଇଥିଲା, ତାହା ଆଜି ଏକ ବଟବୃକ୍ଷରେ ପରିଣତ ହୋଇଛି, ଯାହା ଭାରତର ମହାନ ସଂସ୍କୃତିକୁ ନୂତନ ପିଢ଼ି ପାଖକୁ ନେଇଯାଉଛି । ଏହି ସଂଗଠନ ମୋ ପରି ଲକ୍ଷ ଲକ୍ଷ ଲୋକଙ୍କୁ ଦେଶ ପାଇଁ ବଞ୍ଚିବାର ପ୍ରେରଣା ଦେଇଛି।' ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୯୮ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀ ଉଦଘାଟନୀ ଅବସରରେ ପିଏମ୍ ମୋଦୀ ଏହି କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ମରାଠୀ ଭାଷା ଅମୃତଠାରୁ ମଧ୍ୟ ମଧୁର ଏବଂ ଏହି ଭାଷା କହିବା ଏବଂ ଏହାର ନୂତନ ଶବ୍ଦ ଶିଖିବାକୁ ନିରନ୍ତର ଚେଷ୍ଟା କରିଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଆରଏସ୍‌ଏସ୍‌ ଯୋଗୁ ହିଁ ତାଙ୍କୁ ମରାଠୀ ଭାଷା ଏବଂ ମରାଠୀ ପରମ୍ପରା ସହିତ ଯୋଡ଼ି ହେବାର ସୁଯୋଗ ମିଳିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂରଣ ହୋଇଛି ଏବଂ ଅହଲ୍ୟାବାଇ ହୋଲକରଙ୍କ ଜନ୍ମବାର୍ଷିକୀର ୩୦୦ତମ ବର୍ଷ । ବାବା ସାହେବ ଆମ୍ବେଦକରଙ୍କ ପ୍ରୟାସରେ ନିର୍ମିତ ଦେଶର ସମ୍ବିଧାନ ମଧ୍ୟ ଏହାର ୭୫ ବର୍ଷ ପୂରଣ କରିଛି ।

ପିଏମ୍ ମୋଦୀ କହିଥିଲେ, 'ଆଜି ଆମେ ଏଥିପାଇଁ ମଧ୍ୟ ଗର୍ବିତ ଯେ ୧୦୦ ବର୍ଷ ପୂର୍ବେ ଜଣେ ମହାନ ମରାଠୀ ବ୍ୟକ୍ତି ମହାରାଷ୍ଟ୍ରର ମାଟିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମଞ୍ଜି ବୁଣିଥିଲେ । ଆଜି ଏହା ଏକ ବଟବୃକ୍ଷ ଆକାରରେ ଏହାର ଶତାବ୍ଦୀ ପାଳନ କରୁଛି ।'

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, 'ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ, ଭାରତର ମହାନ ପରମ୍ପରା ଏବଂ ସଂସ୍କୃତିକୁ ନୂତନ ପିଢ଼ି ପାଖକୁ ନେବାର ସଂସ୍କାର ଯଜ୍ଞ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ଗତ ୧୦୦ ବର୍ଷ ଧରି କରାଯାଉଛି । ମୁଁ ଭାଗ୍ୟବାନ ଯେ ଆରଏସ୍‌ଏସ୍ ମୋ ପରି ଲକ୍ଷ ଲକ୍ଷ ଲୋକଙ୍କୁ ଦେଶ ପାଇଁ ବଞ୍ଚିବା ଲାଗି ପ୍ରେରଣା ଦେଇଛି । ସଂଘ ଯୋଗୁ ହିଁ ମୁଁ ମରାଠୀ ଭାଷା ଏବଂ ମରାଠୀ ପରମ୍ପରା ସହିତ ଯୋଡ଼ି ହେବାର ସୌଭାଗ୍ୟ ପାଇଛି।'