ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ ଶିଶୁ କନ୍ୟାକୁ ଚଞ୍ଚକତା କରି ଫେରାର ହୋଇଯିବ ଘଟଣା ଏବେ ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ମଉଦା ଗ୍ରାମର ବିବାହିତା ମହିଳା ଆସନ୍ନ ପ୍ରସବା ମାମୁନି ମୁଣ୍ଡା (୧୯) ଗତ ୪ ତାରିଖରେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ନିଜର ଆଧାର ନମ୍ବରରେ […] The post ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ appeared first on Dharitri Odia News.

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ ଶିଶୁ କନ୍ୟାକୁ ଚଞ୍ଚକତା କରି ଫେରାର ହୋଇଯିବ ଘଟଣା ଏବେ ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ମଉଦା ଗ୍ରାମର ବିବାହିତା ମହିଳା ଆସନ୍ନ ପ୍ରସବା ମାମୁନି ମୁଣ୍ଡା (୧୯) ଗତ ୪ ତାରିଖରେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ନିଜର ଆଧାର ନମ୍ବରରେ ମୋବାଇଲ ନମ୍ବର ସଂଯୋଗ ପାଇଁ ଭଦ୍ରକ ମୁଖ୍ୟ ଡାକଘରକୁ ଆସିଥିଲେ l ପ୍ରସବ ଯନ୍ତ୍ରଣା ହେବାରୁ ଘରକୁ ଫେରି ପାରି ନ ଥିଲେ l ନିକଟସ୍ଥ ଏକ ଦୋକାନ ବାରଣ୍ଡାରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲାବେଳେ ଜଣେ ଅଜଣା ମହିଳା ତାଙ୍କୁ ସାହାଯ୍ୟ କରିଥିଲେl ତାଙ୍କ ସହାୟତାରେ ରାତି ପ୍ରାୟ ୧୨ଟା ପରେ ଶିଶୁ କନ୍ୟାଟିଏ ଜନ୍ମ ଦେଇଥିଲେ l ପରେ ଭୋର ୪ଟାରେ ୧୦୮ ଆମ୍ବୁଲାନ୍ସରେ ଭଦ୍ରକ ମାତୃ ଶିଶୁ ବିଭାଗ ମେଡିକାଲକୁ ନେଇଥିଲେ।

ମହିଳାଙ୍କ ରକ୍ତ ଅଭାବ ହେତୁ ତାଙ୍କୁ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରାଯାଇଥିଲା l ଉକ୍ତ ମହିଳା ମା’ ଛୁଆଙ୍କୁ ନେଇ କଟକ ମେଡିକାଲ ସାଙ୍ଗରେ ଯାଇଥିଲେ। ସେଠାରୁ ଡିସଚାର୍ଜ ହେବା ପରେ ରବିବାର ଟ୍ରେନ ଯୋଗେ ଭଦ୍ରକ ଆସିଥିଲେ। ଚରମ୍ପା ଷ୍ଟେଶନଠାରୁ ଏକ ଟ୍ରଲି ଯୋଗେ ବନ୍ତ ଛକ ଆସୁଥିବା ବେଳେ କିଛି ଦୂରରେ ଅସୁସ୍ଥ ମା’କୁ ରାସ୍ତାରେ ବସାଇ ଦେଇ ନବଜାତ ଶିଶୁକୁ ନେଇ ଉକ୍ତ ମହିଳା ପଳାଇଯାଇଥିଲେ। ଦୀର୍ଘ ସମୟ ଅପେକ୍ଷା ପରେ ଝିଅକୁ ନ ପାଇ, ମହିଳା ଜଣକ ପୁଣି ପୋଷ୍ଟ ଅଫିସ ଛକକୁ ଆସି ବହୁ ଖୋଜାଖୋଜି କରିଥିଲେ। ଛୁଆକୁ ନ ପାଇ ନିରାଶ ହୋଇ କାନ୍ଦୁଥିଲାବେଳେ ଘଟଣା ଲୋକଲୋଚନକୁ ଆସିଥିଲା l ପରେ ସଖି ୱାନ ଷ୍ଟପ ସେଣ୍ଟରରେ ମାମୁନିକୁ ନେଇ ରଖାଯାଇଥିଲା। ମଙ୍ଗଳବାର କାଉସେଲିଂ ପରେ ଶିଶୁ ସୁରକ୍ଷା ସମିତି ସହଯୋଗରେ ଟାଉନ ଥାନାରେ ଅଭିଯୋଗ କରାଯାଇଛି l

ମହିଳା ଜଣକ ନିରକ୍ଷର ହୋଇଥିବା ବେଳେ ଅସୁସ୍ଥତା ଦୃଷ୍ଟିରୁ ଠିକ ଭାବେ କୌଣସି କଥା କହିପାରୁନାହାନ୍ତି l ପିଲା ନେଇଯାଇଥିବା ମହିଳା ଘର ଓ ପରିଚୟ ଜାଣି ନ ଥିବା କହିଛନ୍ତି l ଏପରି ସଙ୍ଗୀନ ଅଭିଯୋଗ ରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ କହିଛନ୍ତି l

୍‌

The post ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ appeared first on Dharitri Odia News.