ଝାଡ଼ଖଣ୍ଡରେ ବିଶାଳ ଜନସଭାକୁ ସମ୍ବୋଧନ କରି ଦେଲେ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ

ଜଗନ୍ନାଥପୁର/ଭୁବନେଶ୍ୱର,୩୦।୯: ଆଗକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭାଜପାର ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇଛନ୍ତି। ରବିବାର ଭୁବନେଶ୍ବର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ବାହାରି ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପହଞ୍ଚିଥିଲେ। ସେଠାରେ ଦଳ ପକ୍ଷରୁ ଅନୁଷ୍ଠିତ ‘ପରିବର୍ତ୍ତନ ସଭା’ରେ ସେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରି ‘ପରିବର୍ତ୍ତନ ସଭା’ରେ ଲୋକଙ୍କ ଉତ୍ସାହ ପ୍ରମାଣିତ […] The post ଝାଡ଼ଖଣ୍ଡରେ ବିଶାଳ ଜନସଭାକୁ ସମ୍ବୋଧନ କରି ଦେଲେ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଝାଡ଼ଖଣ୍ଡରେ ବିଶାଳ ଜନସଭାକୁ ସମ୍ବୋଧନ କରି ଦେଲେ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ

ଜଗନ୍ନାଥପୁର/ଭୁବନେଶ୍ୱର,୩୦।୯: ଆଗକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭାଜପାର ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇଛନ୍ତି। ରବିବାର ଭୁବନେଶ୍ବର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ବାହାରି ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପହଞ୍ଚିଥିଲେ। ସେଠାରେ ଦଳ ପକ୍ଷରୁ ଅନୁଷ୍ଠିତ ‘ପରିବର୍ତ୍ତନ ସଭା’ରେ ସେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରି ‘ପରିବର୍ତ୍ତନ ସଭା’ରେ ଲୋକଙ୍କ ଉତ୍ସାହ ପ୍ରମାଣିତ କରୁଛି ଯେ, ଝାଡ଼ଖଣ୍ଡର ଜନତା ଏକ ବିରାଟ ପରିବର୍ତ୍ତନ ପାଇଁ ସଂକଳ୍ପ ନେଇସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଆଜି ଆତ୍ମନିର୍ଭର ଏବଂ ବିକଶିତ ହେବାରେ ଲାଗିଛି। ଝାଡ଼ଖଣ୍ଡ ମଧ୍ୟ ଆଗାମୀ ଦିନରେ ଏହି ବିକାଶ ଧାରାରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଯେଉଁ ଜନବିରୋଧୀ ସରକାର ଝାଡ଼ଖଣ୍ଡରେ ଚାଲୁଛି, ସେଭଳି ସରକାରକୁ ବିସର୍ଜନ କରିବାର ଏବେ ସମୟ ଆସିଯାଇଛି। ଝାଡ଼ଖଣ୍ଡରେ ବିରାଟ ପରିବର୍ତ୍ତନ ଆସିବା ସହ ରାଜ୍ୟର ବିକାଶ ପାଇଁ ଜନସାଧାରଣଙ୍କୁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ, ୧ ତାରିଖରେ ମୁଖ୍ୟମନ୍ତ୍ରୀ ଚାଇବାସାରେ ଜନସଭାକୁ ସମ୍ବୋଧନ କରିବେ । ପରେ ଅପରାହ୍ନ ୪ଟା ୧୦ରେ ରାଞ୍ଚିରୁ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମର ରହିଛି।

The post ଝାଡ଼ଖଣ୍ଡରେ ବିଶାଳ ଜନସଭାକୁ ସମ୍ବୋଧନ କରି ଦେଲେ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ appeared first on Dharitri Odia News.