ବ୍ରିଜ୍‌ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର, ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ

ବଣାଇଁ,୧୨।୨(ପ୍ରଦୀପ ତ୍ରିପାଠୀ): ଚାନ୍ଦିପୋଷ ଥାନା କୁମ୍ଭାକେଲା ବ୍ରିଜ୍‌ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ପରିଚୟ ମିଳିପାରି ନ ଥିଲା ବେଳେ ତଣ୍ଟି କାଟି କେହି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡିଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । ଖବର ପାଇ ଚାନ୍ଦିପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଥାନାରେ ଏକ ହତ୍ୟା ମାମଲା ନମ୍ବର ୧୭/୨୦୨୫ ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । […] The post ବ୍ରିଜ୍‌ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର, ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ appeared first on Dharitri Odia News.

ବ୍ରିଜ୍‌ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର, ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ

ବଣାଇଁ,୧୨।୨(ପ୍ରଦୀପ ତ୍ରିପାଠୀ): ଚାନ୍ଦିପୋଷ ଥାନା କୁମ୍ଭାକେଲା ବ୍ରିଜ୍‌ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ପରିଚୟ ମିଳିପାରି ନ ଥିଲା ବେଳେ ତଣ୍ଟି କାଟି କେହି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡିଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ।

ଖବର ପାଇ ଚାନ୍ଦିପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଥାନାରେ ଏକ ହତ୍ୟା ମାମଲା ନମ୍ବର ୧୭/୨୦୨୫ ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ହତ୍ୟା ଓ ପ୍ରମାଣ ନଷ୍ଟ ନେଇ ଦଫା ଲଗାଇ ପୋଲିସ ଆଜି ଶବକୁ ସୁନ୍ଦରଗଡ଼ ଜିଲା ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ଯେହେତୁ ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଛି ତେଣୁ ୭୨ ଘଣ୍ଟା ଶବକୁ ରଖାଯିବ ଓ ତା ପରେ କେହି ଦାବିଦାର ନ ବାହାରିଲେ ସତ୍କାର କରାଯିବ ବୋଲି ପୋଲିସ ସୂଚନା ଦେଇଛି l ବଣାଇଁ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏହିଭଳି ଅପରାଧ, ଅପରାଧି ସୁଚିନ୍ତିତ ହତ୍ୟାକାଣ୍ଡ ଭିଆଇ ପ୍ରମାଣ ନଷ୍ଟ ପ୍ରତି ଅଧିକ ଧ୍ୟାନ ଦେଇ ପରୋକ୍ଷରେ ପୋଲିସ ପାଇଁ ଚ୍ୟାଲେଞ୍ଜ ଦେଉଥିବା ନେଇ ଆଲୋଚନା ହେଉଛି ।

The post ବ୍ରିଜ୍‌ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର, ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ appeared first on Dharitri Odia News.